ETV Bharat / business

ଉପଭୋକ୍ତାଙ୍କୁ ନ୍ୟାୟ ଦେଇଛି GST: ଅର୍ଥମନ୍ତ୍ରୀ - ଜିଏସଟିକୁ ନେଇ ଅର୍ଥମନ୍ତ୍ରୀଙ୍କ ମନ୍ତବ୍ୟ

ପୂର୍ବ ସରକାର ତୁଳନାରେ ଜିଏସଟି ପାଇଁ ଦେଶରେ ମହଙ୍ଗା ମାଡରୁ ଗ୍ରାହକଙ୍କୁ ଆଶ୍ବସ୍ତି ମିଳିଛି । ଉପଭୋକ୍ତାଙ୍କୁ ନ୍ୟାୟ ଦେଇଛି ଜିଏସଟି ବୋଲି କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଅଧିକ ପଢନ୍ତୁ

6th anniversary of GST regime
Nirmala Sitharaman on GST
author img

By

Published : Jul 2, 2023, 1:00 PM IST

ନୂଆଦିଲ୍ଲୀ: 2017 ଜୁଲାଇ 1 ତାରିଖରେ ଦେଶରେ ଜିଏସଟି ବ୍ୟବସ୍ଥା ଲାଗୁ ହୋଇଥିଲା । ଏହି ବ୍ୟବସ୍ଥାକୁ 6 ବର୍ଷ ପୂରଣ ହୋଇଛି । ଜିଏସଟି ଲାଗୁ ହେବା ଫଳରେ ଦେଶରେ ମହଙ୍ଗା କମିଛି । ଉପଭୋକ୍ତାଙ୍କୁ ନ୍ୟାୟ ଦେଇଛି ଜିଏସଟି ବ୍ୟବସ୍ଥା । ଜିଏସଟି ଲାଗୁ ହେବା ପୂର୍ବରୁ ଦେଶରେ ଟିକସ ବ୍ୟବସ୍ଥା ଖଣ୍ଡବିଖଣ୍ଡିତ ହୋଇ ରହିଥିଲା । GST ବ୍ୟବସ୍ଥାକୁ 6 ବର୍ଷ ପୂରଣ ଅବସରରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ କାର୍ଯ୍ୟକ୍ରମରେ ଏହା କହିଛନ୍ତି ।

  • Delhi | "GST has done justice to the consumers by bringing the rates down compared to the previous regime. Before GST was introduced, India's indirect tax system was fragmented, where every state was effectively a distinct market for the industry as well as the consumer. GST has… pic.twitter.com/sOvKFF4XDl

    — ANI (@ANI) July 1, 2023 " class="align-text-top noRightClick twitterSection" data=" ">

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆହୁରି କହିଛନ୍ତି,'' ଜିଏସଟି ବ୍ୟବସ୍ଥା ଲାଗୁ ହେବା ପୂର୍ବରୁ ଦେଶରେ ପରୋକ୍ଷ କର ବ୍ୟବସ୍ଥା ଅବବ୍ୟସ୍ଥିତ ରହିଥିଲା । ଜିଏସଟି ଅଧିକ କର ବୃଦ୍ଧି କରିଛି । ଜିଏସଡିପି ଅଭିବୃଦ୍ଧି ଅପେକ୍ଷା ଟିକସ ସଂଗ୍ରହ ବୃଦ୍ଧି ହୋଇଛି । ଉଭୟ ରାଜ୍ୟ ଏବଂ କେନ୍ଦ୍ର ଲାଭବାନ ହୋଇଛନ୍ତି । ଆଜି ଜିଏସଟି ପାଇଁ କୋଭିଡ ସତ୍ତ୍ବେ କୌଣସି ରାଜ୍ୟ କ୍ଷତି ସହି ନାହାନ୍ତି । ମୁଣ୍ଡରେ ଲଗାଉଥିବା ତେଲ, ଟୁଥପେଷ୍ଟ, ସାବୁନ, ଅତର ଏବଂ ସର୍ଫ ଉପରେ ହାରାହାରି ପ୍ରି-ଜିଏସଟି କର ପ୍ରାୟ 28% ଥିଲା । ଯାହା ବର୍ତ୍ତମାନ ଜିଏସଟି ପାଇଁ 18%କୁ କମିଛି । ସାଧାରଣ ବ୍ୟବହାରକାରୀ ସାମଗ୍ରୀ ଯେପରି ଗ୍ରାଇଣ୍ଡର, ଫ୍ରିଜ ଓ ଟିଭି ଉପରେ ପ୍ରି-ଜିଏସଟି କର 31.5% ଥିଲା ବର୍ତ୍ତମାନ ତାହା ଜିଏସଟି ଲାଗୁ ହେବା ପରେ 12% କମିଛି । ଅନେକ ସାଧାରଣ ବ୍ୟବହୃତ ଜିନିଷ ଉପରେ ସମ୍ପୂର୍ଣ୍ଣ ଜିଏସଟି ଛାଡ କରାଯାଇଛି । ''

ଏହା ବି ପଢନ୍ତୁ....GST ଆଦାୟରେ ସର୍ବାଧିକ; ଦେଶରେ ୧. ୮୭ ଲକ୍ଷ କୋଟି ଓ ରାଜ୍ୟରେ ୫୦୩୫.୭୪ କୋଟି

ରାହୁଲଙ୍କୁ ନିର୍ମଳାଙ୍କ ଟାର୍ଗେଟ: ଜିଏସଟିକୁ 6 ବର୍ଷ ପୂରଣ ଅବସରରେ ପ୍ରତିକ୍ରିୟା ରଖି ରାହୁଲ ଗାନ୍ଧୀଙ୍କୁ ପରୋକ୍ଷ ଭାବରେ ଟାର୍ଗେଟ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଜିଏସଟି ବ୍ୟବସ୍ଥା ସାଧାରଣ ଲୋକକଙ୍କ ପାଇଁ ଅଶ୍ବସ୍ତି ଆଣିଛି । ସାଧାରଣ ଉପଭୋକ୍ତା ହୁଅନ୍ତୁ ବା ରାଜ୍ୟ ସରକାର ଜିଏସଟି ଏକ ଉଦାହରଣ ହୋଇ ଛିଡା ହୋଇଛି । ଜିଏସଟି ପାଇଁ ବୋଝ ବଢିଥିବା ମନ୍ତବ୍ୟ ଦେଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନିଶାନା କରି ଅର୍ଥମନ୍ତ୍ରୀ ଏହା କହିଛନ୍ତି ।

ଜୁନରେ GST ଆଦାୟ: ଚଳିତ ମାସରେ ରେକର୍ଡ ସଂଖ୍ୟକ ଜିଏସଟି ଆଦାୟ ହୋଇଛି । 2023 ଜୁନ ମାସରେ 1.61 ଲକ୍ଷ କୋଟି ଟଙ୍କା ଜିଏସଟି ଆଦାୟ କରାଯାଇଛି । ରାଜସ୍ବ ସଂଗ୍ରହରେ ଜୁନ 2023ରେ ଗତ ବର୍ଷ ଅପେକ୍ଷା ଚଳିତ ମାସରେ 12 ପ୍ରତିଶତ ଅଧିକ ଜିଏସଟି ଆଦାୟ ହୋଇଛି । ଏହା ପୂର୍ବରୁ ଏପ୍ରିଲରେ ଜିଏସଟି 1.87 ଲକ୍ଷ କୋଟିର ରେକର୍ଡ କରିଥିଲା । ମେ ମାସରେ 1.57 ଲକ୍ଷ କୋଟି ଜିଏସଟି ଆଦାୟ ହୋଇଥିଲା । ଗତ 6 ବର୍ଷରେ କେନ୍ଦ୍ର ସରକାର ବଡ ମାତ୍ରାରେ ଜିଏସଟି ଆଦାୟ କରିଛନ୍ତି । ଦେଶରେ 1,61, 497 କୋଟିର ଜିଏସଟି ସଂଗ୍ରହ ହୋଇଛି । ଦେଶରେ ପରୋକ୍ଷ ଟିକସ କ୍ଷେତ୍ରରେ ବଡ ସଂସ୍କାର ଜିଏସଟି କାର୍ଯ୍ୟକ୍ଷମ । 2017 ଜୁଲାଇ 1 ତାରିଖରେ ଜିଏସଟି ବ୍ୟବସ୍ଥା ଲାଗୁ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.