ETV Bharat / business

ଫେବୃୟାରୀ ପହିଲାରେ ବଜେଟ୍: ଏଥର ରାଜ୍ୟକୁ ମିଳିବ କେତେ ?

ଫେବୃୟାରୀ ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିବେ । ଚଳିତ ବଜେଟରେ ରାଜ୍ୟଗୁଡିକ ପାଇଁ ୧୬ ଲକ୍ଷ କୋଟିରୁ ଅଧିକ ବ୍ୟୟବରାଦ ରହିବାର ଆଶା କରାଯାଉଛି । ଅଧିକ ପଢନ୍ତୁ

author img

By

Published : Jan 28, 2023, 7:02 PM IST

ଫେବୃୟାରୀ ୧ରେ କେନ୍ଦ୍ର ବଜେଟ୍
ଫେବୃୟାରୀ ୧ରେ କେନ୍ଦ୍ର ବଜେଟ୍

ହାଇଦ୍ରାବାଦ: ଜାନୁୟାରୀ ୩୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି ସଂସଦ ବଜେଟ ଅଧିବେଶନ । ଫେବୃୟାରୀ ୧ ତାରିଖରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ୍ ଆଗତ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଲଗାତାର ତୃତୀୟ ଥର ପାଇଁ ସୀତାରମଣ ପେପରଲେସ୍ ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି । ଚଳିତ ବଜେଟରେ ୩୯.୪୫ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ ହେବା ନେଇ ଆକଳନ କରାଯାଉଛି । ତେବେ ଯଦିଓ କେନ୍ଦ୍ର ବଜେଟ କେନ୍ଦ୍ରର ବାର୍ଷିକ ଆୟ ଓ ବ୍ୟୟକୁ ଦର୍ଶାଇଥାଏ ତଥାପି ଏହି ବଜେଟର ଏକ ବଡ ଅଂଶ କେନ୍ଦ୍ରୀୟ ଯୋଜନା ଓ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା ଓ ଋଣ ଦେୟ ଆକାରରେ ରାଜ୍ୟଗୁଡିକୁ ଯାଇଥାଏ । ତେଣୁ ଏହା କେନ୍ଦ୍ରୀୟ ବଜେଟ ହୋଇଥିଲେ ହେଁ ରାଜ୍ୟଗୁଡିକ ପାଇଁ ସମାନ ଗୁରୁତ୍ବ ବହନ କରେ । କେନ୍ଦ୍ର ବଜେଟର ୪୦ ଲକ୍ଷ କୋଟି ଟଙ୍କାର ଏକ ବୃହତ ଅଂଶ ସିଧାସଳଖ ରାଜ୍ୟ ସହ ଜଡିତ ରହିଥାଏ ।

ଚଳିତ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ସରକାର ୩୯.୪୫ ଲକ୍ଷ କୋଟିର ବ୍ୟୟବରାଦ କରିପାରନ୍ତି । ଯାହାମଧ୍ୟରୁ ୪୦ ପ୍ରତିଶତ ଭାଗ ରାଜ୍ୟଗୁଡିକର ରହିବ । ଅର୍ଥାତ୍ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରାଜ୍ୟଗୁଡିକ ନିମନ୍ତେ ପ୍ରାୟ ୧୬.୧୧ ଲକ୍ଷ କୋଟି ଟଙ୍କାରୁ ଅଧିକ ବ୍ୟୟବରାଦ କରିପାରନ୍ତି ବୋଲି ଆଶା କରାଯାଉଛି । ଅତୀତରେ ୨୦୧୯-୨୦ ଆର୍ଥିକ ବର୍ଷ ବ୍ୟତୀତ ଅନ୍ୟ ସମସ୍ତ ବର୍ଷରେ କେନ୍ଦ୍ର ବଜେଟରେ ରାଜ୍ୟ ପାଇଁ ବ୍ୟୟ ଅଟକଳ ବୃଦ୍ଧି ପାଇଥିବା ଦେଖାଯାଇଛି । ୨୦୧୬-୧୭ ବର୍ଷରେ ରାଜ୍ୟଗୁଡିକୁ ୯.୮୬ ଲକ୍ଷ କୋଟି ଆବଣ୍ଟିତ କରାଯାଇଥିଲା । ଯାହାକି ଏହାର ପରବର୍ଷ ୨୦୧୭-୧୮ରେ ୧୦.୮୫ ଲକ୍ଷ କୋଟିକୁ ବୃଦ୍ଧି ପାଇଥିଲା । ୨୦୧୮-୧୯ ଆର୍ଥିକ ବର୍ଷରେ ମଧ୍ୟ ଏହି ବ୍ୟୟ ଅଟକଳ ପୁନର୍ବାର ବୃଦ୍ଧି ପାଇ ୧୧.୯୫ କୋଟି ହୋଇଥିଲା । ହେଲେ ୨୦୧୯-୨୦ ବର୍ଷ ଏହି ରାଶି ୧୧.୪୫ ଲକ୍ଷକୁ ହ୍ରାସ ପାଇଥିଲା ।

କୋଭିଡ ମହାମାରୀ ପାଦୁର୍ଭାବ ଯୋଗୁଁ ବିଶ୍ବରେ ୬.୭ ମିଲିୟନରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା । ଭାରତରେ ପ୍ରାୟ ୫,୩୦,୦୦୦ରୁ ଊର୍ଦ୍ଧ୍ବ ଜୀବନ ଯାଇଥିଲା । ମହାମାରୀର ତାଣ୍ଡବ ପରେ ରାଜ୍ୟଗୁଡିକ ପାଇଁ କେନ୍ଦ୍ରୀୟ ଅନୁଦାନ ଯଥେଷ୍ଟ ବୃଦ୍ଧି ପାଇଥିଲା । କୋରୋନା ସମୟରେ ଅନେକ ରାଜ୍ୟ ଅତ୍ୟନ୍ତ ଜଟିଳ ଆର୍ଥିକ ସ୍ଥିତିର ସମ୍ମୁଖୀନ ହୋଇଥିଲେ । ଏପରି ସ୍ଥଳରେ ସେହି ରାଜ୍ୟଗୁଡିକୁ କେନ୍ଦ୍ରର ସହଯୋଗ ଜରୁରୀ ଥିଲା ।

ମାର୍ଚ୍ଚ ୨୦୨୨ରେ ଦେଶବ୍ୟାପୀ ଲକଡାଉନ ଯୋଗୁଁ ସାରା ଦେଶରେ ଆର୍ଥିକ ସଙ୍କଟ ଦେଖାଦେଇଥିଲା । କେତେକ ରାଜ୍ୟ ନିଜ କର୍ମଚାରୀଙ୍କୁ ବେତନ ଓ ପେନସନ ପ୍ରଦାନ କରିବାରେ ଅକ୍ଷମତା ପ୍ରକାଶ କରିଥିଲେ । ଏହି ଦୃଷ୍ଟିରୁ ୨୦୨୦-୨୧ ଆର୍ଥିକ ବର୍ଷରେ ରାଜ୍ୟଗୁଡିକ ପାଇଁ କେନ୍ଦ୍ରୀୟ ଅନୁଦାନକୁ ୧୩.୨୦ ଲକ୍ଷ କୋଟି ବୃଦ୍ଧି କରାଯାଇଥିଲା । ଏହାର ପରବର୍ଷ ୨୦୨୧-୨୨ରେ ମୋଟ ଅନୁଦାନ ୧୩.୮୯ ଲକ୍ଷ କୋଟି ରହିଥିଲା ।

ଏହି କ୍ରମରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ କେନ୍ଦ୍ରୀୟ ଅନୁଦାନ ୨.୨୩ ଲକ୍ଷ କୋଟି ବୃଦ୍ଧି ପାଇବା ନେଇ ଆକଳନ କରାଯାଉଛି । ଯାହାକି ଗତବର୍ଷର ୧୩.୮୯ ଲକ୍ଷ କୋଟି ବ୍ୟୟ ଅଟକଳ ରାଶି ଠାରୁ ୧୬ ପ୍ରତିଶତ ବୃଦ୍ଧି ସହ ୧୬.୧୨ ଲକ୍ଷ କୋଟି ଟଙ୍କା ହେବ । ଏଥିରେ କେନ୍ଦ୍ରୀୟ ଯୋଜନା ଓ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନାର ଅଂଶ ୩.୮୪ ଲକ୍ଷ କୋଟି ରହିବାର ଆଶା କରାଯାଉଛି । ଏହାବ୍ୟତୀତ ବିଭିନ୍ନ ପ୍ରକଳ୍ପ ପାଇଁ ବାହ୍ୟ ସହାୟତା, ଉତ୍ତର-ପୂର୍ବ ରାଜ୍ୟଗୁଡିକୁ ସ୍ବତନ୍ତ୍ର ସହାୟତା ଓ ଆଦିବାସୀ କଲ୍ୟାଣ ପାଇଁ ବଜେଟରେ ଅନୁଦାନ ରାଶି ପାଖାପାଖି ୧.୬୪ ଲକ୍ଷ କୋଟି ରହିବାର ଆଶା ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.