ETV Bharat / business

Explained: ଭାରତୀୟ ସମ୍ବିଧାନରେ ଆର୍ଥିକ ଜରୁରୀ ପରିସ୍ଥିତି କ'ଣ - ଧାରା ୩୬୦

ଆର୍ଥିକ ଜରୁରୀ ପରିସ୍ଥିତି ସମୟରେ ସବୁ ବର୍ଗର କର୍ମଚାରୀଙ୍କ ଦରମା ପ୍ରଭାବିତ ହୁଏ । ତେବେ ଆପଣ ଜାଣନ୍ତି କି ଆର୍ଥିକ ଜରୁରୀ ପରିସ୍ଥିତ କ'ଣ ଏବଂ କେତେଥର ଲାଗୁ ହୋଇଛି ? ଜାଣନ୍ତୁ

ଜାଣନ୍ତୁ ଆର୍ଥିକ ଜରୁରୀ ପରିସ୍ଥିତି କ'ଣ
ଜାଣନ୍ତୁ ଆର୍ଥିକ ଜରୁରୀ ପରିସ୍ଥିତି କ'ଣ
author img

By

Published : Jul 2, 2023, 9:24 PM IST

ନୂଆଦିଲ୍ଲୀ: ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଦ୍ବାରା ଜାରି ହୋଇଥିବା ଜରୁରୀ ପରିସ୍ଥିତିକୁ ନିକଟରେ ୪୮ ବର୍ଷ ପୁରୁଛି । ୧୯୭୧ ଲୋକସଭା ନିର୍ବାଚନରେ ୟୁପି ରାଏବରେଲି ଲୋକସଭା ଆସନରୁ ଇନ୍ଦିରା ଗାନ୍ଧୀଙ୍କ ବିଜୟକୁ ଆହ୍ଲାବାଦ ହାଇକୋର୍ଟ ଅବୈଧ ଘୋଷିତ କରିବା ଏବଂ ୬ ବର୍ଷ ନିର୍ବାଚନ ଲଢିବା ଉପରେ କଟକଣା ଲଗାଇବା ପରେ ସେ ୧୯୭୫ ମସିହାରେ ଏମରେଜନ୍ସି ବା ଜରୁରୀ ପରିସ୍ଥିତି ଲାଗୁ କରିଥିଲେ ।

ଆହ୍ଲାବାଦ ହାଇକୋର୍ଟଙ୍କ ରାୟ ବିରୋଧରେ ଇନ୍ଦିରା ଗାନ୍ଧୀ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । କିନ୍ତୁ ସର୍ବୋଚ୍ଚ ଅଦାଲତ ହାଇକୋର୍ଟଙ୍କ ରାୟକୁ କାଏମ ରଖିଥିଲେ ଏବଂ ସାଂସଦ ଭାବେ ତାଙ୍କୁ ମିଳୁଥିବା ସବୁ ବିଶେଷ ଅଧିକାର ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଇନ୍ଦିରା ଗାନ୍ଧୀ ସମ୍ବିଧାନର ଧାରା ୩୫୨ ଅଧିନରେ ଏମରଜେନ୍ସି ଲାଗୁ କରିବାକୁ ନିଷ୍ପତ୍ତି ନେଇଥିଲେ । ତେବେ ରାଷ୍ଟ୍ରପତିଙ୍କ ଜରିଆରେ ଭାରତରେ ଏମରେଜେନ୍ସି ଲାଗୁ ହେବାର ଏହା ପ୍ରଥମ ଘଟଣା ନଥିଲା । ବରଂ ଏହାକୁ ମିଶାଇ ଭାରତ ୩ ଥର ଜାତୀୟ ଏମରଜେନ୍ସି ଦେଖିଥିଲା ।

ପ୍ରଥମେ ୧୯୬୨ ମସିହା ଭାରତ ଓ ଚୀନ ମଧ୍ୟରେ ଯୁଦ୍ଧ ସମୟରେ ଜାତୀୟ ଜରୁରୀ ପରିସ୍ଥିତି ଘୋଷଣା ହୋଇଥିଲା । ଦ୍ବିତୀୟ ଥର ଭାରତ-ପାକିସ୍ତାନ ଯୁଦ୍ଧ ବେଳେ ଲାଗୁ ହୋଇଥିଲା । ଯାହାର ପରିମାଣ ସୂରୁପ ନୂଆ ବାଲାଂଦେଶର ଜନ୍ମ ହୋଇଥିଲା । ତେବେ ଦେଶରେ ଆର୍ଥିକ ଜରୁରୀ ପରିସ୍ଥିତି ଘୋଷଣା କରିବା ପାଇଁ କମ୍ ଚର୍ଚ୍ଚିତ ମାତ୍ର ସେତିକି ସୁଦୃଢ ଗୋଟିଏ ପ୍ରାବଧାନ ରହିଛି ।

ଧାରା ୩୬୦ ଅଧିନରେ ଆର୍ଥିକ ଜରୁରୀ ପରିସ୍ଥିତି:

ସମ୍ବିଧାନର ଧାରା ୩୬୦ ଅନୁସାରେ, ଯଦି ରାଷ୍ଟ୍ରପତି ନିଶ୍ଚିତ ହୁଅନ୍ତି ଯେ ଭାରତ ବା ଏହାର ଭୂଖଣ୍ଡର କୌଣସି ଭାଗରେ ଦେଶର ଆର୍ଥିକ ସ୍ଥିରତା କିମ୍ବା କ୍ରୟ କ୍ଷମତା ପ୍ରତି ବିପଦ ରହିଛି, ଏପରି ସ୍ଥଳେ ସେ ଆର୍ଥିକ ଜରୁରୀ ପରିସ୍ଥିତି ଘୋଷଣା କରିପାରିବେ । ଅର୍ଥାତ୍ ଦେଶ କିମ୍ବା କୌଣସି ରାଜ୍ୟର ଗୁରୁତର ଆର୍ଥିକ ଦୂରାବସ୍ଥା ସ୍ଥିତିରେ ଧାରା ୩୬୦ ଅନୁସାରେ ରାଷ୍ଟ୍ରପତିଙ୍କ ଦ୍ବାରା ଆର୍ଥିକ ଏମରଜେନ୍ସି ଲାଗୁ କରାଯାଇପାରିବ । ସମାନ ଧାରା ଅଧିନରେ ଭାରତର ରାଷ୍ଟ୍ରପତି ଏହାକୁ ପ୍ରତ୍ୟାହାର କରିପାରବେ ମଧ୍ୟ ।

ଥରେ ଆର୍ଥିକ ଜରୁରୀ ପରିସ୍ଥିତି ଲାଗୁ ହେବା ପରେ ଏହାର ଘୋଷଣାନାମା(Proclamation)) ସଂସଦର ପ୍ରତ୍ୟେକ ଗୃହରେ ଉପସ୍ଥାପନ କରାଯିବ । ଯଦି ଏକ ପ୍ରସ୍ତାବ ମାଧ୍ୟମରେ ଦୁଇଟି ଯାକ ଗୃହ ଦ୍ବାରା ଏହାକୁ ଅନୁମୋଦନ କରାନଯାଏ ତେବେ ଦୁଇ ମାସ ପରେ ଏହି ଏମର୍ଜେନ୍ସି ଆଉ ବଳବତ୍ତର ରହିବ ନାହିଁ । ତେବେ ଜରୁରୀ ପରିସ୍ଥିତି କାଳରେ କେନ୍ଦ୍ର ରାଷ୍ଟ୍ରପତିଙ୍କ ଆବଶ୍ୟକତା ଅନୁଯାୟୀ ଯେକୌଣସି ପ୍ରକାର ନିର୍ଦ୍ଦେଶ ରାଜ୍ୟଗୁଡିକୁ ଦେଇପାରେ । ।

ସରକାରୀ କର୍ମଚାରୀଙ୍କ ଦରମା ପ୍ରଭାବିତ ହୁଏ:

ଆର୍ଥିକ ଜରୁରୀ ପରିସ୍ଥିତି ଲାଗୁ ସମୟରେ ରାଜ୍ୟର ସରକାରୀ କର୍ମଚାରୀଙ୍କୁ ବେତନ ଓ ଭତ୍ତା ପ୍ରଭାବିତ ହୋଇଥାଏ । ଆବଶ୍ୟକସ୍ଥଳେ ଯେକୌଣସି ବର୍ଗର କର୍ମଚାରୀଙ୍କ ଦରମା ଓ ଭତ୍ତା କାଟ୍ କରିବାକୁ କେନ୍ଦ୍ର ନିର୍ଦ୍ଦେଶ ଦେଇପାରେ । ଏମରଜେନ୍ସି ସମୟରେ କେନ୍ଦ୍ର ସରକାର କେବଳ ନିଜ ଅଧିକାରୀ ଏବଂ କର୍ମଚାରୀଙ୍କ ବେତନ ହ୍ରାସ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇପାରିବେ ନାହିଁ ବରଂ ସେ ଚାହିଁଲେ ସବୁ ବର୍ଗ ଅଧିକାରୀଙ୍କ ବେତନ ଓ ଭତ୍ତା ହ୍ରାସ କରାପାରିବେ । ଏହାମଧ୍ୟରେ ହାଇକୋର୍ଟ ଓ ସୁପ୍ରିମକୋର୍ଟ ବିଚାରପତିଙ୍କ ଦରମା ଓ ଭତ୍ତା ମଧ୍ୟ ଅନ୍ତର୍ଭୁକ୍ତ ।

ଦେଶରେ କେତେଥର ଆର୍ଥିକ ଜରୁରୀ ପରିସ୍ଥିତ ଲାଗୁ ହୋଇଛି ?

୧୯୯୧ ମସିହା ଉତ୍କଟ ଆର୍ଥିକ ସଙ୍କଟ ଭଳି କଠିନ ସମୟ ସତ୍ତ୍ବେ ଭାରତର କେବେ ବି ଆର୍ଥିକ ଜରୁରୀ ପରିସ୍ଥିତି ଲାଗୁ କରାଯାଇ ନାହିଁ । ଏହି ସମୟରେ ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ସମ୍ପୂର୍ଣ୍ଣ ଖାଲି ହୋଇଯାଇଥିଲା । ମାତ୍ର ୩ ସପ୍ତାହ ଆମଦାନୀ ପୁରଣ କରିବାର କ୍ଷମତା ରହିଥିଲା । ଯଦିଓ ୨୦୨୦ ପ୍ରାରମ୍ଭରେ କୋଭିଡ-୧୯ ମହାମାରୀ ପ୍ରକୋପ ଯୋଗୁଁ ଆର୍ଥିକ ଜରୁରୀ ପରିସ୍ଥିତି ଚର୍ଚ୍ଚା ଉଠିଥିଲା, କିନ୍ତୁ ଏହାକୁ ଲାଗୁ କରାଯାଇ ନଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.