ETV Bharat / business

ଆର୍ଥିକ ଚିନ୍ତାକୁ କିପରି କରିବେ ଦୂର ? ଏଥର ଦୀପାବଳିରେ ଅନୁସରଣ କରନ୍ତୁ ଏହି ଟିପ୍ସ - ପରିବାର ପାଇଁ ସ୍ବାସ୍ଥ୍ୟବୀମା

ଦୀପାବଳି ଆସିଲେ ଆମେ ଘର ସଫାସୁତୁରା କରୁ, ବିଭିନ୍ନ ପ୍ରକାର ପୋଷାକ ଓ ବାଣ କିଣୁ । ଠିକ୍ ସେହିପରି ନିଜ ପରିବାରର ଆର୍ଥିକ ଅନ୍ଧକାର ଦୂରୀକରଣ ପାଇଁ କିଛି ନିୟମ ଅନୁସରଣ କରନ୍ତୁ । ଅଧିକ ପଢନ୍ତୁ

ଆର୍ଥିକ ଚିନ୍ତାକୁ କିପରି ଦୂର କରିବେ ? ଏଥର ଦୀପାବଳିରେ ଅନୁସରଣ କରନ୍ତୁ ଏହି ଟିପ୍ସ

author img

By

Published : Oct 23, 2022, 3:41 PM IST

ହାଇଦ୍ରାବାଦ: ଦୀପାବଳି ଆସିଲେ ଆମେ ଘର ସଫାସୁତୁରା କରୁ, ବିଭିନ୍ନ ପ୍ରକାର ପୋଷାକ ଓ ବାଣ କିଣୁ । ଜୀବନରୁ ଅନ୍ଧାକରକୁ ଦୂର କରିବା ପାଇଁ ଦୀପ ଜାଳୁ । ଠିକ୍ ସେହିଭଳି ଏଥର ଦୀପାବଳିରେ ଆମ ପରିବାରର ଆର୍ଥିକ ଚିନ୍ତା ଦୂର କରିବା ନିମନ୍ତେ ନିଜର ନିବେଶ ପୋର୍ଟଫୋଲିଓକୁ ସଫା କରିବା, ଅଣ-କାର୍ଯ୍ୟକ୍ଷମ ଯୋଜନା(Non-performing plans)ଗୁଡିକୁ ଫିଙ୍ଗିବା ଏବଂ ଦୀର୍ଘମିଆଦି ନିବେଶ କ୍ଷେତ୍ରରେ ସମାନ ଉତ୍ସାହ ପ୍ରଦର୍ଶନ କରିବା ଆବଶ୍ୟକ । ପରିବାର ଓ ସାଙ୍ଗମାନଙ୍କ ସହିତ ଆଲୋକର ଉତ୍ସବ ପାଳନ କରିବା ଅବସରରେ ଆର୍ଥିକ ବିଷୟରେ ଟିକିଏ ସମୟ ଦେବାକୁ ଭୁଲନ୍ତୁ ନାହିଁ । ଦୀପାବଳି ସମୟରେ ଆମେ ବ୍ୟକ୍ତିଗତ ଓ ପରିବାରର ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଇଥାଉ ।

ଆର୍ଥିକ ଚିନ୍ତାକୁ କିପରି ଦୂର କରିବେ ? ଏଥର ଦୀପାବଳିରେ ଅନୁସରଣ କରନ୍ତୁ ଏହି ଟିପ୍ସ
ନଆର୍ଥିକ ଚିନ୍ତାକୁ କିପରି ଦୂର କରିବେ ? ଏଥର ଦୀପାବଳିରେ ଅନୁସରଣ କରନ୍ତୁ ଏହି ଟିପ୍ସ

ଅନ୍ୟ ପର୍ବପର୍ବାଣି ତୁଳନାରେ ଏହି ପର୍ବକୁ ସମସ୍ତ ଦ୍ବିଗୁଣା ଆନନ୍ଦର ସହ ପାଳନ କରିଥାଉ । ଦୀପ ଜଳାଇବା ବେଳେ ହେଉ ଅବା ବାଣ ଫୁଟାଇବା ସମୟରେ ଯଥେଷ୍ଟ ସତର୍କ ରହିବାକୁ ପଡିଥାଏ । ସେହିଭଳି ଭାବେ ଆର୍ଥିକ କ୍ଷେତ୍ରରେ ସତର୍କତା ଅନୁସରଣ କରି ଭବିଷ୍ୟତର ଜଟିଳତାରୁ ସୁରକ୍ଷା ପାଇଁ ପରିବାରକୁ ବୀମାଭୁକ୍ତ କରିବା ଉଚିତ୍ । ପ୍ରତ୍ୟେକ ପରିବାର ପାଇଁ ଆର୍ଥିକ ସୁରକ୍ଷା ଜରୁରୀ ଅଟେ । ଆଜିକାଲି ଅନେକ ଆକର୍ଷଣୀୟ ପ୍ଲାନ ଆମ ଚାରିପଟେ ଘୁରି ବୁଲୁଛି । କିନ୍ତୁ ଖୁବ୍ ଯତ୍ନର ସହିତ ଗୋଟିଏ ପ୍ଲାନ ଚୟନ କରିବା ଉଚିତ୍ । ନଚେତ୍ ନିଜର କଷ୍ଟ ଅର୍ଜିତ ଅର୍ଥ ବୁଡ଼ିଯିବାର ସମ୍ଭାବନା ଯଥେଷ୍ଟ । ବିଶେଷକରି ଷ୍ଟକ ମାର୍କେଟ ନିବେଶ କ୍ଷେତ୍ରରେ ଏହା ଅଧିକ ଜରୁରୀ ହୋଇପଡେ । ତେଣୁ ଷ୍ଟକ କାରବାରରୁ ଦୂରେଇ ରହିବା ଭଲ । କାରଣ ଅନେକ ସମୟରେ ନିବେଶ କ୍ଷତିଗ୍ରସ୍ତ ହୋଇଥାଏ ।

ଦୀର୍ଘକାଳୀନ ବିନିଯୋଗ ଆମକୁ ଆର୍ଥିକ ସ୍ଥିରତା ଦେଇଥାଏ । କୌଣସି ନିବେଶ ପ୍ଲାନ ସମ୍ପର୍କରେ ପର୍ଯ୍ୟାପ୍ତ ସଚେତନତା ହାସଲ କରିବା ପରେ ହିଁ ନିବେଶ କରିବା ଉଚିତ୍ । ଯେତେବେଳେ ପିଲାମାନେ ବାଣ ଫୁଟାନ୍ତି, ଘରର ବଡ ଲୋକେ ସେମାନଙ୍କ ଉପରେ ତୀକ୍ଷ୍ଣ ନଜର ରଖିଥାନ୍ତି । ଠିକ୍ ସେହିଭଳି ଆର୍ଥିକ ରଣନୀତି ପ୍ରସ୍ତୁତ କରିବା ସମୟରେ ବିଶେଷଜ୍ଞଙ୍କ ପରାମର୍ଶ ନେବା ନିତାନ୍ତ ଆବଶ୍ୟକ । ଏହାବ୍ୟତୀତ ନିଜର ପରିବାରରକୁ ଜୀବନ ବୀମା ଓ ସ୍ବାସ୍ଥ୍ୟ ବୀମା ସହ କଭର କରିବାକୁ କେବେ ଭୁଲନ୍ତୁ ନାହିଁ । ଯଦି ଆପଣ ଏ ଯାଏଁ ଏହି ବୀମା କରିନାହାନ୍ତି ତେବେ ଏଥର ଦୀପାବଳିରେ ସର୍ବପ୍ରଥମେ ଏହି ବୀମା ପଲିସି(insurance policy) କିଣନ୍ତୁ ।

ପ୍ରତ୍ୟେକ ପର୍ବପର୍ବାଣିରେ ଆମେ ନୂଆ ନୂଆ ପୋଷାକ ଓ ଫ୍ୟାନ୍ସି ଜିନିଷ କିଣିବା ପାଇଁ ଆଗୁଆ ଯୋଜନା କରୁ । ନିବେଶ କ୍ଷେତ୍ରରେ ମଧ୍ୟ ସମାନ ଉତ୍ସାହ ଦେଖାଇବା ଉଚିତ୍ । ସଞ୍ଚୟ ଓ ନିବେଶ ଲାଗି ପୂର୍ବରୁ ଯୋଜନା କଲେ ହିଁ ଭବିଷ୍ୟତରେ ଭଲ ରେଜଲ୍ଟ ମିଳିପାରିବ ।

ଯେମିତ ବିଭିନ୍ନ ପ୍ଲାନଗୁଡିକର ଦୁର୍ବଳତା ଓ ବିଭେଦତାକୁ ବିଚାର କରି ନିବେଶ କରିବା ଆବଶ୍ୟକ । ଯେମିତି କିଛି ବାଣରେ ଅଧିକ ରିସ୍କ ଏବଂ ଆଉ କିଛିରେ କମ୍ ରିସ୍କ ରହିଥାଏ । ଠିକ୍ ସେହପରି କିଛି ନିବେଶ ଅଧିକ କ୍ଷତି ଅର୍ଜନକାରୀ ହୋଇପାରେ । ଏହିଭଳି ନିବେଶ ଠାରୁ ଦୂରେଇ ରହିବା ଉଚିତ୍ । ବାଣଗୁଡିକ ଭିତରେ ବିପଦ ଲୁଚି ରହିଥାଏ । ଏଥିପାଇଁ ଆମେ ପୂର୍ବରୁ ସୁରକ୍ଷା ଉପକରଣ ପ୍ରସ୍ତୁତ କରିଥାଉ । ସେହିପରି ଜୀବନର ଯେକୌଣସି ଅପ୍ରତ୍ୟାଶିତ ଘଟଣାରୁ ମୁକାବିଲା ପାଇଁ ଛଅ ମାସର EMI ଓ ବ୍ୟୟ ତୁଲାଇ ପାରୁଥିବା ଆବଶ୍ୟକୀୟ ପାଣ୍ଠି ସହ ପ୍ରସ୍ତୁତ ରଖିବା ଆବଶ୍ୟକ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.