ନୂଆଦିଲ୍ଲୀ: ଆଗକୁ ନୂଆ ବର୍ଷ । ପୁଣି ବିବାହ ସିଜନ ବି ଆରମ୍ଭ ହେଲାଣି । ଏ ସବୁ ଭିତରେ ଲଗାତାର ବଢିବାରେ ଲାଗିଛି ସୁନା ଦର । କେବଳ ସୁନା ନୁହେଁ ରୂପା ବି ଆକାଶଛୁଆଁ ହେଲାଣି ।
ଗୁରୁବାର ଦିଲ୍ଲୀ ସରଫରା ବଜାରରେ 10 ଗ୍ରାମ ସୁନା ଦାମ 116 ଟଙ୍କା ବଢି 39,630 ଟଙ୍କା ରହିଛି । ସେହିପରି ଶିଳ୍ପ ଚାହିଦା ବୃଦ୍ଧି ଯୋଗୁଁ ଗୋଟିଏ ଦିନରେ ରୂପା କିଲୋ 454 ଟଙ୍କା ମହଙ୍ଗା ହୋଇ 48,060 ରହିଛି । ଏହା ପୂର୍ବରୁ ମଙ୍ଗଳବାର ମଧ୍ୟ ସୁନା ଓ ରୂପା ଦର ବଢିଥିଲା ।
HDFC ସିକ୍ୟୋରିଜର ସିନିୟର ଏନାଲିଷ୍ଟ ତପନ ପଟେଲ କହିଛନ୍ତି ଯେ, ଅନ୍ତରାଷ୍ଟ୍ରୀୟ ବଜାରରେ ସୁନା ଦାମ ଆଉନ୍ସ ପିଛା 1,504 ଡଲାର ବଢିଥିବା ବେଳେ ରୂପା 17,94 ଡଲାର ବୃଦ୍ଧି ପାଇଛି ।
ଖ୍ରୀଷ୍ଟମାସ ଓ ନୂଆବର୍ଷ ଛୁଟି ପୂର୍ବରୁ ବୈଶ୍ବିକ ନିବେଶକ ସତର୍କ ରହିଥିବା ଦେଖିବାକୁ ମିଳିଛି । ଆଉ ଏହାର ବଡ କାରଣ ହେଉଛି ଆର୍ଥିକ ଓ ରାଜନୈତିକ ଅନିଶ୍ଚିତତା । ଯେଉଁପାଇଁ ମୁଲ୍ୟବାନ ଧାତୁ ଦାମ ଏତେ ବଢିଚାଲିଛି ।