ETV Bharat / business

Jeet Adani Engagement: ସରିଲା ନିର୍ବନ୍ଧ, ଦିବାକୁ ଜୀବନ ସାଥି କରିବେ ଜିତ ଆଦାନୀ

author img

By

Published : Mar 15, 2023, 8:39 AM IST

Updated : Mar 15, 2023, 8:56 AM IST

ଗୌତମ ଆଦାନୀଙ୍କ ଘରେ ବାଜିବ ସାହାନାଇ । ସରିଲା ଗୌତମ ଆଦାନୀଙ୍କ ସାନପୁଅର ନିର୍ବନ୍ଧ । ଦିବାକୁ ଜୀବନ ସାଥି କରିବେ ଜିତ ଆଦାନୀ । ଅଧିକ ପଢନ୍ତୁ

Jeet Adani Engagement
Jeet Adani Engagement

ନୂଆଦିଲ୍ଲୀ: ହିଣ୍ଡେନବର୍ଗ ରିପୋର୍ଟକୁ ନେଇ ଅଡୁଆରେ ରହିଥିବା ଗୌତମ ଆଦାନୀଙ୍କ ପରିବାରକୁ ଫେରିଛି ଖୁସି । ଆଦାନୀଙ୍କ ପରିବାରରେ ବିବାହ ହେବାକୁ ଯାଉଥିବା ବେଳେ ଖୁସିର ମାହୋଲ ଦେଖିବାକୁ ମିଳିଛି । ଧନୀ ବ୍ୟକ୍ତି ଗୌତମ ଆଦାନୀଙ୍କ ସାନ ପୁଅ ଜିତ ଆଦାନୀଙ୍କ ନିର୍ବନ୍ଧ ଦିବା ଜୈମିନ ଶାହଙ୍କ ସହ ହୋଇଛି । ରବିବାର ଦିନ ଗୁଜୁରାଟର ଅହମ୍ମଦାବାଦରେ ଏହି କାର୍ଯ୍ୟକ୍ରମ ହୋଇଥିଲା । ଏଥିରେ କେବଳ ନିକଟ ସମ୍ପର୍କୀୟ ଏବଂ ପରିବାର ଲୋକେ ଯୋଗଦେଇଥିଲେ । ପ୍ରକାଶଥାଉକି, ଦିବାଙ୍କ ବାପା ଜଣେ ହୀରା ବ୍ୟବସାୟୀ । ଜୈମିନ ଶାହ ସି ଦିନେଶ ଏଣ୍ଡ କମ୍ପାନୀର ମାଲିକ ।

ଜିତ ଆଦାନୀଙ୍କ ନିର୍ବନ୍ଧର କିଛି ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ବେସ ଭାଇରାଲ ହେବାରେ ଲାଗିଛି । ଦୁହେଁ ବହୁତ କ୍ୟୁଟ ଦେଖାଯାଉଥିଲେ । ଦୁହେଁ ପାରମ୍ପରିକ ପୋଷାକ ପିନ୍ଧିଥିଲେ । ଓ୍ବାର୍କ ଓଢଣା ସାଙ୍ଗକୁ ନୀଳ ଧଳା ରଙ୍ଗର ଲେହେଙ୍ଗାରେ ଦିବା ନଜର ଆସିଥିବା ବେଳେ ଜିତ ଜ୍ୟାକେଟ ସାଙ୍ଗକୁ ସେରଓ୍ବାନୀରେ ନଜର ଆସିଥିଲେ । ଦୁହେଁ ବହୁତ ସୁନ୍ଦର ଦେଖାଯାଉଥିବା ବେଳେ ଲୋକେ ମଧ୍ୟ ବହୁତ ପସନ୍ଦ କରିଛନ୍ତି ।

କଣ କରନ୍ତି ଜିତ ଆଦାନୀ ? ଜିତ ଆଦାନୀ ଗୌତମ ଆଦାନୀଙ୍କ ସାନପୁଅ ଅଟନ୍ତି । ବଡ ପୁଅର ନାମ କରଣ ଆଦାନୀ ହୋଇଥିବା ବେଳେ ସାନପୁଅର ନାମ ଜିତ ଆଦାନୀ । ବଡପୁଅ କରଣଙ୍କ ବିବାହ ହୋଇସାରିଥିବା ବେଳେ ଏବେ ସାନପୁଅ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ୧୯୯୭ ମସିହା ନଭେମ୍ବର ୭ ତାରିଖରେ ସେ ଜନ୍ମ ଗ୍ରହଣ କରିଥିଲେ । ଜିତ ପେନସିଲଭାନିଆ ବିଶ୍ୱବିଦ୍ୟାଳୟରୁ ସ୍ନାତକ ହାସଲ କରିଛନ୍ତି । ଏହାପରେ ସେ ୨୦୧୯ ମସିହାରେ ଭାରତ ଫେରିଥିଲେ । ଜିତ ତାଙ୍କ ପିତା ଏବଂ ଭାଇଙ୍କ ପରି ବିଜନେସ କରୁଛନ୍ତି । ଆଦାନୀ ଗ୍ରୁପ ଓ୍ବେବସାଇଟ ଅନୁସାରେ, ଜିତ ଆଦାନୀ ଗ୍ରୁଫ ଫାଇନାନ୍ସ ବିଭାଗର ଉପସଭାପତି ।

ଆଦାନୀ ଗ୍ରୁପ ବ୍ୟବସାୟଙ୍କୁ ସମ୍ଭାଳୁଛନ୍ତି ଜିତ ଆଦାନୀ: ୨୦୧୯ ମସିହାରି ଜିତ ଆଦାନୀ ଗ୍ରୁପ ସହ ଜଡିତ ହୋଇ ବ୍ୟବସାୟ କରୁଛନ୍ତି । ବାପାଙ୍କ ସହ ମିଶି ଆଦାନୀ ଗ୍ରୁପର ବ୍ୟବସାୟ ବୁଝୁଛନ୍ତି । ୨୦୨୨ ମସିହାରେ ଜିତଙ୍କୁ ଆଦାନୀ ଗ୍ରୁଫ ଫାଇନାନ୍ସ ବିଭାଗର ଉପସଭାପତି କରାଯାଇଥିଲା । ଦେଶ ଏବଂ ବିଶ୍ବରେ ଆଦାନୀ ଗ୍ରୁପର ବଡ ବ୍ୟବସାୟ ରହିଛି । ଆଦାନୀ ଗ୍ରୁପର ମୁଖ୍ୟତଃ ବନ୍ଦର, ତୈଳ, ଇନ୍ଧନ, ବିଦ୍ୟୁତ ଉତ୍ପାଦନ ଏବଂ କୋଇଲା ଖଣିର ବ୍ୟବସାୟ ରହିଛି ।

୨୦୧୩ ମସିହାରେ ଗୌତମ ଆଦାନୀଙ୍କ ବଡ ପୁଅର ହୋଇଥିଲା ବିବାହ: 2013 ମସିହାରେ କରଣ ଆଦାନୀଙ୍କ ବିବାହ ଦେଶର ଜଣାଶୁଣା ଓକିଲ ସିରିଲ ଶ୍ରଫଙ୍କ ଝିଅ ପରିଧି ସହ ହୋଇଥିଲା । ଦୁହିଁଙ୍କ ବିବାହରେ ପ୍ରଧାନମନ୍ତ୍ରୀ ମଧ୍ୟ ଯୋଗ ଦେଇଥିଲେ । କରଣ ଆଦାନୀ ବର୍ତ୍ତମାନ ଆଦାନୀ ପୋର୍ଟ ଆଣ୍ଡ ସେଜ ଲିମିଟେଡର ସିଇଓ ଅଟନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ଦୁହିଁଙ୍କ ବିବାହ ନେଇ କୌଣସି ତାରିଖ ଘୋଷଣା କରାଯାଇନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 15, 2023, 8:56 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.