ETV Bharat / business

Broken Rice Export: ବ୍ରୋକେନ ରାଇସ ରପ୍ତାନୀ ଉପରେ ବ୍ୟାନ ଲଗାଇଲା ଭାରତ - ବ୍ରୋକେନ ରାଇସ ଉପରେ ପ୍ରତିବନ୍ଧକ

ବିଶ୍ବସ୍ତରରେ ଚାଉଳର ଦର ବୃଦ୍ଧି ଉପରେ ନିୟନ୍ତ୍ରଣ ଲଗାଇବା ଲାଗି ବ୍ରୋକେନ ରାଇସ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ଭାରତ ସରକାର । ଅଧିକ ପଢନ୍ତୁ

Broken Rice Export: ବ୍ରୋକେନ ରାଇସ ଉପରେ ବ୍ୟାନ ଲଗାଇଲା ଭାରତ

author img

By

Published : Sep 9, 2022, 2:57 PM IST

ନୂଆଦିଲ୍ଲୀ: ଚାଉଳର ଦର ବଢୁଥିବା ଲକ୍ଷ୍ୟ ରଖି ଏହା ଉପରେ ନିୟନ୍ତ୍ରଣ ଲଗାଇବା ପାଇଁ ଭାରତ ସରକାର ବ୍ରୋକେନ ରାଇସ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏ ନେଇ ଭାରତ ସରକାର ନିର୍ଦ୍ଦେଶ ଜାରି କରିଛନ୍ତି । ଆଜିଠୁ ଏହି ନିୟମ ଲାଗୁ ହେଉଥିବାବେଳେ ପୂର୍ବରୁ ବ୍ରୋକେନ ରାଇସ ରପ୍ତାନୀ ଉପରେ କୌଣସି ଶୁଳ୍କ ଲାଗୁନଥିଲା ।

ବ୍ରୋକେନ ରାଇସ ଉପରେ ବ୍ୟାନ ଲଗାଇଲା ଭାରତ
ବ୍ରୋକେନ ରାଇସ ଉପରେ ବ୍ୟାନ ଲଗାଇଲା ଭାରତ

ଏହାବ୍ୟତୀତ ଭାରତ ସରକାର ବାସୁମତୀ ଚାଉଳ ରପ୍ତାନୀ ଉପରେ ୨୦ ପ୍ରତିଶତ ଟିକସ ଆଦାୟ କରିବେ । ଏହି ଆଦେଶ ମଧ୍ୟ ଆଜିଠୁ ଲାଗୁ କରାଯିବ । ସୂଚନା ଥାଉ କି ଭାରତ ଚୀନ ପରେ ସବୁଠୁ ଅଧିକ ଚାଉଳ ଉତ୍ପାଦନ କରୁଥିବା ଦେଶ । ବୈଶ୍ବିକ ଚାଉଳ ଉତ୍ପାଦନରେ ଭାରତର ୨୦ ପ୍ରତିଶତ ଅଂଶୀଦାର ରହିଛି । ଏ ନେଇ ରାଜସ୍ବ ବିଭାଗ କହିଛି ଯେ ଖରିଫ ଫସଲରେ ଧାନ ଉତ୍ପାଦନ କମିଥିବାରୁ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି ।

କୃଷି ମନ୍ତ୍ରଣାଳୟ ଅନୁସାରେ, କିଛି ରାଜ୍ୟରେ ବର୍ଷା କମ ହୋଇଥିବା ଯୋଗୁଁ ଖରିଫ ଋତୁରେ ଧାନ ଚାଷ ପ୍ରଭାବିତ ହୋଇଛି । ଭାରତ ୨୦୨୧-୨୨ ମଧ୍ୟରେ ୨.୧୨ କୋଟି ଟନ୍‌ ଚାଉଳ ରପ୍ତାନୀ କରିଥିଲା । ଏହି ସମୟରେ ୧୫୦ରୁ ଅଧିକ ଦେଶକୁ ୬.୧୧ ଆରବ ଡଲାରର ବାସୁମତୀ ଚାଉଳ ରପ୍ତାନୀ କରାଯାଇଥିଲା । ଖରିଫ ଋତୁରେ ଧାନ ମୌସୁମୀ ବା ଜୁନ ଓ ଜୁଲାଇ ମାସରେ ଚାଷ କରାଯାଉଥିବା ବେଳେ ଅକ୍ଟୋବର ଓ ନଭେମ୍ବର ମାସରେ ଅମଳ କରାଯାଏ ।

ଏହା ବି ପଢନ୍ତୁ- ଦୁଇ ଦିନର କ୍ଷତି ପରେ 1% ବୃଦ୍ଧି ପାଇଲା Sensex ଏବଂ Nifty

ତେବେ ଚଳିତ ବର୍ଷ ଉତ୍ପାଦନ କମ ହୋଇଥିବାରୁ ଚିନ୍ତାରେ ରହିଛନ୍ତି ଚାଷୀ । ପୂର୍ବରୁ ମେ ମାସରେ କେନ୍ଦ୍ର ଗହମ ରପ୍ତାନୀ ଉପରେ କଟକଣା ଲଗାଇଥିଲା । ଖାଦ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଭାରତ ସରକାର ଏହି ନିଷ୍ପତ୍ତି ନେଇଥିଲେ । ଗହମ ପରେ ଭାରତ ସରକାର ଅଟା, ମଇଦା, ରାବା ଅନ୍ୟ ଶସ୍ୟଯୁକ୍ତ ପଦାର୍ଥ ଉପରେ କଟକଣା ଲଗାଇଥିଲା । ଭାରତ ଅପେକ୍ଷା ୟୁକ୍ରେନ ଓ ଋଷ ମଧ୍ୟ ଗହମ ରପ୍ତାନୀ କରିଥାଏ । ମାତ୍ର ଯୁଦ୍ଧ ଯୋଗୁଁ ଏହାର ରପ୍ତାନୀ ଉପରେ ପ୍ରଭାବ ପଡିଛି ।

ବିଶ୍ବସ୍ତରରେ ମଧ୍ୟ ଗହମ ଉପରେ ଏହି ୨ ରାଷ୍ଟ୍ର ଅଧିକ ଦର ବଢାଇଛନ୍ତି । ମାତ୍ର ଚଳିତ ବର୍ଷ ରବି ଋତୁରେ ଅମଳ ସମୟରେ ହିଟ ୱେଭସ ଗହମ ଉତ୍ପାଦନକୁ ପ୍ରଭାବିତ କରିଛି । କେନ୍ଦ୍ର ବାସୁମତୀ ଚାଉଳ, ପାରାବଏଲ୍ଡ ରାଇସ ଉପରେ ୨୦ ପ୍ରତିଶତ ଏକ୍ସପୋର୍ଟ ଡ୍ୟୁଟି ଲଗାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.