ETV Bharat / business

ସେୟାର ବଜାରରେ ରେକର୍ଡ, 73 ହଜାର ଡେଇଁଲା ସେନସେକ୍ସ

author img

By ETV Bharat Odisha Team

Published : Jan 15, 2024, 3:40 PM IST

Again Sensex Hits all time high: ପୁଣି ସେୟାର ବଜାର କାରବାରରେ ରେକର୍ଡ । ପ୍ରଥମ ଥର ପାଇଁ ବିଏସଇ ସେନସେକ୍ସ 73000 ପଏଣ୍ଟ ଓ ଏନଏସଇ ନିଫ୍ଟି 22000 ପଏଣ୍ଟ ଉପରେ କାରବାର କରିଛି । ଅଧିକ ପଢ଼ନ୍ତୁ

ସେୟାର ବଜାର କାରବାର
ସେୟାର ବଜାର କାରବାର

ମୁମ୍ବାଇ: ପୁଣି ସେୟାର ବଜାର କାରବାରରେ ରେକର୍ଡ । ଷ୍ଟକ ମାର୍କେଟରେ ଜବରଦସ୍ତ ଉତ୍ସାହ । ବାଣିଜ୍ୟ ସପ୍ତାହର ପ୍ରଥମ ଦିନ (ସୋମବାର) ସେୟାର ବଜାରରେ ରେକର୍ଡ ପାର କଲା କାରବାର । 30 ସେୟାର ଆଧାରିତ ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସଇ) ସୂଚକାଙ୍କ ସେନସେକ୍ସ ଓ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ସୂଚକାଙ୍କ ନିଫ୍ଟିରେ ଜୋରଦାର ଅଭିବୃଦ୍ଧି । ପୁଣିଥରେ ନିଜର ସର୍ବକାଳୀନ ରେକର୍ଡ ଭାଙ୍ଗିଲା ସେୟାର ବଜାର କାରବାର । ସେନସେକ୍ସ ଓ ନିଫ୍ଟିରେ ଜୋରଦାର ଅଭିବୃଦ୍ଧି ସହିତ ନୂଆ ରେକର୍ଡ କରି ସର୍ବକାଳୀନ ଉଚ୍ଚତା ଛୁଇଁଛି । ପ୍ରଥମ ଥର ପାଇଁ ବିଏସଇ ସେନସେକ୍ସ 73000 ପଏଣ୍ଟ ଓ ଏନଏସଇ ନିଫ୍ଟି 22000 ପଏଣ୍ଟ ଉପରେ କାରବାର କରିଛି ।

ତେବେ ଆଜିର ସେୟାର ବଜାର କାରବାରରେ ସେନସେକ୍ସରେ 801.16 ପଏଣ୍ଟ ଅର୍ଥାତ 1.10 ପ୍ରତିଶତ ବୃଦ୍ଧି ପାଇ 73,369.62 ପଏଣ୍ଟରେ କରାବାର ବନ୍ଦ କରିଛି । ସେହିପରି ନିଫ୍ଟିରେ 215.90 ଅର୍ଥାତ 0.99 ପ୍ରତିଶତ ବୃଦ୍ଧି ପାଇ 22,110.45 ପଏଣ୍ଟରେ କାରବାର ଶେଷ କରିଛି । ତେବେ ଆଜିର ପ୍ରାରମ୍ଭିକ କାରବାରରେ ବିଏସଇ ସେନସେକ୍ସରେ 461.40 ପଏଣ୍ଟ ବୃଦ୍ଧି ପାଇ 73029.85 ପଏଣ୍ଟରେ କାରବାର ଆରମ୍ଭ କରିଥିବା ବେଳେ ଏନଏସଇ ନିଫ୍ଟିରେ 134.45 ପଏଣ୍ଟ ବୃଦ୍ଧି ପାଇ 22029 ରେ କାରବାର ଆରମ୍ଭ କରିଥିଲା । ଗତ 12 ତାରିଖରେ ସେୟାର ବଜାର କାରବାରରେ ମଧ୍ୟ ଅଭିବୃଦ୍ଧି ଦେଖିବାକୁ ମିଳିଥିଲା । ସେନସେକ୍ସରେ 847.27 ପଏଣ୍ଟ ଅର୍ଥାତ 1.18 ପ୍ରତିଶତ ବୃଦ୍ଧି ପାଇ 72568.45 ପଏଣ୍ଟରେ କରାବାର ବନ୍ଦ କରିଥିଲା । ସେହିପରି ନିଫ୍ଟି 247.35 ପଏଣ୍ଟ ଅର୍ଥାତ 1.14 ପ୍ରତିଶତ ବୃଦ୍ଧି ପାଇ 21894.55 ପଏଣ୍ଟରେ କାରବାର ବନ୍ଦ କରିଥିଲା ।

ଏହା ମଧ୍ୟ ପଢ଼ନ୍ତୁ......ସେୟାର ବଜାର କାରବାରରେ ରେକର୍ଡ, ସର୍ବକାଳୀନ ଉଚ୍ଚତମ ସ୍ତରରେ ସେନସେକ୍ସ ଓ ନିଫ୍ଟି

ଗତ 7 ମାସ ମଧ୍ୟରେ 65,000 ରୁ 73,000 ପଏଣ୍ଟକୁ ଅତିକ୍ରମ କରିଛି ସେନସେକ୍ସ

ତେବେ 2023 ଡିସେମ୍ବର 27ରେ, ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସଇ)ର 30 ସେୟାର ଇଣ୍ଡେକ୍ସ ପ୍ରଥମ ଥର ପାଇଁ 72,000 ମାର୍କ ଅତିକ୍ରମ କରିଥିଲା । 15 ଡିସେମ୍ବର 2023ରେ ବିଏସଇ ସେନସେକ୍ସ ସର୍ବୋଚ୍ଚ ସ୍ତରରେ ପହଞ୍ଚି ପ୍ରଥମ ଥର ପାଇଁ 71,000 ଅତିକ୍ରମ କରିଥିଲା । ସେହିପରି ଡିସେମ୍ବର 12ରେ ବିଏସଇ ସେନସେକ୍ସ 70,000 ମାର୍କ ଅତିକ୍ରମ କରି ଭାରତୀୟ ଷ୍ଟକ ମାର୍କେଟରେ ଇତିହାସ ସୃଷ୍ଟି କରିଥିଲା । ଡିସେମ୍ବର 5ରେ ଷ୍ଟକ ମାର୍କେଟ ସେନସେକ୍ସ 69,000 ଅତିକ୍ରମ କରି ଏକ ଉଚ୍ଚତା ଛୁଇଁଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.