ETV Bharat / business

LPG Price Hike: ୨୦୯ ଟଙ୍କା ବଢ଼ିଲା କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ଦର - ୨୦୯ ଟଙ୍କା ବଢିଲା କମର୍ସିଆଲ ସିଲିଣ୍ଡର

୨୦୯ ଟଙ୍କା ବଢ଼ିଲା କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ଦର । ଦିଲ୍ଲୀରେ ଗ୍ୟାସ ସିଲିଣ୍ଡର ଦାମ ୧୭୩୧.୫୦ ଟଙ୍କାକୁ ବୃଦ୍ଧି । ଅଧିକ ପଢ଼ନ୍ତୁ

ବଢିଲା କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ଦର
ବଢିଲା କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ଦର
author img

By ETV Bharat Odisha Team

Published : Oct 1, 2023, 9:29 AM IST

ନୂଆଦିଲ୍ଲୀ: ମାସ ଆରମ୍ଭରୁ ମହଙ୍ଗା ମାଡ଼ । ବଢିଲା ରନ୍ଧନ ଗ୍ୟାସ ଦର । ରାଷ୍ଟ୍ରାୟତ ତୈଳ ବିପଣନ କମ୍ପାନୀ ଆଜି(ରବିବାର) କର୍ମସିଆଲ ଗ୍ୟାସ ଦର ବଢାଇଛନ୍ତି । ୧୯ କିଲୋଗ୍ରାମ ବିଶିଷ୍ଟ କର୍ମସିଆଲ ଏଲପିଜି ସିଲିଣ୍ଡର ଦାମ୍ ୨୦୯ ଟଙ୍କା ବୃଦ୍ଧି ପାଇଛି । ତେବେ ଘରୋଇ ଏଲପିଜି ସିଲିଣ୍ଡର ମୂଲ୍ୟ ଅପରିବର୍ତ୍ତିତ ରହିଛି । ଆଜିଠୁ ବର୍ଦ୍ଧିତ ଦର ଲାଗୁ ହେବା ପରେ ଜାତୀୟ ରାଜଧାନୀ ଦିଲ୍ଲୀରେ କମର୍ସିଆଲ ଗ୍ୟାସ ସିଲିଣ୍ଡର ଦାମ ୧୭୩୧.୫୦ ଟଙ୍କା ହୋଇଯାଇଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ସେପ୍ଟେମ୍ବର ପହିଲାରେ କର୍ମସିଆଲ ଏଲପିଜି ସିଲିଣ୍ଡର ୧୫୮ ଟଙ୍କା ଶସ୍ତା ହୋଇଥିଲା । ହେଲେ ମାସକ ପରେ ଏହା ଏକାଥରେ ୨୦୯ ବୃଦ୍ଧି ପାଇଛି । ଫଳରେ ବାଣିଜ୍ୟ ନଗରୀ ମୁମ୍ବାଇରେ ୧୯ କିଲୋ କମର୍ସିଆଲ ସିଲିଣ୍ଡର ୧୬୮୪ ଟଙ୍କା, ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌ ସହରରେ ୧୮୪୫ ଟଙ୍କା, ଚେନ୍ନାଇରେ ୧୮୯୮ ଟଙ୍କା, ବେଙ୍ଗାଲୁରୁରେ ୧୮୧୩ ଟଙ୍କା ଓ କୋଲକାତାରେ ୧୮୩୯ ଟଙ୍କାକୁ ବୃଦ୍ଧି ପାଇଛି ।

ପ୍ରତି ମାସ ପହିଲାରେ ଏଲପିଜି ସିଲିଣ୍ଡର ଦରରେ ସଂଶୋଧନ ହୋଇଥାଏ । ରେସ୍ତୋରାଁ, ଚା' ଷ୍ଟଲ୍‌, ହୋଟେଲ ଓ ଅନ୍ୟ ଭୋଜନାଳୟଗୁଡ଼ିକ କର୍ମସିଆଲ ଗ୍ୟାସ ସିଲିଣ୍ଡରର ବଡ଼ ଉପଭୋକ୍ତା ଅଟନ୍ତି । ଏହି ଗ୍ୟାସ ଦାମ ବଢିଲେ ସେମାନେ ନିଜ ଖାଦ୍ୟପଦାର୍ଥ ମୂଲ୍ୟ ମଧ୍ୟ ବଢାଇଥାନ୍ତି । ତେଣୁ କମର୍ସିଆଲ ଗ୍ୟାସ ମହଙ୍ଗା ହେବା କେବଳ ହୋଟେଲ ମାଲିକ ନୁହଁନ୍ତି ବରଂ ସାଧାରଣ ଲୋକଙ୍କୁ ମଧ୍ୟ ଆଶ୍ବସ୍ତି ଦେଇଛି ।

ଏହାମଧ୍ୟ ପଢନ୍ତୁ: ମୋଦିଙ୍କ ରାକ୍ଷୀ ଗିଫ୍ଟ ! ୨୦୦ଟଙ୍କା କମିଲା LPG ସିଲିଣ୍ଡର ଦାମ୍, ଉଜ୍ଜ୍ୱଳା ହିତାଧିକାରୀଙ୍କୁ ଡବଲ ଲାଭ

ପ୍ରକାଶ ଥାଉକି, ରାଷ୍ଟ୍ରାୟତ ତୈଳ ବିପଣନ କମ୍ପାନି ଗତ ମେ' ଓ ଜୁନରେ କମର୍ସିଆଲ ଏଲପିଜି ସିଲିଣ୍ଡର ଦର ଯଥାକ୍ରମେ ୧୭୨ ଟଙ୍କା ଓ ୮୩ ଟଙ୍କା ଶସ୍ତା କରିଥିଲେ । ଏହାପରେ ରକ୍ଷା ବନ୍ଧନର ଦିନକ ପୂର୍ବରୁ ଅଗଷ୍ଟ ୨୯ ତାରିଖରେ କେନ୍ଦ୍ର ସରକାର ଘରୋଇ ଏଲପିଜି ସିଲିଣ୍ଡର ଦାମରେ ୨୦୦ ଟଙ୍କା ହ୍ରାସ କରି ମହିଳାଙ୍କୁ ଭେଟି ଦେଇଥିଲେ । ଯାହାଫଳରେ ପୂର୍ବରୁ ୨୦୦ ଟଙ୍କା ସବ୍‌ସିଡି ପାଉଥିବା ଉଜ୍ବଳା ହିତାଧିକାରୀଙ୍କ ଡବଲ ଲାଭ ହୋଇଥିଲା ।

ଏହାମଧ୍ୟ ପଢନ୍ତୁ : Commercial LPG Price Cut : ଘରୋଇ ପରେ ୧୫୮ ଟଙ୍କା କମିଲା କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ଦାମ୍‌

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.