ETV Bharat / business

ବିମାନ ଇନ୍ଧନ ମୂଲ୍ୟରେ ୨.୨% ହ୍ରାସ - କମିଲା ବିମାନ ଇନ୍ଧନ ଦର

କମିଲା ବିମାନ ଇନ୍ଧନ ଦର । ଅନ୍ତର୍ଜାତୀୟ ବଜାରରେ ତୈଳ ଦର କମିବା ପରେ ATF ମୂଲ୍ୟରେ ୨.୨ ପ୍ରତିଶତ ହ୍ରାସ । ଅଧିକ ପଢନ୍ତୁ

ବିମାନ ଇନ୍ଧନ ମୂଲ୍ୟରେ ହ୍ରାସ
ବିମାନ ଇନ୍ଧନ ମୂଲ୍ୟରେ ୨.୨% ହ୍ରାସ
author img

By

Published : Jul 16, 2022, 11:53 AM IST

ନୂଆଦିଲ୍ଲୀ: କମିଲା ବିମାନ ଇନ୍ଧନ ବା ଏଭିଏସନ ଟର୍ବାଇନ ଫୁଏଲ(ATF) ଦର । ଆଜି ATF ମୂଲ୍ୟରେ ୨.୨ ପ୍ରତିଶତ ହ୍ରାସ ହୋଇଛି । ଅନ୍ତର୍ଜାତୀୟ ବଜାରରେ ତୈଳ ଦର କମିବା ଯୋଗୁଁ ବିମାନ ଇନ୍ଧର ଦର କମିଛି । ବିମାନ ଉଡାଣରେ ସାହାଯ୍ୟ କରୁଥିବା ଏହି ATF ମୂଲ୍ୟ କିଲୋଲିଟର ପିଛା ୩,୦୮୪.୯୪ ଟଙ୍କା ବା ୨.୨ ପ୍ରତିଶତ ହ୍ରାସ ପାଇ ୧୩୮,୧୪୭.୯୩ ଟଙ୍କାରେ ପହଞ୍ଚିଛି । ଏହାକୁ ମିଶାଇ ଚଳିତ ବର୍ଷ ATF ଦର ଦ୍ବିତୀୟ ଥର ପାଇଁ କମିଛି ।

ରାଷ୍ଟ୍ରାୟତ୍ତ ଇନ୍ଧନ ରିଟେଲର ପକ୍ଷରୁ(state-owned fuel retailers) ଏକ ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି । ବେଞ୍ଚମାର୍କ ଇନ୍ଧନର ଅନ୍ତର୍ଜାତୀୟ ମୂଲ୍ୟ ଆଧାରରେ ପ୍ରତିମାସର ପହିଲା ଏବଂ ୧୬ ଦିନରେ ବିମାନ ଇନ୍ଧନ ମୂଲ୍ୟ ସଂଶୋଧନ କରାଯାଏ । କିନ୍ତୁ ଏଥର ଜୁଲାଇ ପହିଲାରେ ATF ମୂଲ୍ୟରେ କୌଣସି ପରିବର୍ତ୍ତନ କରାଯାଇନଥିଲା । ଗତ ମାସରେ ଇନ୍ଧନ ମୂଲ୍ୟ କିଲୋଲିଟର ପିଛା ୧୪୧,୨୩୨.୮୭ ଟଙ୍କା ରେକର୍ଡ ସ୍ତରରେ ପହଞ୍ଚିଥିଲା ।

ଏବେ ବିଶ୍ବର ପ୍ରମୁଖ ରାଷ୍ଟ୍ରଗୁଡିକର ଅର୍ଥନୀତି ମାନ୍ଦାବସ୍ଥା ଦେଇ ଗତି କରିବାର ଆଶଙ୍କା କରାଯାଉଥିବାରୁ ବର୍ତ୍ତମାନ ଅନ୍ତର୍ଜାତୀୟ ବଜାରରେ ତୈଳ ଦରରେ ହ୍ରାସ ହୋଇଛି । ଏବେ ଦର ଋଷିଆ-ୟୁକ୍ରେନ ଯୁଦ୍ଧ ପୂର୍ବରୁ ଥିବା ସ୍ତରରେ ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.