ETV Bharat / business

CBDC: ୨୦୨୩ ସୁଦ୍ଧା ଭାରତରେ ଲଞ୍ଚ୍‌ ହେବ ଡିଜିଟାଲ ମୁଦ୍ରା - କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

୨୦୨୩ ସୁଦ୍ଧା ପ୍ରସ୍ତାବିତ କେନ୍ଦ୍ରୀୟ ବ୍ୟାଙ୍କ୍‌ ଡିଜିଟାଲ ମୁଦ୍ରା(CBDC) ଲଞ୍ଚ୍‌ କରିବାକୁ ଯୋଜନା କରୁଛି ଭାରତ । କେନ୍ଦ୍ର ସରକାର ଏବଂ RBI ଏହାର ଅନେକ ବ୍ୟବସାୟୀକ ଉପଯୋଗ ଓ ଉଦ୍ଦେଶ୍ୟକୁ ଲକ୍ଷ୍ୟ ରଖିଛନ୍ତି । ଅଧିକ ପଢ଼ନ୍ତୁ

2023 ମଧ୍ୟରେ ଭାରତରେ ଲଞ୍ଚ୍‌ ହେବ ପ୍ରସ୍ତାବିତ ଡିଜିଟାଲ ମୁଦ୍ରା: ଅର୍ଥମନ୍ତ୍ରୀ

author img

By

Published : Apr 28, 2022, 3:01 PM IST

ନୂଆଦିଲ୍ଲୀ: ବର୍ଷ ୨୦୨୩ ସୁଦ୍ଧା ପ୍ରସ୍ତାବିତ କେନ୍ଦ୍ରୀୟ ବ୍ୟାଙ୍କ୍‌ ଡିଜିଟାଲ ମୁଦ୍ରା(CBDC) ଲଞ୍ଚ୍‌ କରିବାକୁ ଯୋଜନା କରୁଛି ଭାରତ । କେନ୍ଦ୍ର ସରକାର ଏବଂ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ(RBI) ଏହାର ଅନେକ ବ୍ୟବସାୟିକ ଉପଯୋଗ ଓ ଉଦ୍ଦେଶ୍ୟକୁ ଲକ୍ଷ୍ୟ ରଖିଛନ୍ତି । ଫିକ୍କି(FICCI) ଓ USISPF ପକ୍ଷରୁ କାଲିଫର୍ଣ୍ଣିଆରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହା କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

ଦୁଇ ମାସ ପୂର୍ବେ ଡିଜିଟାଲ ମୁଦ୍ରା(CBDC) ଲଞ୍ଚ୍‌ ନେଇ ବଜେଟ୍‌ ଭାଷଣରେ ସୂଚନା ଦେଇଥିଲେ ଅର୍ଥମନ୍ତ୍ରୀ । ଏହାକୁ ଦୃଷ୍ଟିରେ ରଖି ଉଭୟ ହୋଲ୍‌ସେଲ୍‌ ଓ ଖୁଚୁରା ଉପାଦାନ ପାଇଁ ଯୋଜନା ପ୍ରସ୍ତୁତ କରୁଛି RBI । ତେବେ ଡିଜିଟାଲ ମୁଦ୍ରାର ଦୁରୁପଯୋଗ ମଧ୍ୟ ହୋଇପାରେ ।

ଏଥିପାଇଁ ଘରୋଇ କ୍ରିପ୍ଟୋ କରେନ୍ସି ଉପରେ କେତେକ ସୂକ୍ଷ୍ମ କଟକଣା ଲଗାଯାଇପାରେ । କାରଣ ଏହି ଡିଜିଟାଲ କରେନ୍ସିକୁ ଆତଙ୍କୀ ମଧ୍ୟ ବ୍ୟବହାର କରିପାରନ୍ତି । ଏଭଳି ଚ୍ୟାଲେଞ୍ଜ୍‌ ମଧ୍ୟରେ ମଧ୍ୟ ଭାରତରେ ଡିଜିଟାଲ ମୁଦ୍ରା ଲଞ୍ଚ୍‌ ହେବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ।

ଏହାକୁ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, "ଏହି ନିଷ୍ପତି ନେବାକୁ ଆମକୁ ସମୟ ଆବଶ୍ୟକ । ଆମେ ପ୍ରଥମେ ନିଶ୍ଚିତ ହେବା ଦରକାର ଯେ ଆମେ ଯେଉଁ ନିଷ୍ପତି ନେଇଛୁ ତାହା ଠିକ୍‌ । ଏହା କେବେ ବି ଶୀଘ୍ର ହୋଇପାରିବ ନାହିଁ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.