ETV Bharat / business

କୋଟାକ ମହିନ୍ଦ୍ରା ବ୍ୟାଙ୍କର 2.8% ଅଂଶଧନ ବିକିବେ ଉଦୟ କୋଟକ

author img

By

Published : Jun 2, 2020, 1:00 PM IST

କୋଟାକ ମହିନ୍ଦ୍ରା ବ୍ୟାଙ୍କର ଅଂଶଧନ ବିକ୍ରି କରିବେ ଉଦୟ କୋଟକ । ଆରବିଆଇର ନିୟମ ଠାରୁ ଅଧିକ ଅଂଶ ରହିଥିବାରୁ ଏହାକୁ ବିକ୍ରି କରାଯାଉଛି । ଅଧିକ ପଢନ୍ତୁ..

Uday Kotak to sell 2.8% stake in Kotak Mahindra Bank
କୋଟକ ମହିନ୍ଦ୍ରା ବ୍ୟାଙ୍କର 2.8% ଅଂଶଧନ ବିକିବେ ଉଦୟ କୋଟକ

ମୁମ୍ବାଇ: ଅରବପତି ବ୍ୟାଙ୍କର ଉଦୟ କୋଟକ ମହିନ୍ଦ୍ରା ବ୍ୟାଙ୍କରେ ନିଜର 2.8 ପ୍ରତିଶତ ଅଂଶଧନ ବିକ୍ରି କରିବେ । ଏହାକୁ 6,600 କୋଟି ଟଙ୍କାରେ ବିକ୍ରି କରିବେ କୋଟାକ ।

କୋଟାକଙ୍କର ବ୍ୟାଙ୍କରେ ଅଧିକ ଅଂଶଧନ ଥିବାରୁ ରିଜର୍ଭ ବ୍ୟାଙ୍କ ସହିତ ଦୀର୍ଘ ସମୟ ଧରି ବିବାଦ ଲାଗି ରହିଥିଲା। ଏ ନେଇ କୋଟାକ 2018 ଡିସେମ୍ବରରେ ରିଜର୍ଭ ବ୍ୟାଙ୍କ ବିରୋଧରେ ବମ୍ବେ ହାଇକୋର୍ଟରେ ଆଶ୍ରୟ ନେଇଥିଲେ। ଏହି ମାମଲା କୋର୍ଟରେ ବିଚାରାଧୀନ ଅଛି।

ଏହି ମାମଲା ନେଇ କୁହାଯାଇଛି କି, ‘‘ ବ୍ଲକ ଡିଲ ଜରିଆରେ ଅଂଶଧନକୁ କମ କରାଯିବ । ଏହି ଚୁକ୍ତି ଶୀଘ୍ର ହେବ । ଆଉ ଏହାର ଦର ପ୍ରତି ସେୟାର ପିଛା 1,215 ଟଙ୍କାରୁ 1,240 ଟଙ୍କାରେ ବିକ୍ରି ହେବ ।

ଏହି ହିସାରେ 2.8 ପ୍ରତିଶତ ଅଂଶଧନ ବିକ୍ରି ଦ୍ବାରା କୋଟକଙ୍କୁ ପ୍ରାୟ 6,800 କୋଟି ଟଙ୍କା ମିଳିବ । ଏବେ ଉଦୟ କୋଟାକ ଓ ତାଙ୍କ ପରିବାର ପାଖରେ କୋଟାକ ମହିନ୍ଦ୍ରା ବ୍ୟାଙ୍କର 28.8 ପ୍ରତିଶତ ଅଂଶଧନ ରହିଛି ।

ରିଜର୍ଭ ବ୍ୟାଙ୍କର ନିୟନ ଅନୁସାରେ କୌଣସି ବ୍ୟାଙ୍କରେ ପ୍ରମୋଟରଙ୍କ ସର୍ବାଧିକ ଅଂଶ 26 ପ୍ରତିଶତ ରହିପାରିବ ।

ପ୍ରକାଶ ଯେ, କୋଟକ ମହିନ୍ଦ୍ରା ବ୍ୟାଙ୍କର ଦେଶର ଚତୁର୍ଥ ସବୁଠୁ ବଡ ଘରୋଇ ବ୍ୟାଙ୍କ । ଆଉ ଉଦୟ କୋଟକ ଏସିଆରେ ବ୍ୟାଙ୍କ କାରବାର କରୁଥିବା ସବୁଠୁ ଧନୀକ ବ୍ୟକ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.