ETV Bharat / business

ମହଙ୍ଗା ହେବ ବିମାନ ଯାତ୍ରା, ୨% ବଢିଲା ଇନ୍ଧନ ଦର

author img

By

Published : Apr 1, 2022, 12:21 PM IST

ବଢିଲା ବିମାନ ଇନ୍ଧନ ବା ATF ଦର । ଏଣିକି ବିମାନ ଯାତ୍ରା ପାଇଁ ଦେବାକୁ ପଡିପାରେ ଅଧିକ ଟଙ୍କା । ଅଧିକ ପଢନ୍ତୁ

ମହଙ୍ଗା ହେବ ବିମାନ ଯାତ୍ରା, ୨% ବଢିଲା ଇନ୍ଧନ ଦର
ମହଙ୍ଗା ହେବ ବିମାନ ଯାତ୍ରା, ୨% ବଢିଲା ଇନ୍ଧନ ଦର

ନୂଆଦିଲ୍ଲୀ: ମହଙ୍ଗା ହେବ ବିମାନ ଯାତ୍ରା । କାରଣ ଆଜି ବିମାନ ଇନ୍ଧନ ବା ଏଭିଏସନ ଟର୍ବାଇନ ଫୁଏଲ(Aviation turbine fuel) ୨ ପ୍ରତିଶତ ବୃଦ୍ଧି ପାଇଛି, ଯାହାକି ଏହାର ସର୍ବକାଳୀନ ରେକର୍ଡ । ଚଳିତ ବର୍ଷ ATFର ଆଜି ହେଉଛି ସପ୍ତମ ବୃଦ୍ଧି । ବିମାନ ଉଡାଣରେ ସାହାଯ୍ୟ କରୁଥିବା ଏହି ATF ମୂଲ୍ୟରେ କିଲୋଲିଟର ପିଛା 2,258.54 ଟଙ୍କା ବା ଦୁଇ ପ୍ରତିଶତ ବୃଦ୍ଧି ଘଟିଛି । ଫଳରେ ରାଜଧାନୀ ଦିଲ୍ଲୀରେ ଏଟିଏଫ ଲିଟର 1,12,924.83 ଟଙ୍କାରେ ପହଞ୍ଚିଛି । ରାଷ୍ଟ୍ରାୟତ୍ତ ଇନ୍ଧନ ରିଟେଲର(state-owned fuel retailers) ଏକ ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି ।

ବିମାନ ଚଳାଚଳ ପାଇଁ ହେଉଥିବା ସମୁଦାୟ ଖର୍ଚ୍ଚର ପ୍ରାୟ ୪୦ ପ୍ରତିଶତ ହେଉଛି ଏଟିଏଫ । ହେଲେ ଚଳିତ ବର୍ଷ ଏହାର ମୂଲ୍ୟ ଦ୍ରୁତଗତିରେ ବୃଦ୍ଧି ପାଇଛି । ଜାନୁୟାରୀ ଆରମ୍ଭରୁ ୭ ଥର ଏଟିଏଫ ଦର ବୃଦ୍ଧି ପାଇଲାଣି । ଫଳରେ ଏବେସୁଦ୍ଧା ଏଟିଏଫ ମୋଟାମୋଟି ଭାବେ 38,902.92 ଟଙ୍କା ବା ୫୦ ପ୍ରତିଶତ ବୃଦ୍ଧି ପାଇଛି । ଏହି ପରିପ୍ରେକ୍ଷୀରେ ବିମାନ ଭଡା ମଧ୍ୟ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ମାର୍ଚ୍ଚ ୧୬ ତାରିଖରେ ଏଟିଏଫ ଦର ୧୮.୩ ପ୍ରତିଶତ ବା କିଲୋଲିଟର ପିଛା 17,135.63 ଟଙ୍କା ବୃଦ୍ଧି ପାଇଥିଲା ।

ବେଞ୍ଚମାର୍କ ଇନ୍ଧନର ଅନ୍ତର୍ଜାତୀୟ ମୂଲ୍ୟ ଆଧାରରେ ପ୍ରତିମାସର ପହିଲା ଏବଂ ୧୬ ଦିନରେ ବିମାନ ଇନ୍ଧନ ମୂଲ୍ୟ ସଂଶୋଧନ କରାଯାଏ । ଆଜି ଦେଶରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ସ୍ଥିର ରହିଛି । ଯାହାକି ଗତ ୧୧ ଦିନ ମଧ୍ୟରେ ଦ୍ବିତୀୟ ଥର ।

@PTI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.