ETV Bharat / business

ସାବଧାନ ! ଅଧିକ ସୁଧ ଆଶାରେ ବୁଡିପାରେ ନିବେଶ ବା ସଞ୍ଚୟ ଟଙ୍କା - ଏନବିଏଫସି ଡିପୋଜିଟର ଫାଇଦା

ପୂର୍ବରୁ ବ୍ୟାଙ୍କ ଫିକ୍ସ ଡିପୋଜିଟ ଲୋକଙ୍କ ପ୍ରଥମ ପସନ୍ଦ ରହିଥିଲା । ହେଲେ ଏବେ ନିବେଶ ଓ ସଞ୍ଚୟ ପାଇଁ ଅନେକ ଗୁଡିଏ ବିକଳ୍ପ ଉଭା ହୋଇଛି । ଅଣ ବ୍ୟାଙ୍କିଙ୍ଗ ଆର୍ଥିକ ସଂସ୍ଥାଗୁଡିକ ଅଧିକ ସୁଧ ପ୍ରଦାନ କରୁଥିବାରୁ ଲୋକେ ଏଥିପ୍ରତି ଅଧିକ ଆଗ୍ରହ ହେଉଛନ୍ତି । ତେବେ ଏଥିରେ ଟଙ୍କା ଜମା କରିବା କେତେ ସୁରକ୍ଷିତ ଜାଣିବା ପାଇଁ ପଢନ୍ତୁ ବିସ୍ତୃତରେ

ସାବଧାନ ! ଅଧିକ ସୁଧ ଆଶାରେ ବୁଡିପାରେ ଟଙ୍କା
ସାବଧାନ ! ଅଧିକ ସୁଧ ଆଶାରେ ବୁଡିପାରେ ଟଙ୍କା
author img

By

Published : Oct 7, 2022, 4:59 PM IST

ହାଇଦ୍ରାବାଦ: କିଛି ବର୍ଷ ଯାଏଁ ଫିକ୍ସ ଡିପୋଜିଟ(fixed deposits) ଲୋକଙ୍କ ପ୍ରଥମ ପସନ୍ଦ ଭାବେ ରହିଥିଲା । ହେଲେ ଏବେ ସମୟ ବଦଳି ଯାଇଛି । ସମ୍ପ୍ରତ୍ତି ନିବେଶ ଓ ସଞ୍ଚୟ ପାଇଁ ଲୋକଙ୍କ ସମ୍ମୁଖରେ ଅନେକ ଗୁଡିଏ ବିକଳ୍ପ ଉଭା ହୋଇଛି । ବିଶେଷକରି ଫିନଟେକ ଫାର୍ମଗୁଡିକର ଏଣ୍ଟ୍ରି ଛୋଟବଡ ଜମାକାରୀଙ୍କ ପାଇଁ ନିବେଶର ପରିଭାଷା ସମ୍ପୂର୍ଣ୍ଣ ବଦଳାଇ ଦେଇଛି । ସେମାନେ ଅଧିକ ସୁଧ ଅଫର କରି ଲୋକଙ୍କୁ ଆକର୍ଷିତ କରୁଛନ୍ତି । ଏହିସବୁ ନିବେଶ ଯୋଜନାରେ ଫିକ୍ସ ଡିପୋଜିଟ ତୁଳନାରେ ଅଧିକ ସୁଧ ମିଳୁଛି ।

ସାଧରଣତଃ ନିବେଶକ ନିବେଶ ଏବଂ ସୁନିଶ୍ଚିତ ରିଟର୍ଣ୍ଣ ସନ୍ଧାନରେ ରହିଥାନ୍ତି । ଏହି କାରଣରୁ ସେମାନେ ବ୍ୟାଙ୍କ ଓ ଡାକଘର ଡିପୋଜିଟକୁ ଅଧିକ ପ୍ରାଧାନ୍ୟ ଦିଅନ୍ତି । ହେଲେ ନିକଟରେ ଆର୍ଥିକ ନିବେଶ କ୍ଷେତ୍ରରେ ନୂତନ ଧାରା ସୃଷ୍ଟି ହୋଇଛି । ତେଣୁ ଜମାକାରୀ ସାମାନ୍ୟ ରିସ୍କ୍‌ ନେବାକୁ ପ୍ରସ୍ତୁତ ରହୁଛନ୍ତି । ଅନ୍ୟ କେତେକ ପାରମ୍ପରିକ ଫିକ୍ସ୍‌ ଡିପୋଜିଟରେ ନିବେଶକୁ ସୁରକ୍ଷିତ ମଣୁଛନ୍ତି । ଏପରି ସ୍ଥିତିରେ ଫିନଟେକ୍‌ କମ୍ପାନୀଗୁଡିକ ପାରମ୍ପରିକ ଫିକ୍ସ ଡିପୋଜିଟରେ ସୁରକ୍ଷିତ ବିକଳ୍ପ ଅଫର କରି ଏହାର ଫାଇଦା ଉଠାଉଛନ୍ତି ।

ସୁରକ୍ଷିତ ରିଟର୍ଣ୍ଣ ଲାଗି ଜମାକାରୀ ବ୍ୟାଙ୍କ ଓ ଡାକଘରକୁ ପସନ୍ଦ କରୁଛନ୍ତି । ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ବାରା ଅନୁମୋଦିତ ଅଣ ବ୍ୟାଙ୍କିଙ୍ଗ ଆର୍ଥିକ ସଂସ୍ଥା(NBFCs) ଉଚ୍ଚ ସୁଧହାର ବିଶିଷ୍ଟ ଏଫଡିର ପ୍ରତିଦ୍ବନ୍ଦୀ ଭାବେ ଅନେକ ବିକଳ୍ପ ଯୋଜନାଗୁଡିକୁ ଉପସ୍ଥାପନ କରିଛି । ଏହିସବୁ NBFC ବଜାରରେ ନୂତନ ସୁଯୋଗ ଅନ୍ୱଷଣ ପାଇଁ ଏକ ନୂଆ ଯୁଗର ସଂସ୍ଥା ଭାବେ କାର୍ଯ୍ୟ କରୁଛନ୍ତି । ତେବେ ନିଜର କଷ୍ଟ ଅର୍ଜିତ ଅର୍ଥକୁ ଏହିଭଳି ଯୋଜନାରେ ନିବେଶ କରିବା କେତେ ସୁରକ୍ଷିତ ? ଏଥିରେ ଟଙ୍କା ଜମା କରିବା ସମୟରେ କେଉଁସବୁ ସତର୍କତା ଅନୁସରଣ କରିବା ଉଚିତ୍ ? ତାହା ବିଚାର କରନ୍ତୁ ।

ଉଦାହରଣ ସ୍ୱରୁପ, କିଛି ଫାର୍ମ ୧୪ରୁ ୧୫ ପ୍ରତିଶତ ସୁଧହାରରେ କାର୍ ଓ ହୋମ୍‌ ଲୋନ ଅଫର୍‌ କରୁଛନ୍ତି । ଏହାସହିତ ସେମାନେ ନିଜ ଜମାକାରୀଙ୍କୁ ୧୨ରୁ ୧୩ ପ୍ରତିଶତ ସୁଧ ଦେବାକୁ ପ୍ରତିଶ୍ରୁତି ଦେଉଛନ୍ତି । ଯାହା ସାଧାରଣରେ ଗ୍ରହଣୀୟ ନୁହେଁ ବୋଲି ଆମେ ସମସ୍ତେ ଜାଣୁ । ଏହିସବୁ ଫାର୍ମ ସହ ନିବେଶ ଜମାକାରୀଙ୍କ ଡିପୋଜିଟ ପ୍ରତି ଅଧିକ ବିପଦ ରହିଥାଏ । ଯଦି ଏହି NBFC ଗୁଡିକ ଲୋନ ରିକଭରିରେ ବିଫଳ ହୁଅନ୍ତି ତେବେ ଆପଣ ନିଜ ମୂଳ ଟଙ୍କା ମଧ୍ୟ ହରାଇ ବସିବେ । ତେଣୁ ଉଚ୍ଚ ସୁଧହାର ଆଶା ଛାଡିବା ଉଚିତ୍ ।

NBFC ଗୁଡିକ ଜମାକାରୀ ଏବଂ ଋଣକର୍ତ୍ତାଙ୍କ ମଧ୍ୟରେ ଏକ ମଧ୍ୟସ୍ଥି ଭୂମିକା ନିର୍ବାହ କରିଥାଏ । ଯଦି ସମ୍ପୃକ୍ତ ଫାର୍ମ ବନ୍ଦ ହୋଇଯାଏ ତେବେ ଆମେ ନିଜର ପୁରା ଟଙ୍କା ହରାଇ ବସିବାର । କିଏ ଟଙ୍କା ଉଧାର ନେଇଛି, କେତେ ଆଦାୟ ହୋଇଛି ଏବଂ ସୁଧ କେମିତି ମିଳିବା ତାହାର ଉତ୍ତର କେହି ଦେଇପାରିବେ ନାହିଁ । କିନ୍ତୁ ବ୍ୟାଙ୍କ ଫିକ୍ସ ଡିପୋଜିଟରେ ଜମା କରିବା ଦ୍ବାରା ଏ ବାବଦରେ ଚିନ୍ତା କରିବାକୁ ପଡିନାହିଁ । ଯଦି ଆପଣ ନିଜର ଆକାଉଣ୍ଟ ଥିବା ବ୍ୟାଙ୍କକୁ ଯାଉଛନ୍ତି, ତେବେ ଆପଣଙ୍କ ନାଁରେ ଏଫଡି ଖୋଲିବାରେ ସେଠାକାର କର୍ମଚାରୀ ସହାୟତା କରିବେ । NBFC କ୍ଷେତ୍ରରେ ସମ୍ପୃକ୍ତ ସଂସ୍ଥା ଓ ଋଣକର୍ତ୍ତାଙ୍କ ମଧ୍ୟରେ ଏକ ବୁଝାମଣା ସ୍ୱାକ୍ଷର ହୋଇଥାଏ । ଏହା ଏକ ଜଟିଳ ପ୍ରକ୍ରିୟା ହୋଇଥିବାରୁ ଅନେକ ଲୋକଙ୍କୁ ବୁଝିବା ମୁସ୍କିଲ ହୋଇଥାଏ ।

ଏହାମଧ୍ୟ ପଢନ୍ତୁ: ଆହୁରି ଦୁର୍ବଳ ହେଲା ଟଙ୍କା, ପ୍ରଥମ ଥର 82.33 ଛୁଇଁଲା ଡଲାର ମୂଲ୍ୟ

ଅଣ-ବ୍ୟାଙ୍କିଂ ଅନୁଷ୍ଠାନଗୁଡିକ କେତେକ ମାପଦଣ୍ଡ, ପ୍ରାବଧାନ ଓ ସୀମା ଆଧାରରେ ଋଣକର୍ତ୍ତା ଚୟନ କରିଥାନ୍ତି । ଏହି ଫାର୍ମଗୁଡିକୁ ଲୋନ ମଞ୍ଜୁର କରିବା ପୂର୍ବରୁ ବ୍ୟାଙ୍କ ଦ୍ୱାରା ନିଆଯାଉଥିବା ସତର୍କତାଗୁଡିକୁ ଧ୍ୟାନ ଦିଅନ୍ତି ନାହିଁ । ଏହାଦ୍ୱାରା ଲୋନ୍‌ ଟଙ୍କା ଆଦାୟ ସମୟରେ ସେମାନେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଏହାବ୍ୟତୀତ ବୁଝାମଣାରେ ଏହା ଉଲ୍ଲେଖ ରହିଥାଏ ଯେ, ଯଦି ନିୟମ ଓ ସର୍ତ୍ତ ଆଧାରରେ ଋଣ ଆଦାୟ ନ ହୁଏ ତେବେ କୌଣସି ଘଟଣା ପାଇଁ NBFC ଦାୟୀ ରହିବ ନାହିଁ । ଯାହାଫଳରେ ଯଦି କୌଣସି ତ୍ରୁଟି ହୁଏ, ତେବେ ପରିଶେଷରେ ନିବେଶକ ହିଁ ଘାଟାରେ ପଡିଥାନ୍ତି ।

ବର୍ତ୍ତମାନ ସମୟରେ ଅଧିକାଂଶ ଫାର୍ମ ଉଚ୍ଚ ସୁଧ ଅଫର କରୁଛନ୍ତି । ଫଳସୂରୁପ, ଅଧିକ ରିଟର୍ଣ୍ଣ ଆଶାରେ ଲୋକମାନେ ଏହିସବୁ ଫାର୍ମଗୁଡିକରେ ନିବେଶ ପାଇଁ ଆଗ୍ରହୀ ହେଉଛନ୍ତି । କିନ୍ତୁ ଅଧିକ ରିଟର୍ଣ୍ଣ ଯେ ଅଧିକ ରିସ୍କ ସମ୍ପନ୍ନ ତାହା ସେମାନେ ଭୁଲି ଯାଉଛନ୍ତି । ତେଣୁ ଯଦି ଆପଣ ନିଜର କଷ୍ଟ ଅର୍ଜିତ ଟଙ୍କା ପାଇଁ ରିସ୍କ ନେବାକୁ ସକ୍ଷମ ତାହାହେଲେ ଏହିସବୁ ଯୋଜନାଗୁଡିକୁ ଚୟନ କରିପାରିବେ ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.