ETV Bharat / business

ଚାକିରି ଭୟ ଓ ମାନ୍ଦାବସ୍ଥାରୁ ବର୍ତ୍ତିବା ପାଇଁ ଏମିତି ରୁହନ୍ତୁ ପ୍ରସ୍ତୁତ

author img

By

Published : Nov 13, 2022, 3:30 PM IST

ବୈଶ୍ବିକ ମାନ୍ଦାବସ୍ଥା ସମୟରେ ଚାକିରି ହରାଇବାର ଯଥେଷ୍ଟ ସମ୍ଭାବନା ରହିଥାଏ । ତେଣୁ ମାନ୍ଦାବସ୍ଥା, ଅସନ୍ତୁଳିତ ମୁଦ୍ରାସ୍ଫୀତି ଓ ଛଟେଇ ସ୍ଥିତିରେ ଆର୍ଥିକ ସନ୍ତୁଳନ ବଜାୟ ରଖିବା ପାଇଁ ପୂର୍ବରୁ ସଜାଗ ହେବା ଆବଶ୍ୟକ । ଅଧିକ ପଢନ୍ତୁ

Get financially ready to endure recession, inflation and job loss
ଚାକିରି ଭୟ ଓ ମାନ୍ଦାବସ୍ଥାରୁ ବର୍ତ୍ତିବା ପାଇଁ ଏମିତି ରୁହନ୍ତୁ ପ୍ରସ୍ତୁତ

ହାଇଦ୍ରାବାଦ: ବର୍ତ୍ତମାନ ବିଶ୍ବକୁ ଗୁରୁତର ଆର୍ଥିକ ମାନ୍ଦାବସ୍ଥା ଭୟ ଘାରିଛି । ନିକଟ ଅତୀତରେ ମାନ୍ଦାବସ୍ଥାର ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ । ଥରେ ବୈଶ୍ବିକ ମାନ୍ଦାବସ୍ଥା ଆସିଲେ ଏହାର ପରିଣାମ ବିତ୍ତଶାଳୀ ରାଷ୍ଟ୍ର ସମେତ ସମସ୍ତଙ୍କୁ ଭୋଗିବାକୁ ପଡିବ । ସମସ୍ତ ରାଷ୍ଟ୍ର ଓ କମ୍ପାନୀ ଉପରେ ଏହାର ପ୍ରଭାବ ପଡିବା ନିଶ୍ଚିତ । ଏଥିରେ ସାଧାରଣ ଜନତା ତ ପ୍ରଭାବିତ ହେବେ, ଏହାସହିତ ହଜାର ହଜାର କର୍ମଚାରୀ ମଧ୍ୟ ଚାକିରି ହରାଇବେ । କାରଣ ସାଧାରଣତଃ ମାନ୍ଦାବସ୍ଥା ସମୟରେ ଆର୍ଥିକ କ୍ଷତି ଯୋଗୁଁ କମ୍ପାନୀଗୁଡିକ ନିଜ କର୍ମଚାରୀଙ୍କୁ ଛଟେଇ କରିଥାନ୍ତି । ତେଣୁ ଏଭଳି ସ୍ଥିତିର ମୁକାବିଲା ପାଇଁ ପୂର୍ବରୁ ସଜାଗ ରହିବା ନିତାନ୍ତ ଆବଶ୍ୟକ ।

ଯଦିଓ ଭାରତ ଅର୍ଥନୈତିକ ସଙ୍କଟର ମୁକାବିଲା ପାଇଁ ପ୍ରସ୍ତୁତ ହେଉଛି, ତଥାପି ମାନ୍ଦାବସ୍ଥା ପ୍ରଭାବରୁ ଦେଶ ବର୍ତ୍ତି ପାଇପାରିବ ନାହିଁ । ବିଗତ କିଛି ମାସ ହେଲା ଦେଶରେ ମୁଦ୍ରାସ୍ଫୀତି(Inflation) ଦ୍ରୁତଗତିରେ ବୃଦ୍ଧି ପାଉଛି । ଶେୟାର ବଜାର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ଅନେକ ଲୋକଙ୍କ ଚାକିରି ହରାଇଥିବା ମଧ୍ୟ ରିପୋର୍ଟ ମିଳିଛି । ଚାକିରି ଚାଲିଯିବା ଦ୍ବାରା ଯେକୌଣସି ବ୍ୟକ୍ତି ଅଚାନକ ଭୟଭୀତ ଓ ଚାପଗ୍ରସ୍ତ ହେବା ସ୍ବାଭାବିକ । କିନ୍ତୁ ଏଭଳି ଅପ୍ରତ୍ୟାଶିତ ପରିସ୍ଥିତି ବାବଦରେ ଚିନ୍ତିତ ହେବା ବଦଳରେ ଆମକୁ ଉପଯୁକ୍ତ ଆର୍ଥିକ ଯୋଜନା ସହ ପ୍ରସ୍ତୁତ ରହିବା ଦିଗରେ ଧ୍ୟାନ ଦେବା ଆବଶ୍ୟକ ।

ସର୍ବପ୍ରଥମେ ପ୍ରତ୍ୟେକ ବ୍ୟକ୍ତି ରୋଜଗାର ଆରମ୍ଭରୁ ସଞ୍ଚୟ ଉପରେ ଧ୍ୟାନ ଦେବା ଜରୁରୀ । ଆମ ପାଖରେ ସବୁବେଳେ ୬ ମାସର ଦୈନନ୍ଦିନ ଖର୍ଚ୍ଚ ଓ EMI ପୈଠ କରିବା ପାଇଁ ପର୍ଯ୍ୟାପ୍ତ ଅର୍ଥ ରହିବା ଆବଶ୍ୟକ । ଏଥିପାଇଁ ପ୍ରତ୍ୟେକ ମାସରେ ନିଜ ଦରମାର ୨୫ ପ୍ରତିଶତ ଡିପୋଜିଟ ସ୍କିମରେ ଜମା କରନ୍ତୁ । ଏପରି କରିବା ଦ୍ବାରା ଆପଣ ୧୨ ମାସରେ ନିଜ ଦରମାର ୩ ଗୁଣା ସଞ୍ଚୟ କରିପାରିବେ । ଆକସ୍ମିକ ନିଧିକୁ ଫିକ୍ସ ଡିପୋଜିଟରେ ପରିବର୍ତ୍ତିତ କରନ୍ତୁ, ମାତ୍ର ସେଭିଂ ଆକାଉଣ୍ଟରେ ନୁହେଁ । ଏହାଦ୍ବାରା ଭବିଷ୍ୟତରେ ଚାକିରି ହରାଇଲେ ମଧ୍ୟ ଆପଣ ଏହି ଜମାରୁ ପ୍ରତିମାସରେ କିଛି କିଛି ଟଙ୍କା ଦରମା ଆକାରରେ ଉଠାଣ କରିପାରିବେ ଏବଂ ଘର ଭଡା, EMI ଇତ୍ୟାଦି ଆବଶ୍ୟକତା ପୂରଣ କରିପାରିବେ ।

ଏହାମଧ୍ୟ ପଢନ୍ତୁ: lay off spree: ଟ୍ବିଟର ଓ ମେଟା ପରେ ଆମାଜନ ଓ ମାଇକ୍ରୋସଫ୍ଟରେ ହେବ ଛଟେଇ !

ମାସିକ ରୋଜଗାର ନଥିଲେ ଉଧାର ନେବାକୁ ପଡିଥାଏ । ଯଥାସମ୍ଭବ ଆପଣ ସେତିକି ରାଶିରେ ନିଜର ଆବଶ୍ୟକତା ମେଣ୍ଟାଇବାକୁ ଚେଷ୍ଟା କରନ୍ତୁ । ଯଦି ଆପଣଙ୍କ କମ୍ପାନୀରେ ଛଟେଇ ଆରମ୍ଭ ହେଉଛି, ତେବେ ନିଜର କ୍ରେଡିଟ କାର୍ଡ ଉପଯୋଗ ବନ୍ଦ କରିବା ପାଇଁ ପ୍ରୟାସ କରନ୍ତୁ । ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ । ଲୋନ ପେମେଣ୍ଟରେ ଅନିୟମତିତା ଆମର କ୍ରେଡିଟ୍‌ ହିଷ୍ଟ୍ରି(Credit History) ଖରାପ କରିଥାଏ । ତେଣୁ ଆର୍ଥିକ ସଙ୍କଟ ସମୟରେ ଲୋନ୍‌ଠାରୁ ଦୂରେଇ ରୁହନ୍ତୁ । ଏହି ପରିସ୍ଥିତିରେ ନିଜ ଖର୍ଚ୍ଚ ସୀମିତ ରଖିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ।

ଅନାବଶ୍ୟକ ଖର୍ଚ୍ଚ ଆପଣଙ୍କ ବଜେଟକୁ କେତେ ପ୍ରଭାବିତ କରୁଛି ତାହା ବିଚାର କରନ୍ତୁ । ପ୍ରତ୍ୟେକ ଜିନିଷର ବିକଳ୍ପ ରହିଛି । ମହଙ୍ଗା ହୋଟେଲରେ ଖାଇବା, ଦାମୀ ସାମଗ୍ରୀ କ୍ରୟଠାରୁ ଦୂରେଇ ରୁହନ୍ତୁ । ଆର୍ଥିକ ମାନ୍ଦାବସ୍ଥା ସମୟରେ ନିଜର କିଛି ଇଚ୍ଛାକୁ ତ୍ୟାଗ କରିବା ଆବଶ୍ୟକ । ଏପରି ଆଚରଣ ଦ୍ବାରା ଆମ ନିକଟରେ ବଳକା ଅର୍ଥ ଜମା ରହିଥାଏ । ଏହାବ୍ୟତୀତ ଯଦି ଆପଣ ଚାକିିରି ହରାଉଛନ୍ତି, ତେବେ କଦାପି ନିଜର ପ୍ରୋଭିଡେଣ୍ଟ ଫଣ୍ଡ(PF) ଏବଂ ଇକ୍ବିଟିକୁ ବ୍ୟବହାର ନ କରିବାକୁ ଚେଷ୍ଟା କରନ୍ତୁ । ସର୍ବୋପରି ପ୍ରତ୍ୟେକ ବ୍ୟକ୍ତିଙ୍କୁ ପ୍ରଥମେ ସ୍ବାସ୍ଥ୍ୟବୀମା ନେବା ଜରୁରୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.