ETV Bharat / business

କିଲେ ଟମାଟୋ ଦାମ 1 ଟଙ୍କାଠୁ ବି ଶସ୍ତା

author img

By

Published : May 27, 2020, 9:38 PM IST

ଦିଲ୍ଲୀ ହୋଲସେଲ ବଜାରରେ ଟମାଟୋ, ପିଆଜ ସମେତ ସମସ୍ତ ପନିପରିବାର ମୂଲ୍ୟ 60% ପର୍ଯ୍ୟନ୍ତ ହ୍ରାସ ପାଇଛି । କୋଭିଡ-19 ସଙ୍କଟ ମଧ୍ୟରେ ଉତ୍ପାଦନ ବଢୁଥିବା ବେଳେ ଚାହିଦା ହ୍ରାସ ପାଇଛି । ଯେଉଁଥିପାଇଁ ଦାମ ପ୍ରବଳ ମାତ୍ରାରେ କମିଛି । ଅଧିକ ପଢନ୍ତୁ...

Tomatoes selling
କିଲେ ଟମାଟୋ ଦାମ 1 ଟଙ୍କାଠୁ ବି ଶସ୍ତା

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀର ହୋଲସେଲ ମାର୍କେଟରେ ଲଗାତାର ହ୍ରାସ ପାଉଛି ପରିବା ଦର । ପିଆଜ ଓ ଟମାଟୋ ସମେତ ସମସ୍ତ ପରିବା ଦାମ 60 ପ୍ରତିଶତ ହ୍ରାସ ପାଇଛି । ଆଉ ଏହାର କାରଣ ହେଉଛି ଅଧିକ ଉତ୍ପାଦନ, ଚାହିଦା ହ୍ରାସ ଓ ବଜାର ପ୍ରଭାବିତ । କୋରୋନା ସଙ୍କଟ ମଧ୍ୟରେ ଏସବୁ ସମସ୍ୟା ଏବେ ଦରଦାମ ସନ୍ତୁଳନ ବିଗାଡିବାରେ ଲାଗିଛି ।

ଫଳ ଏବଂ ପନିପରିବା ପାଇଁ ଏସିଆର ସର୍ବବୃହତ ହୋଲସେଲ ବଜାର ଆଜାଦପୁର ମଣ୍ଡିରେ ଟମାଟୋ କିଲୋଗ୍ରାମ ପିଛା 1 ଟଙ୍କାରୁ ବି କମରେ ବିକ୍ରି ଆରମ୍ଭ ହୋଇଛି । କେବଳ ଟମାଟୋ ନୁହେଁ ଅନ୍ୟ ସବୁଜ ପନିପରିବା ଦର ମଧ୍ୟ ସେହି ଅନୁସାରେ ହ୍ରାସ ପାଇଛି ।

କେନ୍ଦ୍ର କୃଷି ମନ୍ତ୍ରଣାଳୟ ଅଧୀନରେ ଥିବା AGMARKNETର ତଥ୍ୟ ଅନୁଯାୟୀ, ମେ 24 ରେ କେତେକ ରାଜ୍ୟରେ ହୋଲସେଲ ଟମାଟୋ ମୂଲ୍ୟ କିଲୋ ପିଛା 5 ଟଙ୍କାରୁ ବି କମ ଥିଲା । ସେହିପରି ପ୍ରମୁଖ ପିଆଜ ଉତ୍ପାଦନକାରୀ ରାଜ୍ୟ ମହାରାଷ୍ଟ୍ରରେ ପିଆଜ କିଲୋ ପିଛା 6 ଟଙ୍କା ବିକ୍ରି ହେଉଛି । ତେବେ ଆଳୁ ଦାମ କିଲୋ ପିଛା 12ରୁ 13 ଟଙ୍କା ମଧ୍ୟରେ ସ୍ଥିର ରହିଛି ।

ଟମାଟୋ ଦାମ ପ୍ରାୟତଃ 19ଟି ରାଜ୍ୟରେ ଅଧିକ ହ୍ରାସ ପାଇଥିଲା ବେଳେ ତେଲଙ୍ଗାନା, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଏବଂ ମହାରାଷ୍ଟ୍ରରେ ସର୍ବାଧିକ 83 ପ୍ରତିଶତ କମିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.