ETV Bharat / business

BMW 3 Series Gran Limousine: ଭାରତରେ BMW 3 ସିରିଜ୍ ଗ୍ରାନ୍ ଲିମୋଜିନ୍ ଲଞ୍ଚ୍ - 3 ସିରିଜ୍ ଗ୍ରାନ୍ ଲିମୋଜିନ୍

ଭାରତରେ ଲଞ୍ଚ୍ ହେଲା BMW 3 ସିରିଜ୍ ଗ୍ରାନ୍ ଲିମୋଜିନ୍ (BMW 3 Series Gran Limousine) । ଜାଣନ୍ତୁ କଣ ରହିଛି ଫିଚର୍ସ...

BMW 3 Series Gran Limousine
BMW 3 Series Gran Limousine
author img

By

Published : Jan 11, 2023, 9:20 PM IST

ନୂଆଦିଲ୍ଲୀ: ପୁରା ଦୁନିଆରେ ଜର୍ମାନୀର ଅଟୋ ଜିଆଣ୍ଟ କମ୍ପାନୀ BMW କାର୍‌ର କ୍ରେଜ୍ ରହିଛି । BMWର ବିଳାସପୂର୍ଣ୍ଣ କାର୍‌ଗୁଡିକର କ୍ରେଜ୍ ଆମ ଦେଶରେ ମଧ୍ୟରେ କିଛି କମ୍ ନାହିଁ । ସେ ଦୃଷ୍ଟିରୁ ଭାରତର BMW ପ୍ରେମୀମାନଙ୍କ ପାଇଁ ଏକ ଖୁସି ଖବର । କମ୍ପାନୀ ଭାରତରେ ଏହାର 3 ସିରିଜ୍ ଗ୍ରାନ୍ ଲିମୋଜିନ୍ (BMW 3 Series Gran Limousine) ଲଞ୍ଚ କରିଛି । ଏହାପୂର୍ବରୁ BMW କମ୍ପାନୀ ଚଳିତ ବର୍ଷ ଭାରତରେ 2ଟି ନୂଆ କାର ମଧ୍ୟ ଲଞ୍ଚ କରିଛି । ଯେଉଁଥିରେ ଇଲେକ୍ଟ୍ରିକ୍ i7(ଆଇ ସେଭେନ୍‌) ସହିତ ନୂତନ 7(ସେଭେନ୍‌) ସିରିଜ୍ ମଡେଲ୍ ରହିଛି ।

ପେଟ୍ରୋଲ ଭାରିଆଣ୍ଟ ପାଇଁ BMWର ନୂତନ 3 ସିରିଜ୍ ଗ୍ରାନ୍ ଲିମୋଜିନ୍ 2023 ପ୍ରାରମ୍ଭିକ ମୂଲ୍ୟରେ 57.90 ଲକ୍ଷ ଟଙ୍କା (ଏକ୍ସ-ଶୋ’ରୁମ୍) ରେ ଉପଲବ୍ଧ ହେବ । ଡିଜେଲ ଭାରିଆଣ୍ଟରେ BMW ଏହାକୁ 59.50 ଲକ୍ଷ ଟଙ୍କା (ଏକ୍ସ-ଶୋ’ରୁମ) ମୂଲ୍ୟରେ ପ୍ରଦାନ କରୁଛି । ବିଶେଷ କଥା ହେଉଛି ତାମିଲନାଡୁର ଚେନ୍ନାଇର BMW ପ୍ଲାଣ୍ଟରେ କାରର ଉତ୍ପାଦନ କରାଯାଇଛି । ଏହି କାରକୁ ସବୁଠାରୁ ଆରାମଦାୟକ ବୋଲି କୁହାଯାଉଛି । କମ୍ପାନୀର କହିବା ଅନୁଯାୟୀ, 3 ସିରିଜ୍ ଗ୍ରାନ୍ ଲିମୋଜିନ୍ ଏହାର ସେଗ୍‌ମେଣ୍ଟ୍‌ରେ ସବୁଠାରୁ ବଡ ଏବଂ ପ୍ରଶସ୍ତ କାର ।

କାର୍ ଡିଜାଇନ୍ ଏବଂ ଫିଚର୍ସ ନୂତନ 3 ସିରିଜ୍ ଗ୍ରାନ୍ ଲିମୋଜିନ୍‌ର ହ୍ୱିଲ୍ ବେସ୍ 2,961 MM ଥିବାବେଳେ ଏହାର ଲମ୍ବ 4,823 MM । କାରର ବାହ୍ୟ ଡିଜାଇନ୍ ବିଷୟରେ କହିବାକୁ ଗଲେ, 3 ସିରିଜ୍ ଗ୍ରାନ୍ ଲିମୋଜିନ୍ କ୍ରୋମ୍-ଡବଲ୍ ବାର୍ ସହିତ ଆଇକନିକ୍ କିଡନୀ ଗ୍ରୀଲ୍, L ଆକୃତିର DRL ସହିତ ସ୍ଲିମ୍ ଏଲଇଡି ହେଡଲାଇଟ୍, ଏଲଇଡି ଟେଲ ଲ୍ୟାମ୍ପରେ ସଜ୍ଜିତ ହୋଇଛି । ଏହା ସହିତ, 12.3 ଇଞ୍ଚ ଡିଜିଟାଲ୍ ଇନଷ୍ଟ୍ରୁମେଣ୍ଟ୍ କ୍ଲଷ୍ଟର, 14.9 ଇଞ୍ଚ୍ ଟଚ୍ ସ୍କ୍ରିନ୍ ଇନଫୋଟେନ୍‌ମେଣ୍ଟ ସିଷ୍ଟମ୍, ମଲ୍ଟିଫଙ୍କସନ୍ ଷ୍ଟିଅରିଂ ହ୍ୱିଲ୍, ତାର ବିହୀନ ଚାର୍ଜିଂ, କ୍ରୁଜ୍ କଣ୍ଟ୍ରୋଲ୍, ପାର୍କିଂ ସେନ୍ସର, ଆଣ୍ଟି ଲକ୍ ବ୍ରେକିଂ ସିଷ୍ଟମ୍, ଭଏସ୍ କଣ୍ଟ୍ରୋଲ୍, ସ୍ମାର୍ଟ ଆକ୍ସେସ୍ କାର୍ଡ ଏଣ୍ଟ୍ରି ଭଳି ବିଳାସପୂର୍ଣ୍ଣ ଏବଂ ଉନ୍ନତ ଫିଚର୍ସ ରହିଛି ।

ନୂତନ BMW 3 ସିରିଜ୍ ଗ୍ରାନ୍ ଲିମୋଜିନ୍‌ର ସୁରକ୍ଷା ଫିଚର୍ସ ଟୋ ଷ୍ଟାର୍ଟ-ଷ୍ଟପ୍, ବ୍ରେକ୍-ଶକ୍ତି ପୁନଃନିର୍ମାଣ, ଇଲେକ୍ଟ୍ରୋନିକ୍ ପାୱାର ଷ୍ଟିଅରିଂ, 6ଟି ଏୟାରବ୍ୟାଗ, କୋର୍ଣରିଂ ବ୍ରେକ୍ କଣ୍ଟ୍ରୋଲ୍, ଇଲେକ୍ଟ୍ରିକ୍ ପାର୍କିଂ ସହିତ ସାଇଟ୍ ଇମ୍ପାକ୍ଟ ସୁରକ୍ଷା ରହିଛି । ଏଥିସହ ଗ୍ରାନ ଲିମୋଜିନ୍‌ କାର୍‌ରେ 2.0 ଲିଟର ଟର୍ବୋ ପେଟ୍ରୋଲ ଇଞ୍ଜିନ ଏବଂ 2.0 ଲିଟର ଡିଜେଲ ଇଞ୍ଜିନର ଦୁଇଟି ବିକଳ୍ପ ଦିଆଯାଇଛି । ଏହି କାରଟି 2.0 ଲିଟର ଟର୍ବୋ ପେଟ୍ରୋଲ ଇଞ୍ଜିନରୁ 255 bhp ଶକ୍ତି ଏବଂ 400 Nm(ନ୍ୟୁଟନ୍ ମିଟର) ଟର୍କ ପାଇଥାଏ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.