ନୂଆଦିଲ୍ଲୀ: କୋରୋନା କାଳରେ ନିଦ ହଜାଇଛି ମହଙ୍ଗା ମାଡ । ଅଶୋଧିତ ତୈଳ ଓ ବିନିର୍ମାଣ ବସ୍ତୁର ଦାମରେ ବୃଦ୍ଧି ପ୍ରଭାବରେ ରେକର୍ଡ କଲା ହୋଲସେଲ ମୂଲ୍ୟ ଆଧାରିତ ମୁଦ୍ରାସ୍ଫୀତି (WPI) । 2021 ମେ ମାସରେ WPI ବଢି 12.94 ପ୍ରତିଶତରେ ପହଞ୍ଚିଛି ।
ନିମ୍ନ ଆଧାର ପ୍ରଭାବରେ ମଧ୍ୟରେ 2021 ମେ ମାସରେ WPI ମୁଦ୍ରାସ୍ପୀତି ତୀବ୍ର ଭାବେ ବଢିଛି । 2020 ମେ ମାସରେ WPI ମୁଦ୍ରାସ୍ପୀତି ମାଇନସ 3.37 ପ୍ରତିଶତ ଥିଲା ।
ତେବେ ଏହାକୁ ମିଶାଇ ଲଗାତାର ପଞ୍ଚମ ମାସ ଧରି ହୋଲସେଲ ସୂଚକାଙ୍କ ଉପରେ ଆଧାରିତ ମୁଦ୍ରାସ୍ପୀତି ଉପମୁହାଁ ରହିଛି । 2021 ଏପ୍ରିଲ ମାସରେ ଡବ୍ଲୁପିଆଇ ମୁଦ୍ରାସ୍ପୀତି (WPI Inflation) ଦୁଇ ଅଙ୍କରେ 10.49 ପ୍ରତିଶତ ହୋଇଥିଲା ।
ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି କି , ମାସିକ ଡବ୍ଲୁପିଆଇ ଉପରେ ଆଧାରିକ ବାର୍ଷିକ ହାର 2021 ମେ ମାସରେ ବଢି 12.94 ପ୍ରତିଶତ ହୋଇଛି । ଯାହାକି 2020 ମେ ମାସରେ ମାଇନସ 3.37 ପ୍ରତିଶତ ଥିଲା ।
ଗତ ବର୍ଷ ସମାନ ମାସ ତୁଳନାରେ ପେଟ୍ରୋଲ, ଡିଜେଲ, ଫର୍ଣ୍ଣେସ ତେଲ ଇତ୍ୟାଦି ପେଟ୍ରୋଲିୟମ ଉତ୍ପାଦ ଏବଂ ବିନିର୍ମାଣ ଦ୍ରବ୍ୟର ମୂଲ୍ୟରେ ବୃଦ୍ଧି ହେତୁ ଯୋଗୁଁ ମେ 2021 ରେ ମୁଦ୍ରାସ୍ଫୀତି ଉପରମୁହାଁ ରହିଛି । ସମୀକ୍ଷାଧିନ ଅବଧିରେ ଇନ୍ଧନ ଓ ବିଦ୍ୟୁତର ମୁଦ୍ରାସ୍ପୀତି ବଢି 37.61 ପ୍ରତିଶତ ହୋଇଛି । ଯାହାକି ଏପ୍ରିଲ ମାସରେ 20.94 ପ୍ରତିଶତ ଥିଲା । ବିନିର୍ମାଣ ଉତ୍ପାଦର ମୁଦ୍ରାସ୍ପୀତି ମେ ମାସରେ 10.83 ପ୍ରତିଶତ ରହିଛି । ଯାହାକି ଗତ ମାସରେ 9.01 ପ୍ରତିଶତ ଥିଲା ।
ଖାଦ୍ୟ ପଦାର୍ଥର ମୁଦ୍ରାସ୍ପୀତି ମେ ମାସରେ ସାମାନ୍ୟ ହ୍ରାସ ହୋଇ 4.31 ପ୍ରତିଶତ ରହିଛି । ଏହି ସମୟରେ ପିଆଜ ମହଙ୍ଗା ହୋଇଛି । ଚଳିତ ମାସର ଆରମ୍ଭରେ ଆରବିଆଇ ତାର ମୁଦ୍ରାସ୍ପୀତି ବୈଠକରେ ରେପାରେଟ ହାର ଅପରିର୍ତ୍ତିତ ରଖିଛି । ହେଲେ ମୁଦ୍ରାସ୍ପୀତି ଆକଳନ ବଢାଇଛି ।