ETV Bharat / business

ବିଶ୍ବ ଅନିଶ୍ଚିତତା ଓ ଘରୋଇ ବ୍ୟାଘାତ ପାଇଁ ମୁଦ୍ରାସ୍ଫୀତି ବୃଦ୍ଧି: ଅର୍ଥମନ୍ତ୍ରୀ - ମୁଦ୍ରାସ୍ଫୀତି ବୃଦ୍ଧି

ମଙ୍ଗଳବାର ଅର୍ଥନୀତି ବ୍ୟାପାର ବିଭାଗ ଦ୍ବାରା ମାସିକ ଆର୍ଥିକ ସମୀକ୍ଷା ରିପୋର୍ଟ ଜାରି ହୋଇଛି । ଅଧିକ ପଢ଼ନ୍ତୁ

ମୁଦ୍ରାସ୍ଫୀତି ବୃଦ୍ଧି
ମୁଦ୍ରାସ୍ଫୀତି ବୃଦ୍ଧି
author img

By ETV Bharat Odisha Team

Published : Aug 23, 2023, 11:30 AM IST

ନୂଆଦିଲ୍ଲୀ: ଭାରତରେ ଘରୋଇ ଉପଭୋଗ ଏବଂ ବିନିଯୋଗର ଚାହିଦାରେ ଅଭିବୃଦ୍ଧି ଜାରି ରହିବା ନେଇ ଆଶା କରାଯାଉଛି । କିନ୍ତୁ ବିଶ୍ବ ଅନିଶ୍ଚିତତା ଓ ଘରୋଇ ବ୍ୟାଘାତ ଆସନ୍ତା ମାସରେ ମୁଦ୍ରାସ୍ଫୀତି ଚାପକୁ ଆହୁରି ବୃଦ୍ଧି କରିପାରେ । ତେବେ ଏଥିପାଇଁ କେନ୍ଦ୍ର ଓ ଆରବିଆଇକୁ ଅଧିକ ସତର୍କ ରହିବାକୁ ପଡ଼ିବ । ଏନେଇ ମଙ୍ଗଳବାର ଅର୍ଥନୀତି ବ୍ୟାପାର ବିଭାଗ ଦ୍ବାରା ମାସିକ ଆର୍ଥିକ ସମୀକ୍ଷା ରିପୋର୍ଟରେ ଏହା ପ୍ରକାଶ ପାଇଛି ।

ଏହା ମଧ୍ୟ ପଢ଼ନ୍ତୁ....ମୁଦ୍ରାସ୍ଫୀତି ମୁକାବିଲାରେ ଫେଲ୍: କେନ୍ଦ୍ରକୁ ରିପୋର୍ଟ ଦେବ ରିଜର୍ଭ ବ୍ୟାଙ୍କ

ଏହି ରିପୋର୍ଟରେ କୁହାଯାଇଛି ଯେ, ସରକାର ଦେଶରେ ଖାଦ୍ୟ ସାମଗ୍ରୀ ଉପରେ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବା ପାଇଁ ପୂର୍ବରୁ ସତର୍କମୂଳକ ପଦକ୍ଷପ ଗ୍ରହଣ କରିଛନ୍ତି । ଯାହାଦ୍ବାରା ଫ୍ରେସ୍‌ ଷ୍ଟକ ଆସିବା ସହିତ ବଜାର ମୂଲ୍ୟର ଚାପ ଶୀଘ୍ର କମ୍‌ ହେବାର ସମ୍ଭାବନା ରହିଛି । ଏହାସହ ବିଶ୍ବ ସ୍ତରରେ ଉଦ୍ୟୋଗୀ ନୀତିର ସକ୍ରିୟ ଅନୁସରଣର ସ୍ଥିତି ସମ୍ଭାବନାକୁ ଆହୁରି ମଜବୁତ କରିବା ପାଇଁ ବାହ୍ୟ ସେକ୍ଟରରେ ତଦାରଖ କରିବାର ଆବଶ୍ୟକ ରହିଛି । ତେବେ ଏହି ସମୟରେ ସରକାର ପିଆଜ ଉପରେ ରପ୍ତାନୀ ଶୁଳ୍କ ଲାଗୁ କରିଛନ୍ତି। ଏହାସହ କିଛି ଡାଲି ଜାତୀୟ ଦ୍ରବ୍ୟ ଉପରେ ମଧ୍ୟ ଆମଦାନୀ ଶୁଳ୍କ ହ୍ରାସ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ....ଗହମ ଦର ବଢିଲେ, ସୁଧହାର ବଢିବ, ଜାଣନ୍ତୁ କେମିତି

ସେବା ରପ୍ତାନୀରେ ଭାରତ ଲଗାତାର ଭଲ ପ୍ରଦର୍ଶନ କରୁଛି ଏବଂ ଏହା ଆଗକୁ ଏଭଳି ଜାରି ରହିବା ନେଇ ସମ୍ଭାବନା ରହିଛି । ବର୍ତ୍ତମାନରେ ଅଧିକାଂଶ ଲୋକ ଓ୍ବାର୍କ ଫ୍ରମ ହୋମକୁ ପ୍ରାଧାନ୍ୟ ଦେଉଛନ୍ତି । ଯାହା ସାଧାରଣତଃ ଗ୍ଲୋବାଲ କାପାବିଲିଟି ସେଣ୍ଟର ଉପରେ ପ୍ରଭାବ ପକାଉଛି । ତେବେ ଏହା ମଧ୍ୟରେ ଭାରତୀୟ ସେବାର ରପ୍ତାନୀର ବାହାର ଚାହିଦା ଏବଂ ରୋଜଗାର ନିଯୁକ୍ତି ଉପରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଭଳି କୃତିମ ଜ୍ଞାନ କୈଶଳର ବ୍ୟବହାରର ପ୍ରଭାବ ଉପରେ ନଜର ରଖିବାର ଆବଶ୍ୟକ ରହିଛି ବୋଲି ସମୀକ୍ଷା ରିପୋର୍ଟରେ କୁହାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ....Retail Inflation: ସର୍ବୋଚ୍ଚ ସ୍ତରରେ ଖୁଚୁରା ମୁଦ୍ରାସ୍ଫୀତି, ଭାଙ୍ଗିଲା 8 ବର୍ଷର ରେକର୍ଡ

ଏଥିରେ ଆହୁରି କୁହାଯାଇଛି ଯେ, ଆମେରିକା ବଣ୍ଡ ୟିଲ୍ଡରେ ବୃଦ୍ଧି କାରଣରୁ ବିଶ୍ବ ସେୟାର ବଜାର କାରବାରରେ ହ୍ରାସ ହେବା ନେଇ ଆଶଙ୍କା କରାଯାଉଛି । ଏହାସହ ଆଗକୁ ମନିଟାରି ପଲିସି କଡା଼କଡି଼ ହେବାର ଆଶଙ୍କା କରାଯାଉଥିବା ବେଳେ ଉଦୀୟମାନ ଅର୍ଥବ୍ୟବସ୍ଥା ଭାରତୀୟ ସେୟାର ବଜାରକୁ ପ୍ରଭାବିତ କରିବ ।

ବ୍ୟୁରେ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.