ETV Bharat / business

ପଳାତକ ମାଲ୍ୟାର ଲୋକ ଦେଖାଣିଆ ଦେଶପ୍ରୀତି

ଦେଶର ପିଏମଙ୍କ ପରେ ଏବେ ବୃହତ୍ତମ ବାଣିଜ୍ୟିକ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କକୁ ଟାର୍ଗେଟ କରିଛି ପଳାତକ ମାଲ୍ୟା । ‘ବ୍ରିଟେନରେ କେଶ ଲଢି କରଦାତାଙ୍କ ଟଙ୍କା ବର୍ବାଦ କରୁଛି ଏସବିଆଇ ।’ ଏଭଳି ଅଭିଯୋଗ କରି ବ୍ୟଙ୍କକୁ ନିନ୍ଦିଛି ମାଲ୍ୟା ।

ଫାଇଲ ଫଟୋ
author img

By

Published : Apr 20, 2019, 3:31 PM IST

ନୂଆଦିଲ୍ଲୀ: ଗାଲୁଆମି କରିବା , ଅନ୍ୟ ମୁଣ୍ଡରେ ଦୋଷ ଲଦିବା ଏବଂ ଠକିମାରେ ମାହିର ଥିବା ପଳାତକ ବିଜୟ ମାଲ୍ୟାର ପୁଣି ଏକ ବୟାନକୁ ନେଇ ଚର୍ଚ୍ଚା । ଏଥର ସରକାର ନୁହେଁ, ଦେଶର ବୃହତ୍ତମ ବ୍ୟାଙ୍କ ଏସବିଆଇକୁ କରିଛି ଟାର୍ଗେଟ । କରଦାତାଙ୍କ ଟଙ୍କାକୁ ବିଦେଶରେ ମକଦ୍ଦମା ଲଢି ଏସବିଆଇ ବର୍ବାଦ କରୁଥିବା କହିଛି ମାଲ୍ୟା ।

ମୁହଁ ଫୁଟାଣି ମାରିଥୁବା ଏହି ପଳାତକ ମଦ ବ୍ୟବସାୟୀ ନାଁରେ ମକଦ୍ଦମା କରୁଛି ଭାରତୀୟ ଷ୍ଟେଟ ବ୍ୟାଙ୍କ । ଯାହାକୁ ହଜମ କରିପାରୁନି ଏହି ପୋଷ୍ଟର ବୟ । ସୋସିଆଲ ମିଡିଆକୁ ମାଧ୍ୟମ କରି ଭାରତ ଓ ତାର ଆର୍ଥିକ ସଂସ୍ଥା ନାଁରେ ଅପଲୋଡ କରିଛୁ ଗୋଟିଏ ପରେ ଗୋଟିଏ ବିବାଦୀୟ ପୋଷ୍ଟ ।

ଦେଶରୁ କୋଟି କୋଟି ଟଙ୍କା ନେଇ ଫେରାର ହୋଇଥିବା ମଦ ବ୍ୟବସାୟୀ ମାଲ୍ୟା ଉପରେ ଭାରତର କଡା ନଜର । ଋଣ ଟଙ୍କା ଆଦାୟ କରିବାକୁ ଏସବିଆଇ ନେତୃତ୍ବରେ ବ୍ରିଟେନରେ ଚାଲିଛି ମକଦ୍ଦମା । ଏଥିପାଇଁ ମାଲ୍ୟା ବିରୋଧରେ ଏସବିଆଇ ପକ୍ଷରୁ କେଶ ଲଢାଯାଉଛି । ତେବେ କରଦାତାଙ୍କ ଟଙ୍କାରେ ଏସବିଆଇ ଓକିଲ କୋର୍ଟରେ କେଶ ଲଢୁଥିବା ନେଇ ମାଲ୍ୟା ଅଭିଯୋଗ କରିଛି ।

ମୁଁ ଯେତେ ଟଙ୍କା ଋଣ ଆଣିଛି , ତାଠାରୁ କେଇ ଗୁଣା ଅଧିକା ସରକାର ମୋ ଠାରୁ ଆଦାୟ କରିସାରିଲେଣି । ଏ ନେଇ ଖୋଦ ପ୍ରଧାନମନ୍ତ୍ରୀ ଏକ ସାକ୍ଷାତକାରରେ ନିଜେ କହିଥିଲେ । ହେଲେ ଏବେ କାହିଁକି ଏସବିଆଇ ମୋ ପଛରେ ପଡିଛି । ଯଦି ମୋ ଠାରୁ ଟଙ୍କା ନେଇଛନ୍ତି । ପୁଣି କାହିଁକି କେଶ ଚାଲିଥିବା ବେଳେ ଟଙ୍କା ଫେରାଇନଥିବା ନେଇ ବ୍ୟାଙ୍କ ପଛଘୁଞ୍ଚା ଦେଉଛି ବୋଲି ପ୍ରଶ୍ନ ମଲ୍ୟା ପ୍ରଶ୍ନ କରିଛନ୍ତି ।

ପ୍ରକଶ ଥାଉ ଯେ, ମାଲ୍ୟାଙ୍କ ଭାରତ ପ୍ରତ୍ୟାପଣ ବିରୋଧ ଆବେଦନକୁ ବ୍ରିଟେନ ହାଇକୋର୍ଟ ଖାରଜ କରିଦେଇଛନ୍ତି । ଏଥିସହ ବ୍ୟାଙ୍କରେ ପଡିଥିବା 2.60 ଲକ୍ଷ୍ୟ ପାଉଣ୍ଡ ଜବତ କରିବା ଅପିଲକୁ ମଧ୍ୟ ନାକଚ କରିଛନ୍ତି କୋର୍ଟ । ଏଥିରେ ବିକଳ ହୋଇ ମାଲ୍ୟା ଲଗାତର ଟ୍ବିଟ କରି ଭାରତକୁ ଟାର୍ଟେଟ କରିଚାଲିଛନ୍ତି ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.