ETV Bharat / business

ଆଜିଠୁ ପ୍ରାକ ବଜେଟ ଆଲୋଚନା, ଫେବୃଆରୀ ପହିଲାରେ ବଜେଟ

author img

By

Published : Nov 21, 2022, 7:57 AM IST

2023-24 ଆର୍ଥିକ ବଜେଟ ନେଇ ପ୍ରସ୍ତୁତି ଚଳାଇଛନ୍ତି କେନ୍ଦ୍ର ସରକାର । ଆସନ୍ତା ଫେବୃଆରୀରେ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରାଯିବାକୁ ଥିବାବେଳେ ଆଜିଠୁ ପ୍ରାକ ବଜେଟ ଆଲୋଚନା କରିବେ ଅର୍ଥମନ୍ତ୍ରୀ । ଅଧିକ ପଢନ୍ତୁ

ପ୍ରାକ ବଜେଟ
ପ୍ରାକ ବଜେଟ

ନୂଆଦିଲ୍ଲୀ: ଆଜିଠୁ ପ୍ରାକ ବଜେଟ ଆଲୋଚନା(pre-budget)। 2023-24 ଆର୍ଥିକ ବଜେଟ ନେଇ ପ୍ରସ୍ତୁତି ଚଳାଇଛନ୍ତି କେନ୍ଦ୍ର ସରକାର । ଆସନ୍ତା ଫେବୃଆରୀରେ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରାଯିବାକୁ ଥିବାବେଳେ ଆଜିଠୁ ପ୍ରାକ ବଜେଟ ଆଲୋଚନା ଆରମ୍ଭ ହେବ । ଏହି ବୈଠକରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ(Finance Minister Nirmala Sitharaman) ଶିଳ୍ପ କ୍ଷେତ୍ରରେ ଅନେକ ନେତୃବୃନ୍ଦଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି । ଭର୍ଚୁଆଲରେ ଏହି ବୈଠକ ଅନୁଷ୍ଠିକ ହେବା ନେଇ ସୂଚନା ରହିଛି । ଏନେଇ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି ।

  • Union Finance Minister Smt. @nsitharaman will start her #PreBudget2023 consultations with different stakeholder Groups from tomorrow, 21st Nov 2022, in New Delhi, in connection with the forthcoming Union Budget 2023-24. The meetings will be held virtually. (1/2) pic.twitter.com/0UTOXNRv5a

    — Ministry of Finance (@FinMinIndia) November 20, 2022 " class="align-text-top noRightClick twitterSection" data=" ">

ଅର୍ଥମନ୍ତ୍ରାଳୟ ପକ୍ଷରୁ ଟ୍ବିଟ ଯୋଗେ କୁହାଯାଇଛି," 2023-24 ଆର୍ଥିକ ବଜେଟ ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନେତୃତ୍ବରେ ସୋମବାର ଠାରୁ ପ୍ରାକ ବଜେଟ ଆଲୋଚନା ହେବ । ନୂଆଦିଲ୍ଲୀରେ ପୂର୍ବାହ୍ନ ଏବଂ ଅପରାହ୍ନରେ ଭର୍ଚୁଆଲରେ ଏହି ବୈଠକ କରାଯିବ । ଶିଳ୍ପ କ୍ଷେତ୍ରରେ ଅନେକ ନେତୃବୃନ୍ଦଙ୍କ ସହ ଭିତ୍ତିଭୂମି ହିତାଧିକାରୀ ଏବଂ ଜଳବାୟୁ ପରିବର୍ତ୍ତନର ଗୋଷ୍ଠୀଙ୍କ ସହ ଆଲୋଚନା କରିବେ ।"

ଏହା ମଧ୍ୟ ପଢନ୍ତୁ: Morbi Bridge Collapsed: ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ

ଏହା ପୂର୍ବରୁ ବିଭିନ୍ନ ମନ୍ତ୍ରାଳୟ ସହିତ ପ୍ରଥମ ପର୍ଯ୍ୟାୟ ବୈଠକ ଶେଷ ହୋଇଛି । ଏହି ବୈଠକର ଆଲୋଚନାରେ ଭିତ୍ତିଭୂମି ହିତାଧିକାରୀ ଏବଂ ଜଳବାୟୁ ପରିବର୍ତ୍ତନର ପ୍ରଥମ ଗୋଷ୍ଠୀଙ୍କ ସହ ସକାଳ ସମୟରେ ବୈଠକ ଅନୁଷ୍ଠିତ ହେବ । ଏହାପରେ ଆସନ୍ତାକାଲି ଆର୍ଥିକ କ୍ଷେତ୍ର ଏବଂ ପୁଞ୍ଜି ବଜାର ଏବଂ କୃଷି ଏବଂ କୃଷି ପ୍ରକ୍ରିୟାକରଣ କ୍ଷେତ୍ର ସହ ଜଡିତ ହିତାଧିକାରୀମାନଙ୍କ ସହ ଏକ ବୈଠକ ଅନୁଷ୍ଠିତ ହେବ । ସେହିପରି 24 ତାରିଖରେ ସେବା ଏବଂ ବାଣିଜ୍ୟ ଗୋଷ୍ଠୀ ସହ ଆଲୋଚନା କରାଯିବ । ତେବେ ନଭେମ୍ବର 28 ତାରିଖରେ ଶ୍ରମିକ ସଂଗଠନ ଓ ଅପରାହ୍ନରେ ଅର୍ଥନୀତିଜ୍ଞ ଗୋଷ୍ଠୀ ସହ ବୈଠକ କରିବେ ।

ତେବେ ବୈଠକ ପୂର୍ବରୁ ଶିଳ୍ପସଂଘ CII ପକ୍ଷରୁ ସରକରାଙ୍କୁ କେତେବ ପ୍ରସ୍ତାବ ଦିଆଯାଇଛି । ବ୍ୟକ୍ତିଗତ ଆୟକର ଯେପରି ହ୍ରାସ କରାଯାଇ ପାରିବ ସେନେଇ ବ୍ୟବସ୍ଥା କରିବାକୁ ସରକାରଙ୍କୁ କୁହାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.