ETV Bharat / business

ଏସିଆର ଏକ ନମ୍ବର ଧନୀ ବ୍ୟକ୍ତି; ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇଲେ ଗୌତମ ଆଦାନୀ

author img

By ETV Bharat Odisha Team

Published : Jan 5, 2024, 4:18 PM IST

Gautam Adani Overtakes Mukesh Ambani: ଧନୀ ବ୍ୟକ୍ତି ଭାବରେ ରିଲିୟାନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇଲେ ଆଦାନୀ ସମୂହର ଚେୟାରମ୍ୟାନ ଗୌତମ ଆଦାନୀ । ଅଧିକ ପଢ଼ନ୍ତୁ

ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇଲେ ଗୌତମ ଆଦାନୀ

ନୂଆଦିଲ୍ଲୀ: ଧନୀ ବ୍ୟକ୍ତି ଭାବରେ ରିଲିୟାନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇଲେ ଆଦାନୀ ସମୂହର ଚେୟାରମ୍ୟାନ ଗୌତମ ଆଦାନୀ । ଭାରତ ଏବଂ ଏସିଆର ସବୁଠାରୁ ଧନୀ ବ୍ୟକ୍ତିର ତାଜ ପିନ୍ଧିଛନ୍ତି ଗୌତମ ଆଦାନୀ । ବ୍ଲୁମବର୍ଗ ବିଲିନିୟର୍ସ ତାଲିକା ଅନୁସାରେ ଧନୀ ବ୍ୟକ୍ତି ଭାବରେ ଗୌତମ ଆଦାନୀ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ପାଲଟିଛନ୍ତି । ବିଶ୍ବର ଧନୀ ବ୍ୟକ୍ତିଙ୍କ ମଧ୍ୟରେ ଆଦାନୀ ଶ୍ରେଷ୍ଠ 12 ଜଣଙ୍କ ମଧ୍ୟରେ ରହିଛନ୍ତି । ଏହି ହିସାବରେ ମୁକେଶ ଅମ୍ବାନୀଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି ଗୌତମ ଆଦାନୀ । ଆଦାନୀଙ୍କ ମୋଟ ସମ୍ପତ୍ତି 97.6 ବିଲିୟନ ଡଲାର ଥିବା ବେଳେ ମୁକେଶ ଅମ୍ବାନୀଙ୍କ ମୋଟ ସମ୍ପତ୍ତି 97 ବିଲିୟନ ଡଲାର ରହି ବିଶ୍ବର ଶ୍ରେଷ୍ଠ ଧନୀ ତାଲିକାରେ 13 ସ୍ଥାନରେ ରହିଛନ୍ତି ମୁକେଶ । ତେବେ ଗୌତମଙ୍କ ପୂର୍ବରୁ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ଥିଲେ ମୁକେଶ ।

ବ୍ଲୁମବର୍ଗ ବିଲେନିୟର୍ସ ଇଣ୍ଡେକ୍ସ ମୁତାବକ, ନୂଆବର୍ଷରେ ବିଶ୍ବର ଶ୍ରେଷ୍ଠ 20 ଧନୀଙ୍କ ମଧ୍ୟରୁ କେବଳ 3 ଜଣଙ୍କର ସମ୍ପତ୍ତି ବୃଦ୍ଧି ଘଟିଛି । ଏହା ମଧ୍ୟରେ ଆଦାନୀ ଓ ମୁକେଶ ଅମ୍ବାନୀଙ୍କ ବ୍ୟତୀତ ଆମାରିକାର ନିବେଶକ ୱାରେନ ବଫେ ସାମିଲ ଅଛନ୍ତି । ଗତ 24 ଘଣ୍ଟା ମଧ୍ୟରେ ଆଦାନୀଙ୍କ ସମ୍ପତ୍ତି 7.6 ବିଲିୟନ ଡଲାର ବୁଦ୍ଧି ପାଇଛି । ତେବେ ପୂର୍ବରୁ ଡିସେମ୍ବର 2023ରେ ଶ୍ରେଷ୍ଠ ଧନୀ ତାଲିକାର 15 ତମ ସ୍ଥାନରେ ଥିଲେ ଗୌତମ । ସେହିପରି ମୁକାଶ ଅମ୍ବାନୀ ଧନୀ ତାଲିକାରେ 14 ତମ ସ୍ଥାନରେ ରହିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ.....ସୁପ୍ରିମକୋର୍ଟଙ୍କ ରାୟକୁ ନେଇ ଗୌତମ ଆଦାନୀଙ୍କ ପ୍ରତିକ୍ରିୟା, 'ଏହା ସତ୍ୟର ଜୟ'

ସୂଚନା ଅନୁସାରେ, ଆଦାନୀ ସମୂହର ଦଶଟି ତାଲିକାଭୁକ୍ତ କମ୍ପାନୀ ବୁଧବାର ସେମାନଙ୍କ ବଜାର ପୁଞ୍ଜିରେ ପ୍ରାୟ 65,500 କୋଟି ଟଙ୍କା ବୃଦ୍ଧି ଘଟାଇଛନ୍ତି । ଜାନୁୟାରୀ 3 ତାରିଖରେ ହିଣ୍ଡନବର୍ଗ- ଆଦାନୀ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ପରେ ଗୌତମ ଆଦାନୀଙ୍କ କମ୍ପାନୀର ସେୟାର ମୂଲ୍ୟ ଦ୍ରୁତ ବେଗରେ ବୃଦ୍ଧି ଘଟିଥିଲା । ଫଳସ୍ବରୁପ ଆଦାନୀ ଗ୍ରୁପ କମ୍ବାନୀ ଗୁଡ଼ିକର ସେୟାର ବୁଧବାର 15.11 ଟ୍ରିଲିୟନ ବୃଦ୍ଧି ପାଇଥିଲା, ଯାହା କି ଗୋଟିଏ ଦିନ ପୂର୍ବରୁ 14.47 ଟ୍ରିଲିୟନ ଥିଲା । ଗୋଟିଏ ଦିନରେ ଏଭଳି ଲାଭ ଫଳରେ ଗୌତମ ଆଦାନୀ ରିଲିଏନ୍ସ ଇଣ୍ଡଷ୍ଟ୍ରିଜ ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇ ଭାରତ ଏବଂ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ପାଲଟିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.