ETV Bharat / business

ଗତବର୍ଷ ଅପେକ୍ଷା ଚଳିତ ଶୀତଋତୁରେ 8% ବଢ଼ିବ ବିମାନ ଉଡ଼ାଣ

author img

By ETV Bharat Odisha Team

Published : Oct 24, 2023, 10:03 PM IST

ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଓ) 2023 ପାଇଁ ଘରୋଇ ଶୀତକାଳୀନ କାର୍ଯ୍ୟସୂଚୀ ଜାରି କରିଛି । ଯେଉଁଥିରେ ବିମାନ ଯାତ୍ରା ଶୀତଋତୁରେ ବୃଦ୍ଧି ପାଇବ ବୋଲି ସଂକେତ ଦେଇଛି । 2023 କାର୍ଯ୍ୟସୂଚୀ ଅନୁଯାୟୀ, 118 ବିମାନ ବନ୍ଦରକୁ ସଂଯୋଗ କରୁଥିବା ସମୁଦାୟ 23,732 ଟି ସାପ୍ତାହିକ ବିମାନ ଉଡ଼ାଣ କରିବ । ଅଧିକ ପଢ଼ନ୍ତୁ

ଶୀତଋତୁରେ 8 ପ୍ରତିଶତ ବଢ଼ିବ ବିମାନ ଉଡ଼ାଣ
ଶୀତଋତୁରେ 8 ପ୍ରତିଶତ ବଢ଼ିବ ବିମାନ ଉଡ଼ାଣ

ନୂଆଦିଲ୍ଲୀ: ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଓ) 2023 ପାଇଁ ଘରୋଇ ଶୀତକାଳୀନ କାର୍ଯ୍ୟସୂଚୀ ଜାରି କରିଛି । ଯେଉଁଥିରେ ବିମାନ ଯାତ୍ରା ଶୀତଋତୁରେ ବୃଦ୍ଧି ପାଇବ ବୋଲି ସଂକେତ ଦେଇଛି । 2023 କାର୍ଯ୍ୟସୂଚୀ ଅନୁଯାୟୀ, 118 ବିମାନ ବନ୍ଦରକୁ ସଂଯୋଗ କରୁଥିବା ସମୁଦାୟ 23,732 ଟି ସାପ୍ତାହିକ ବିମାନ ଉଡ଼ାଣ କରିବ । ତେବେ ପ୍ରତିବର୍ଷ ଅକ୍ଟୋବର 29 ରୁ ମାର୍ଚ୍ଚ 30 ତାରିଖ ପର୍ଯ୍ୟନ୍ତ ଶୀତକାଳୀନ କାର୍ଯ୍ୟସୂଚୀ ଚାଲିଥାଏ ।

ଡିଜିସିଏର ସୂଚନା ଅନୁସାରେ, ଗତବର୍ଷ କୁଳନାରେ ଚଳିତ ବର୍ଷ 8 ପ୍ରତିଶତ ବିମାନ ଚଳାଚଳ ବଢ଼ିବ । ବିମାନଯାତ୍ରୀଙ୍କ ସଂଖ୍ୟା ବଢ଼ୁଥିବାରୁ ବିମାନ ସଂଖ୍ଯା ମଧ୍ୟ ବଢ଼ିବ । ତେବେ ଗତ ଗ୍ରୀଷ୍ମକାଳୀନ କାର୍ଯ୍ୟସୂଚୀରେ 110 ବିମାନ ବନ୍ଦରରୁ ସପ୍ତାହକୁ 22907 ବିମାନ ଉଡ଼ାଣ କରିଥିବା ବେଳେ ଶୀତକାଳୀନ କାର୍ଯ୍ୟସୂଚୀରେ ପ୍ରତି ସପ୍ତାହରେ 118 ବିମାନ ବନ୍ଦରରୁ 23,732 ବିମାନ ଉଡ଼ାଣ କରିବ । ଯାହା ଗ୍ରୀଷ୍ମକାଳୀନ କାର୍ଯ୍ୟସୂଚୀ ତୁଳନାରେ 3.60 ପ୍ରତିଶତ ବୃଦ୍ଧି ହୋଇଛି ।

ଡିଜିସିଏର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଏହି 118 ବିମାନ ବନ୍ଦର ମଧ୍ୟରୁ ଭଟିଣ୍ଡା, ଜୈସଲମେର, ଲୁଧିଆନା, ନାନ୍ଦେଡ଼, ଶିବମୋଗା, ସଲେମ, ଉତ୍କେଲା, ହିଣ୍ଡନ ଓ ଜିରୋ ହେଉଛି ଏୟାରଲାଇନ ଦ୍ବାରା ଦିଆଯାଇଥିବା ନୂତନ ବିମାନ ବନ୍ଦର । 2023 ଶୀତକାଳୀନ କାର୍ଯ୍ୟସୂଚୀରେ ଏହି ବିମାନ ବନ୍ଦରରୁ ଉଡ଼ାଣ କରିବା ପାଇଁ ପ୍ରସ୍ତାବ ଥିବା ବେଳେ ଗୋଇଣ୍ଡିଆ ବିମାନ ବନ୍ଦରକୁ ଏଥିରେ ସ୍ଥାନିତ କରାଯାଇ ନାହିଁ ।

ଏହା ମଧ୍ୟ ପଢ଼ନ୍ତୁ...Bhubaneswar Guwahati Direct flight: ଉତ୍ତର-ପୂର୍ବାଞ୍ଚଳ ସହ ଯୋଡ଼ି ହେବ ଓଡ଼ିଶା, ଗୌହାଟିକୁ ଉଡିବ ବିମାନ

ତେବେ ଏହି କାର୍ଯ୍ୟସୂଚୀରେ ଇଣ୍ଡିଗୋ ସର୍ବାଧିକ 13119 ଟି ସାପ୍ତାହିକ ବିମାନ ଅପରେଟ କରୁଥିବା ବେଳେ ଏଲାୟନ୍ସ 914 ଟି, ଏୟାର ଇଣ୍ଡିଆ 2367 ଟି, ଏୟାର ଏସିଆ 1457 ଟି, ସ୍ପାଇସଜେଟ 2132 ଟି, ବିସ୍ତାରା 1902 ଟି, ଷ୍ଟାର ଏୟାର 247 ଟି, ଏୟାର ଇଣ୍ଡିଆ ଏକ୍ସପ୍ରେସ 483 ଟି, ଅକାଶ ଏୟାର 790ଟି ଏବଂ ପବନ ହଂସ 18ଟି ଅତିରିକ୍ତ ଉଡ଼ାଣ ସଂଚାଳିତ କରିବ । ତେବେ 2022 ଶୀତକାଳୀନ କାର୍ଯ୍ୟସୂଚୀ ତୁଳନାରେ 2023 କାର୍ଯ୍ୟସୂଚୀରେ 8.16 ପ୍ରତିଶତ ବୃଦ୍ଧି ଘଟିଛି । ଏହାସହ ଗତବର୍ଷ ଅପେକ୍ଷା ଚଳିତ ବର୍ଷ ଉଡ଼ାଣରେ ଆକାଶ ଏୟାର 64.93 ପ୍ରତିଶତ, ଇଣ୍ଡିଗୋ 30.08 ପ୍ରତିଶତ ଏବଂ ଏୟାର ଇଣ୍ଡିଆର 18.94 ପ୍ରତିଶତ ବୃଦ୍ଧି ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ.....ନଭେମ୍ବରରୁ ଝାରସୁଗୁଡ଼ାରୁ କୋଲକାତା ଓ ବେଙ୍ଗାଲୁରୁକୁ ଉଡ଼ିବ ବିମାନ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.