ETV Bharat / business

ନୂଆଁଖାଇରେ ରାଜ୍ୟରେ ବନ୍ଦ ରହିବ ବ୍ୟାଙ୍କ - ନୂଆଁଖାଇରେ ବ୍ୟାଙ୍କ ଛୁଟି

ନୂଆଁଖାଇ ପାଇଁ ଆସନ୍ତା ୧ ତାରିଖରେ ରାଜ୍ୟରେ ବନ୍ଦ ରହିବ ବ୍ୟାଙ୍କ । ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି । ଅଧିକ ପଢନ୍ତୁ

ନୂଆଁଖାଇ ଦିନ ରାଜ୍ୟରେ ବନ୍ଦ ରହିବ ବ୍ୟାଙ୍କ
ନୂଆଁଖାଇ ଦିନ ରାଜ୍ୟରେ ବନ୍ଦ ରହିବ ବ୍ୟାଙ୍କ
author img

By

Published : Aug 30, 2022, 11:49 AM IST

ଭୁବନେଶ୍ବର: ଆସନ୍ତା ସେପ୍ଟେମ୍ବର ୧ ତାରିଖ ଦିନ ସାରା ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ(Banks to remain shut on September 1) । ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ପାଇଁ ୧ ତାରିଖରେ ବ୍ୟାଙ୍କ ଛୁଟି ଘୋଷଣା କରାଯାଇଛି । ରାଜ୍ୟ ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ(Revenue and Disaster Management Department) ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି ହୋଇଛି । ନେଗୋସିଏବୁଲ ଇନଷ୍ଟ୍ରୁମେଣ୍ଟ ଆକ୍ଟ( Negotiable Instrument Act) ୧୮୮୧ର ଧାରା ୨୫ ଅଧିନରେ ନୂଆଁଖାଇ ଅବସରରେ ବ୍ୟାଙ୍କ ସମେତ ଓଡିଶାର ଅନ୍ୟାନ୍ୟ ବିତ୍ତୀୟ ସଂସ୍ଥା ଛୁଟି ରଖିବାକୁ ନିଷ୍ପତ୍ତି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଓଡିଶାର କୃଷିଭିତ୍ତିକ ଗଣପର୍ବ ହେଉଛି ନୂଆଁଖାଇ । ପଶ୍ଚିମ ଓଡିଶାରେ ଏହି ଗଣପର୍ବକୁ ଖୁବ୍ ଧୁମଧାମରେ ପାଳନ କରାଯାଏ । ନୂଆଁଖାଇକୁ ପଶ୍ଚିମ ଓଡ଼ିଶାବାସୀ ଦୁଇ ଦିନ ଧରି ପାଳନ କରିଥାନ୍ତି । ଏଥିପାଇଁ ରାଜ୍ୟ ସରକାର ସେପ୍ଟେମ୍ବର ୧ ତାରିଖକୁ ଛୁଟି ଘୋଷଣା କରିଛନ୍ତି । କିନ୍ତୁ ଓଡିଶାର ସରକାରୀ ଛୁଟି ତାଲିକାରେ ଅନୂନ୍ୟ ତିନି ଦିନର ଛୁଟି ଘୋଷଣା ହେଉ ବୋଲି ପଶ୍ଚିମ ଓଡିଶାର ବିଭିନ୍ନ ସଂଗଠନ ଓ ଜନସାଧାରଣ ଦାବି କରିଛନ୍ତି । ନୂଆଁଖାଇ ପାଳିବା ପାଇଁ ଦୂର ଦୁରାନ୍ତରୁ ଲୋକେ ନିଜ ଘରକୁ ଆସିଥାନ୍ତି । ସେହିପରି ଦ୍ଵିତୀୟ ଦିନ ନୂଆଁଖାଇ ବାସି ପାଳନ କରିଥାନ୍ତି । ଏହି ଦୃଷ୍ଟିରୁ ଦୁଇ କିମ୍ବା ତିନି ଦିନ ନୂଆଁଖାଇ ଛୁଟି ଘୋଷଣା ହେଉ ବୋଲି ଦାବି ହେଉଛି ।

ଏହାମଧ୍ୟ ପଢନ୍ତୁ: ନୂଆଁଖାଇ ପାଇଁ ତିନି ଦିନିଆ ଛୁଟି ଘୋଷଣା ନେଇ ଦାବି

ଏ ସଂକ୍ରାନ୍ତରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର(Jayanarayan Mishra) ମଧ୍ୟ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କୁ ଚିଠି ଲେଖିଛନ୍ତି । ଓଡିଶାର ଗଣପର୍ବ ନୂଆଁଖାଇ ଅବସରରେ ଅନୂନ୍ୟ ୨ ଦିନର ରାଜ୍ୟବ୍ୟାପୀ ସରକାରୀ ଛୁଟି ଦିଆଯାଉ ବୋଲି ସେ ଚିଠିଲେ ଉଲ୍ଲେଖ କରିଛନ୍ତି । ଆସନ୍ତା ‌ସେପ୍ଟେମ୍ବର ୧ ତାରିଖରେ ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ପାଳନ ହେବ । ଏହି ପର୍ବ ପାଇଁ କିନ୍ତୁ ଜିଲ୍ଲା ପ୍ରଶାସନ ସରକାରୀ କର୍ମଚାରୀ ଓ ଜନସାଧାରଣଙ୍କୁ ଗୋଟିଏ ଦିନ ଛୁଟି ମିଳୁଛି । ଯାହା ପର୍ଯ୍ୟାପ୍ତ ନୁହେଁ । ତେଣୁ ରାଜ୍ୟ ସରକାର ନୂଆଁଖାଇ ପାଇଁ ୨ ଦିନ ସ୍ଥାନୀୟ ‌ଛୁଟି ଘୋଷଣା କରାଯାଉ ବୋଲି ବିରୋଧି ଦଳ ନେତା କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.