ETV Bharat / business

CNG And PNG Price: କମିଲା ସିଏନଜି ଓ ପିଏନଜି ଦର, ଜାଣନ୍ତୁ କେତେ - ଆଦାନୀ ଟୋଟାଲ ଗ୍ୟାସ ଲିମିଟେଡ

କମିଲା ସିଏନଜି ଓ ପିଏନଜି ଦର । ସିଏନଜି କେଜି ପିଛା ୮ଟଙ୍କା କମାଇଲା ମହାନଗର ଗ୍ୟାସ ଲିମିଟେଡ । ଅଧିକ ପଢନ୍ତୁ

CNG And PNG Price
CNG And PNG Price
author img

By

Published : Apr 8, 2023, 2:13 PM IST

Updated : Apr 8, 2023, 2:22 PM IST

ନୂଆଦିଲ୍ଲୀ: ଶସ୍ତା ହେଲା ସିଏନଜି ଓ ପିଏନଜି । ସିଏନଜି କେଜି ପିଛା ୮ଟଙ୍କା ୧୩ ପଇସା ଓ ପିଏନଜି ୫ ଟଙ୍କା ୬ ପଇସା ହ୍ରାସ ହୋଇଛି । ଆଦାନୀ ଟୋଟାଲ ଗ୍ୟାସ ଲିମିଟେଡ(ATGL) ସିଏନଜି ଓ ପିଏନଜିର ମୂଲ୍ୟ ହ୍ରାସ କରିଛି । ଆଜି କମ୍ପାନୀ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଭାରତ ସରକାରଙ୍କ ନୂତନ ଗ୍ୟାସ ଦର ନିର୍ଦ୍ଦାରଣ ଫର୍ମୁଲା ଆଧାରରେ ଏହି ଦର ପରିବର୍ତ୍ତନ କରାଯାଇଛି । ଭାରତ ସରକାରଙ୍କ ଏହି ଐତିହାସିକ ନିଷ୍ପତ୍ତିକୁ ଆମେ ସ୍ବାଗତ କରୁଛୁ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ମଧ୍ୟରାତ୍ରିରୁ ଏହି ଦର ଲାଗୁ କରାଯାଇଛି ।

ଆଦାନୀ ଗ୍ରୁପର ଆଦାନୀ ଟୋଟଲ ଗ୍ୟାସ ଲିମିଟେଡ(ATGL) ଏକ ବିବୃତ୍ତି ଜାରି କରି କହିଛି ଯେ, ଆମେ ଗ୍ରାହକଙ୍କୁ ଲାଭ ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ । ଏଥିପାଇଁ ଆମେ ସିଏନଜି ଏବଂ ପିଏନଜି ଦରରେ ହ୍ରାସ କରିଛୁ । ସିନଏନଜି କିଲୋ ପିଛା ୮ଟଙ୍କାରୁ ଅଧିକ(୮ଟଙ୍କା ୧୩ ପଇସା) ଏବଂ ପିଏନଜି ପ୍ରତି ଘନମିଟର ପିଛା ୫ଟଙ୍କା ୬ ପଇସା ହ୍ରାସ କରାଯାଇଛି । ଫଳରେ ସିଏନଜି ଗ୍ରାହକଙ୍କୁ ୪୦ ପ୍ରତିଶତ ଏବଂ ପିଏନଜି ଗ୍ରାହକଙ୍କ ୧୫ ପ୍ରତିଶତ ସଞ୍ଚୟ ହୋଇପାରିବ ।

ଆଦାନୀ ଗ୍ୟାସ ବ୍ୟତୀତ ମହାନଗର ଗ୍ୟାସ ଲିମିଟେଡ(ଏମଜିଏଲ) ମଧ୍ୟ ଦରରେ ହ୍ରାସ କରିଛି । ଏମଜିଏଲ ସିଏନଜିରେ କିଲୋପିଛା ୮ ଟଙ୍କା ଏବଂ ପିଏନଜିରେ ୫ ଟଙ୍କା ହ୍ରାସ କରିଛି । ସମଗ୍ର ଦେଶରେ ସିଏନଜି ଏବଂ ପିଏନଜିର ମୂଲ୍ୟ ହ୍ରାସ ହେବା ପରେ ଗ୍ରାହକଙ୍କୁ ଆଶ୍ବସ୍ତି ମିଳିଛି । ପ୍ରାକୃତିକ ଗ୍ୟାସର ମୂଲ୍ୟ ସ୍ଥିର କରିବା ପାଇଁ ସରକାର ଏକ ନୂତନ ପଦ୍ଧତି ଗ୍ରହଣ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: GST Collection: ଜିଏସଟି ଆଦାୟ ୧୮ ଲକ୍ଷ କୋଟି ପାର, ଗତ ବର୍ଷ ତୁଳନାରେ ୨୨% ବୃଦ୍ଧି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅର୍ଥନୈତିକ ବ୍ୟାପାର କମିଟିର ବୈଠକ ପରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଏହି ଘୋଷଣା କରିଛନ୍ତି । ଅନୁରାଗ ଠାକୁର କହିଥିଲେ, "ଏହି ପଦକ୍ଷେପ ସହିତ ପିଏନଜି କିମ୍ବା ରନ୍ଧନ ଗ୍ୟାସ ୧୦ ପ୍ରତିଶତ ଶସ୍ତା ହେବ ଏବଂ ସିଏନଜି ମୂଲ୍ୟ ୬ରୁ ୯ ପ୍ରତିଶତ ହ୍ରାସ ପାଇବ । ଆଜିଠାରୁ ଏହା କାର୍ଯ୍ୟକାରୀ ହୋଇଛି ।"

ପ୍ରକାଶଥାଉକି, ଗତ ଅଗଷ୍ଟ ୩ ତାରିଖରେ ସିଏନଜି(CNG) ଓ ଘରୋଇ ପିଏନଜି(PNG) ଦର ବୃଦ୍ଧି ହୋଇଥିଲା । ମୁମ୍ବାଇ ଏବଂ ସାରା ରାଜ୍ୟରେ ସିଏନଜି କେଜି ପିଛା ୬ ଟଙ୍କା ଏବଂ ପିଏନଜି SCM ପିଛା ୪ ଟଙ୍କା ବଢାଇଥିଲା ମହାନଗର ଗ୍ୟାସ ଲିମିଟେଡ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 8, 2023, 2:22 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.