ନୂଆଦିଲ୍ଲୀ: କେନ୍ଦ୍ର ସରକାର ଖୁବ ଶୀଘ୍ର "ମେରା ବିଲ୍ ମେରା ଅଧିକାର" ନାମକ ଏକ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି । ଏହା ସେପ୍ଟେମ୍ବର 1ରୁ ଦେଶର 6ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଆରମ୍ଭ ହେବାକୁ ଯାଉଛି । ତେବେ ଏହି ମୋବାଇଲ ଆପ୍ ଜରିଆରେ ବିଲ ଅପଲୋଡ କରି ଗ୍ରାହକମାନେ 10 ହଜାର ଟଙ୍କାରୁ ଆରମ୍ଭ କରି 1 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନଗଦ ପୁରସ୍କାର ଜିତିପାରିବେ ।
-
Mera Bill Mera Adhikaar Scheme!
— CBIC (@cbic_india) August 22, 2023 " class="align-text-top noRightClick twitterSection" data="
👉 Launch from States of Haryana, Assam, Gujarat & UTs of Dadra & Nagar Haveli, Daman & Diu & Puducherry on 01/09/23.
👉Invoice incentive scheme which allows you to earn cash prizes on upload of GST Invoices.#Mera_Bill_Mera_Adhikaar pic.twitter.com/oswI6Afl5M
">Mera Bill Mera Adhikaar Scheme!
— CBIC (@cbic_india) August 22, 2023
👉 Launch from States of Haryana, Assam, Gujarat & UTs of Dadra & Nagar Haveli, Daman & Diu & Puducherry on 01/09/23.
👉Invoice incentive scheme which allows you to earn cash prizes on upload of GST Invoices.#Mera_Bill_Mera_Adhikaar pic.twitter.com/oswI6Afl5MMera Bill Mera Adhikaar Scheme!
— CBIC (@cbic_india) August 22, 2023
👉 Launch from States of Haryana, Assam, Gujarat & UTs of Dadra & Nagar Haveli, Daman & Diu & Puducherry on 01/09/23.
👉Invoice incentive scheme which allows you to earn cash prizes on upload of GST Invoices.#Mera_Bill_Mera_Adhikaar pic.twitter.com/oswI6Afl5M
ତେବେ ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଇନ୍ଡାଇରେକ୍ଟ ଟାକ୍ସ୍ ଆଣ୍ଡ୍ କଷ୍ଟୋମ (ସିବିଆଇସି)ର କହିବା ଅନୁସାରେ, "ମେରା ବିଲ୍ ମେରା ଅଧିକାର" ଏକ ମୋବାଇଲ ଆପ୍ । ଏହି ଯୋଜନା ଲୋକମାନଙ୍କୁ ଜିନିଷ କ୍ରୟ କରିବା ସମୟରେ ବିଲ୍ ମାଗିବା ପାଇଁ ପ୍ରୋତ୍ସାହିତ କରିବ । ତେବେ ଏହି ଆପ୍କୁ ଆସାମ, ଗୁଜୁରାଟ ଓ ହରିୟାଣା ଭଳି ରାଜ୍ୟ ଏବଂ ପୁଡୁଚେରି, ଡାମନ ଓ ଡିଉ ଏବଂ ଦାଦ୍ରା ଓ ନଗର ହାବେଳୀ ଆଦି କେନ୍ଦ୍ର ଶାସିତ ଅଞ୍ଚଳରେର ଆରମ୍ଭ କରାଯିବା ଏନେଇ ସିବିଆଇସି ସୂଚନା ଦେଇଛି । ଏହା ସହ ଏହି ଆପ୍ ମାଧ୍ୟମରେ ଗ୍ରାହକମାନେ ଜିଏସଟି ବିଲ୍ ଅପଲୋଡ କରି ନଗଦ ପୁରସ୍କାର ପାଇ ପାରିବେ ।
ଏହା ମଧ୍ୟ ପଡ଼ନ୍ତୁ....ଡାକ୍ତର ହେବେ ଫେରିବାଲା ଝିଅ; ପାଠପଢାରେ ସହାୟ ହେବ କଳିଙ୍ଗ ଶିକ୍ଷା ସାଥି ଯୋଜନା
"ମେରା ବିଲ ମେରା ଅଧିକାର" ଆପ୍ ଉଭୟ ଆଇଫୋନ ଓ ଆଣ୍ଡ୍ରଏଡ୍ ଫୋନରେ ଉପଲବ୍ଧ ହେବ । ତେବେ ଆପ୍ରେ ଅପଲୋଡ ହୋଇଥିବା "ଇନବକ୍ସ"ରେ ଗ୍ରାହକମାନଙ୍କୁ ବିକ୍ରେତାଙ୍କ ଜିଏସଟିଆଇଏନ, ଇନ୍ବକ୍ସ ନମ୍ବର, ଦେୟ ରାଶି ଏବଂ ଟ୍ୟାକ୍ସ ରାଶି ପରିମାଣ ବିଷୟରେ ସୂଚନା ମିଳି ପାରିବ । ତେବେ ଜଣେ ବ୍ୟକ୍ତି ଏହି ଆପ୍ ମାଧ୍ୟମରେ ଗୋଟିଏ ମାସରେ ସର୍ବାଧିକ 25ଟି ବିଲ ଅପ୍ଲୋଡ କରିପାରିବେ, ଯାହାର ଆନୁମାନିକ ମୂଲ୍ୟ 200 ଟଙ୍କା ହେବା ଉଚିତ୍ ।
ଏହା ମଧ୍ୟ ପଡ଼ନ୍ତୁ...ମାସକୁ ଆଇ-ଫୋନରୁ ଲକ୍ଷ ଲକ୍ଷ ଆଦାୟ କରନ୍ତି ମୁକେଶ ଅମ୍ବାନୀ, ଜାଣନ୍ତୁ ଏହା ପଛର ରହସ୍ୟ
"ମେରା ବିଲ ମେରା ଅଧିକାର" ଯୋଜନାରେ ପ୍ରତିମାସରେ 500ଶହରୁ ଅଧିକ କମ୍ପ୍ୟୁଟୋରାଇଜ୍ ଲକି ଡ୍ର ବାହାର କରାଯିବ ଏବଂ ତିନି ମାସରେ ଦୁଇ ଜଣ ଭାଗ୍ୟଶାଳୀ ବିଜେତାଙ୍କ ନାମ ଘୋଷଣା କରାଯିବ । ତେବେ ଭାଗ୍ୟଶାଳୀ ବିଜେତାମାନଙ୍କୁ 1 କୋଟି ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ରାଶି ମିଳିବା ନେଇ ସିବିଆଇସିର ଅଧିକାରୀମାନେ କହିଛନ୍ତି। ଏହାସହ ଜିଏସଟି ଠକେଇକୁ କମ୍ କରିବା ପାଇଁ ସରକାର ବି2ବି କାରବାର ପାଇଁ ଇଲୋଟ୍ରୋନିକ ଚାଲାଣ ବାଧ୍ୟତାମୂଳକ କରିଛନ୍ତି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ