ETV Bharat / business

ଖାସ ନିରାମିଷାଶୀଙ୍କ ପାଇଁ, ଖୁବଶୀଘ୍ର ବଜାରକୁ ଆସିବ ଭେଜ ଅଣ୍ଡା

ଖୁବଶୀଘ୍ର ଭାରତ ବଜାରରେ ମିଳିବ ଭେ଼ଜ ଅଣ୍ଡା। ଏଥିରେ ସମସ୍ତ ପ୍ରୋଟିନ ଓ ଅନ୍ୟାନ ପଦାର୍ଥ ରହିଛି, ଯାହା ନନଭେଜ ଅଣ୍ଡାରେ ରହିଥାଏ।

author img

By

Published : May 19, 2019, 12:02 AM IST

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ନିରାମିଷାଶୀଙ୍କ ପାଇଁ ଖୁସି ଖବର । ବଜାରକୁ ଆସିବ ଭେଜ୍‌ ଅଣ୍ଡା । ଏହା ପୃଷ୍ଟିକର ସହ ଏଥିରେ ଭରପୂର ମାତ୍ରାରେ ପ୍ରୋଟିନ ରହିଛି। ଏଥିସହ ଏହା ନନଭେଜ ଅଣ୍ଡା ଭଳି ଦେହ ପାଇଁ ସ୍ବାସ୍ଥ୍ୟକର ମଧ୍ୟ ରହିବ ।

ଅଣ୍ଡା ଭେଜ କି ନନଭେଜ ? ଏହା ଏବେ ସମସ୍ତଙ୍କ ମନର ପ୍ରଶ୍ନ । କିଛି ଏହାକୁ ନିରାମିଷ କହୁଥିବା ବେଳେ ଗ୍ରାମୀଣ ଲୋକ ଏହାକୁ ଆମୀଷ କୁହନ୍ତି । ଏପଟେ ଡାକ୍ତର ମଧ୍ୟ ସୁସ୍ଥ ଓ ସବଳ ରହିବାକୁ ଅଣ୍ଡା ଖାଇବାକୁ ପରାମର୍ଶ ଦିଅନ୍ତି । କିନ୍ତୁ ଅଣ୍ଡାକୁ ନନଭେଜ ଭାବି ବହୁ ନିରାମିଷାଶୀ ଅଣ୍ଡା ଖାଇପାରନ୍ତି ନାହିଁ । ଖାସ ସେମାନଙ୍କ ପାଇଁ ଲିକ୍ୟୁଡ ଏଗ ସବ୍ସିଟ୍ୟୁଟ ନାମକ ଏକ କମ୍ପାନୀ ଲଞ୍ଚ କରିଛି ‘ଭେଜ ଅଣ୍ଡା’ । ଯଦିଓ ଏହା ବାସ୍ତବ ନୁହେଁ ହେଲେ ଏହା ଅଣ୍ଡାର ବିକଳ୍ପ । ଏଥିରେ ସମସ୍ତ ପଦାର୍ଥ ଓ ପ୍ରୋଟିନରେ ଭରପୂର ଯାହା ଅଣ୍ଡାରେ ଥାଏ ।

ଏହା ପୂରା ମୁଗ ଡାଲିରେ ତିଆରି । ଅଣ୍ଡାର ବିକଳ୍ପ ଭାବେ ଏହି ପ୍ରଡକ୍ଟ ଏବେ ଆମେରିକା ବଜାରରେ ଭଲ ବ୍ୟବସାୟ କରୁଛି । ଚଳିତ ବର୍ଷ ଏହାକୁ ଭାରତୀୟ ବଜାରକୁ ଆଣିବାକୁ କମ୍ପାନୀ ଯୋଜନା କରୁଛି । ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ, କମ ସମୟରେ ଶରୀରରେ ଶକ୍ତି ସଞ୍ଚୟ ପାଇଁ ଅଣ୍ଡା ଅତ୍ୟନ୍ତ ପୃଷ୍ଟିକର । ସୋୟାବିନ, କ୍ଷୀର, ମଟର ଆଦି ବିଭିନ୍ନ ପ୍ରୋଟିନଯୁକ୍ତ ଖାଦ୍ୟପଦାର୍ଥର ବିକଳ୍ପ ଅଣ୍ଡା । ବଡକଥା ହେଲା ସହଜ ଓ ସରଳ ଉପାୟରେ ଅଣ୍ଡାକୁ ଖାଇହେବ। ଏଥିପାଇଁ ଅଧିକ ଖର୍ଚ୍ଚାନ୍ତ ମଧ୍ୟ ହେବାକୁ ପଡେନାହିଁ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.