ETV Bharat / business

2 ସପ୍ତାହରେ ଅଢେଇ ଗୁଣା ବଢିଛି ଟମାଟୋ ଦାମ, ପିଆଜ ବି ମହଙ୍ଗା

author img

By

Published : Jun 17, 2020, 8:54 PM IST

ରେସ୍ତୋରାଁ, ଢାବା, କ୍ୟାଣ୍ଟିନ, ଭୋଜନାଳୟ ଖୋଲିବା ପରେ ପରିବା ଚାହିଦା ପାଖାପାଖୀ 20 ପ୍ରତିଶତ ବୃଦ୍ଧି ପାଇଛି । ପରିବାର ହୋଲସେଲ ଚାହିଦା ବଢିବା ଦ୍ବାରା ଖୁଚୁରା ଦାମ ମଧ୍ୟ ବୃଦ୍ଧି ହୋଇଛି । ଅଧିକ ପଢନ୍ତୁ..

tomato prices increased by two and a half times in last 2 weeks
2 ସପ୍ତାହରେ ଅଢେଇ ଗୁଣା ବଢିଛି ଟାମାଟୋ ଦାମ, ପିଆଜ ବି ମହଙ୍ଗା

ନୂଆଦିଲ୍ଲୀ: ଲକଡାଉନ ଖୋଲିବା ପରେ ମଣ୍ଡିରେ ସବୁ ରକମର ପରିବା ଚାହିଦା ବଢିବା ସହ ଦାମ ମଧ୍ୟ ବୃଦ୍ଧି ପାଇଛି । ଦିଲ୍ଲୀର ଆଜାଦପୁର ମଣ୍ଡିରେ ଯଦି ଆପଣ କୃଷି ଉତ୍ପାଦନ ମାର୍କେଟିଂ କମିଟି(ଏପିଏମସି)ର ଦାମ ଲିଷ୍ଟକୁ ଦେଖନ୍ତି ତେବେ ଟମାଟୋର ହୋଲସେଲ ମୁଲ୍ୟ 2 ସପ୍ତାହରେ ଅଢେଇ ଗୁଣାରୁ ଅଧିକ ବଢିଛି ।

କେବଳ ଟମାଟୋ ନୁହେଁ ଆଳୁ, ପିଆଜ ସମେତ ସବୁଜ ପନିପରିବା ଦାମରେ ମଧ୍ୟ ବୃଦ୍ଧି ଦେଖାଦେଇଛି । ମଣ୍ଡିରେ କାରବାରୀଙ୍କ କହିବା ଅନୁଯାୟୀ ରେସ୍ତୋରାଁ, ଢାବା, କ୍ୟାଣ୍ଟିନ, ଭୋଜନାଳୟ ଖୋଲିବା ପରେ ପରିବା ଚାହିଦା ପାଖାପାଖି 20 ପ୍ରତିଶତ ବୃଦ୍ଧି ପାଇଛି । ପରିବାର ହୋଲସେଲ ଚାହିଦା ବଢିବା ଦ୍ବାରା ଖୁଚୁରା ଦାମ ମଧ୍ୟ ବୃଦ୍ଧି ହୋଇଛି ।

ଆଜାଦପୁର ମଣ୍ଡିର ଏପିଏମସିର ଲିଷ୍ଟରେ ଜୁନ 3 ସୁଦ୍ଧା ଟମାଟୋର ହାରାହାରି ହୋଲସେଲ ଦାମ କିଲୋ ପିଛା 3 ଟଙ୍କା ଥିବା ବେଳେ ବୁଧବାର ଏହା ବୃଦ୍ଧି ପାଇ 6 ଟଙ୍କାର ପହଞ୍ଚିଛି । ସେହିପରି ପିଆଜ କିଲୋ ପିଛା 8.75 ଟଙ୍କାରୁ ବଢି 11.50 ଟଙ୍କା ହେଲାଣି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.