ETV Bharat / business

ଆର୍ଥିକ ବୋଝରୁ ସୁରକ୍ଷା ଦିଏ ସ୍ବାସ୍ଥ୍ୟ ବୀମା - ସ୍ବାସ୍ଥ୍ୟ ବୀମା ପଲିସି

ସମ୍ପ୍ରତ୍ତି ମେଡିକାଲ ଖର୍ଚ୍ଚ ଅହେତୁକ ମାତ୍ରାରେ ବୃଦ୍ଧି ପାଉଛି । ଜଣେ ରୋଗାଗ୍ରସ୍ତ ବ୍ୟକ୍ତି ମେଡିକାଲ ଯିବା ପରେ କେତେ ଟଙ୍କା ଖର୍ଚ୍ଚ ହେବ ତାହା ଆକଳନ କରିବା ସମ୍ଭବପର ହେଉନାହିଁ । ଏପରି ସ୍ଥଳେ ଭବିଷ୍ୟତର ସୁରକ୍ଷା ପାଇଁ ସ୍ବାସ୍ଥ୍ୟ ବୀମା ପଲିସି ନେବା ଜରୁରୀ ହୋଇପଡିଛି । ଏହି ବୀମା ଆପଣଙ୍କୁ ଆର୍ଥିକ ବୋଝରୁ ସୁରକ୍ଷା ଦେଇଥାଏ । ଅଧିକ ପଢନ୍ତୁ

ଆର୍ଥିକ ବୋଝରୁ ସୁରକ୍ଷା ଦିଏ ସ୍ବାସ୍ଥ୍ୟ ବୀମା
ଆର୍ଥିକ ବୋଝରୁ ସୁରକ୍ଷା ଦିଏ ସ୍ବାସ୍ଥ୍ୟ ବୀମା
author img

By

Published : Aug 28, 2022, 2:21 PM IST

ହାଇଦ୍ରାବାଦ: 'ସ୍ବାସ୍ଥ୍ୟ ହିଁ ସମ୍ପଦ' । ଉତ୍ତମ ସ୍ବାସ୍ଥ୍ୟ ମଣିଷକୁ ଚାପମୁକ୍ତ ରଖିବା ସହ ଆର୍ଥିକ ସ୍ଥିରତା ପ୍ରଦାନ କରିଥାଏ । ସମ୍ପ୍ରତ୍ତି ମେଡିକାଲ ଖର୍ଚ୍ଚ ଅହେତୁକ ମାତ୍ରାରେ ବୃଦ୍ଧି ପାଉଛି । ଜଣେ ରୋଗାଗ୍ରସ୍ତ ବ୍ୟକ୍ତି ମେଡିକାଲ ଯିବା ପରେ କେତେ ଟଙ୍କା ଖର୍ଚ୍ଚ ହେବ ତାହା ଆକଳନ କରିବା ସମ୍ଭବପର ହେଉନାହିଁ । ଏପରି ସ୍ଥିତିରେ ମଧ୍ୟବିତ୍ତ ବା ଗରିବ ଶ୍ରେଣୀର ଲୋକେ ଅର୍ଥ ସଞ୍ଚୟ ବା କୌଣସି ସ୍ବାସ୍ଥ୍ୟ ବୀମା କରିନଥିଲେ ଅନେକ ଅସୁବିଧାରେ ପଡିଥାନ୍ତି । ତେଣୁ ସୁରକ୍ଷିତ ଭବିଷ୍ୟତ ସୁନିଶ୍ଚିତ କରିବା ନିମନ୍ତେ ସମ୍ପ୍ରତ୍ତି ଲୋକମାନେ ସ୍ବାସ୍ଥ୍ୟ ବୀମା ପ୍ରତି ବେଶ୍ ଆଗ୍ରହୀ ହେଉଛନ୍ତି । ସ୍ବାସ୍ଥ୍ୟ ବୀମା ଆପଣଙ୍କ ଉପରୁ ଆର୍ଥିକ ବୋଝ ହ୍ରାସ କରିଥାଏ । ତେଣୁ ସ୍ବାସ୍ଥ୍ୟ ବୀମା କରିବା ସହ ଠିକ୍ ସମୟରେ ଏହାର ପ୍ରିମିୟମ ପ୍ରଦାନ କରିବା ଆବଶ୍ୟକ । ନଚେତ୍ ଗୁରୁତର ବ୍ୟାଧିଗ୍ରସ୍ତ ସମୟରେ ଆପଣଙ୍କୁ ଜଟିଳ ପରିସ୍ଥିତିର ସାମ୍ନା କରିବାକୁ ପଡିପାରେ ।

ବୀମା ପଲିସି ଜଣେ ବ୍ୟକ୍ତିଙ୍କର ଏକ ସୁରକ୍ଷା କବଚ ସଦୃଶ । କିନ୍ତୁ ଅନେକ ଲୋକେ ଭାବନ୍ତି ଯେ, ଏହାର ଆବଶ୍ୟକତା କ'ଣ ? ସେମାନେ ଦେଉଥିବା ପ୍ରିମିୟମ ନଷ୍ଟ ହେଉନି ତ ? କିନ୍ତୁ ଏଠାରେ କହି ରଖିବାକୁ ଚାହୁଁଛୁ ଯେ, ଭବିଷ୍ୟତରେ କାହା ସହ କ'ଣ ଘଟିବ ତାହା କେହି ଜାଣନ୍ତି ହିଁ । ତେଣୁ ନିଜର ଭବିଷ୍ୟତ ସୁରକ୍ଷିତ କରିବାକୁ ବେଳ ଥାଉ ଥାଉ ସ୍ବାସ୍ଥ୍ୟ ବୀମା ନେବା ଜରୁରୀ । ଅତୀତରେ ୪ ଜଣ ସଦସ୍ୟ ବିଶିଷ୍ଟ ପରିବାର ପାଇଁ ୩ ଲକ୍ଷ ଟଙ୍କାର ବୀମା ଯଥେଷ୍ଟ ହେଉଥିଲା । ହେଲେ ସମ୍ପ୍ରତି ଅତିକମରେ ୧୦ ଲକ୍ଷ ଟଙ୍କା ବୀମା କରିବାକୁ ବିଶେଷଜ୍ଞମାନେ ପରାମର୍ଶ ଦିଅନ୍ତି ।

ଏହାମଧ୍ୟ ପଢନ୍ତୁ: Health Insurance: ବାପା ମା’ଙ୍କ ପାଇଁ ଜରୁରୀ ସ୍ବାସ୍ଥ୍ୟ ବୀମା

ଯଦି ପରିବାର ବଢୁଛି, ତେବେ ଗୋଟିଏ ସଦସ୍ୟ ପାଇଁ ୫ ଲକ୍ଷର ପଲିସି ଦରକାର । ହେଲେ ଯଦି ପତ୍ନୀ ଅଛନ୍ତି, ପିଲମାନେ ବଡ ହେଉଛନ୍ତି ଏବଂ ପରିବାର ବଢୁଛି, ଏପରି ସ୍ଥିତିରେ ବ୍ୟକ୍ତିଗତ ପଲିସି(personal policy) ସୀମା ମଧ୍ୟ ବ୍ୟାପକ ହେବା ଜରୁରୀ । ପରିବାରର ନୂଆ ସଦସ୍ୟଙ୍କ ସଂଖ୍ୟା ବଢିଲେ ତଦନୁସାରେ ବୀମା ପରିମାଣ ମଧ୍ୟ ବୃଦ୍ଧି କରାଯିବା ଆବଶ୍ୟକ । ସନ୍ତାନ ଜନ୍ମର ୯୦ ଦିନ ଅର୍ଥାତ୍ ୩ ମାସ ପରେ ତାଙ୍କୁ ସ୍ବାସ୍ଥ୍ୟ ବୀମା ପଲିସିରେ ଅନ୍ତର୍ଭୁକ୍ତ କରାଯାଇ ପାରିବ । ଏଥିପାଇଁ ଆପଣ ବୀମା କମ୍ପାନୀ ନିୟମ ଭଲ ଭାବେ ଜାଣିରଖିବା ଉଚିତ୍ । ଆବଶ୍ୟକସ୍ଥଳେ ଏକ୍ସପର୍ଟଙ୍କ ସହାୟତା ମଧ୍ୟ ନିଆଯାଇପାରେ । ଯେତେବେଳେ ନୂତନ ସଦସ୍ୟ ପରିବାରରେ ସାମିଲ ହୁଅନ୍ତି ଏବଂ ବୀମା ରାଶି ବୃଦ୍ଧି ପାଏ, ଏହାର ପ୍ରିମିୟମ ରାଶି ମଧ୍ୟ ବଢିଥାଏ । ଯାହାକି ଏକ ସ୍ବାଭାବିକ ପ୍ରକ୍ରିୟା । ତେଣୁ ଏଥିପାଇଁ ପୂର୍ବରୁ ପ୍ରସ୍ତୁତ ରୁହନ୍ତୁ ।

୫ ବର୍ଷ ପୂର୍ବେ ୩ ଲକ୍ଷ ଟଙ୍କାର ପଲିସି ଯଥେଷ୍ଟ ଥିଲା । ଗୁରୁତର ବ୍ୟାଧି ସମୟରେ ମଧ୍ୟ ମେଡିକାଲ ଖର୍ଚ୍ଚ ୩ ଲକ୍ଷରୁ ଅଧିକ ହେଉନଥିଲା । ହେଲେ ବର୍ତ୍ତମାନ ସମୟରେ ଆପଣ ହସ୍ପିଟାଲ ଯିବା ମାତ୍ରେ କେତେ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ତାହା ପୂର୍ବରୁ ଆକଳନ କରିବା ସମ୍ଭବପର ହେଉନାହିଁ । ଆମେ ଜାଣିଛେ ଯେ, ଡାକ୍ତରୀ ଚିକିତ୍ସା ଦିନକୁ ଦିନ ମହଙ୍ଗା ହେଉଛି । ବର୍ତ୍ତମାନ ଚିକିତ୍ସା ଖର୍ଚ୍ଚକୁ ଲକ୍ଷ୍ୟ କଲେ ଗୋଟିଏ ପରିବାର ଅତିକମରେ ୧୦ ଲକ୍ଷର ସ୍ବାସ୍ଥ୍ୟ ବୀମା କରିବା ଜରୁରୀ ହୋଇପଡିଛି । ପଲିସି ନବୀକରଣ ସମୟରେ ବୀମା ରାଶି ବୃଦ୍ଧି କରିବା ନେଇ କମ୍ପାନୀ ବିକଳ୍ପ ପ୍ରଦାନ କରିଥାଏ ।

ଜଣେ ନିଯୁକ୍ତିଦାତା ଦ୍ବାରା ପ୍ରଦତ୍ତ ବ୍ୟକ୍ତିଗତ ପଲିସି ଏବଂ ଗ୍ରୁପ୍ ପଲିସି କ୍ଷେତ୍ରରେ ମଧ୍ୟ ସମାନ ନିୟମ ପ୍ରଯୁଜ୍ୟ । ଯଦି ଆପଣ ପଲିସି ରାଶି ବୃଦ୍ଧି କରିବାକୁ ଇଚ୍ଛୁକ ତେବେ ସୁପର୍ ଟପ୍ ଅପ୍ ପଲିସି(super top-up policy) ଦିଗରେ ଚିନ୍ତା କରିବା ଉଚିତ୍ । ଏହା ଭୁଲନ୍ତୁ ନାହିଁ ଯେ, ଯଦି ଆବଶ୍ୟକ ପରିମାଣ ଠାରୁ ପଲିସି ରାଶି କମ୍ ପଡେ, ତେବେ ହସ୍ପିଟାଲରେ ଭର୍ତ୍ତି ହେବା ଠାରୁ ନେଇ ଚିକିତ୍ସା ଯାଏଁ ଆପଣଙ୍କ ପକେଟ୍‌ରୁ ଖର୍ଚ୍ଚ ହେବ ।

ସମୟ ସମୟରେ ବୀମା ସେକ୍ଟରରେ ନୂତନ ନିୟମ ଲାଗୁ ହୋଇଥାଏ । କମ୍ପାନୀର ମିଶ୍ରଣ ହେଉ ଅବା ଆରଡିଏ ରେଗୁଲେସନ(IRDA regulations)ରେ ପରିବର୍ତ୍ତନ, ଏସବୁ ବୀମା ପଲିସି ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ଯଦି ସେହି ପରିବର୍ତ୍ତନ ଆପଣଙ୍କ ପାଇଁ ଅନୁକୂଳ ହୋଇଥାଏ ତେବେ ପଲିସିକୁ ଜାରି ରଖିବା ଉଚିତ୍ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.