ETV Bharat / business

Stock Market Update: ୩୦୦ ପଏଣ୍ଟ ଖସିଲା ସେନସେକ୍ସ

author img

By

Published : Dec 17, 2021, 1:58 PM IST

Updated : Dec 17, 2021, 2:11 PM IST

କାରବାର ଆରମ୍ଭରୁ ୩୦୦ ପଏଣ୍ଟ ହ୍ରାସ ପାଇଲା ସେନସେକ୍ସ । ସବୁଠୁ ଅଧିକ କ୍ଷତି ସହିଲା ଟାଇଟାନ(Titan ) ସେୟାର । ଅଧିକ ପଢନ୍ତୁ

Stock Market Update: ୩୦୦ ପଏଣ୍ଟ ଖସିଲା ସେନସେକ୍ସ
Stock Market Update: ୩୦୦ ପଏଣ୍ଟ ଖସିଲା ସେନସେକ୍ସ

ମୁମ୍ବାଇ: ଷ୍ଟକ ମାର୍କେଟରେ ନିରାଶ । ଆଜି କାରବାର ଆରମ୍ଭରୁ ସେନସେକ୍ସ ୩୦୦ ପଏଣ୍ଟ ହ୍ରାସ ପାଇଛି ( sensex slides 300 points) । ରିଲିଆନ୍ସ ଇଣ୍ଡଷ୍ଟ୍ରୀ, ଏଚଡିଏଫସି ଟ୍ବିନ୍ସ, କୋଟାକ ବ୍ୟାଙ୍କ ସେୟାର ମୂଲ୍ୟରେ ହ୍ରାସ ଯୋଗୁଁ ସେନସେକ୍ସ ତଳକୁ ଖସିଛି । ବୈଶ୍ବିକ ବଜାରରେ ନକରାତ୍ମକ ଟ୍ରେଣ୍ଡ(Negative trend in global markets) ଏବଂ ନିରନ୍ତର ବିଦେଶ ପୁଞ୍ଜି ଆଉଟଫ୍ଲୋ(continuous withdrawal of foreign funds) ମଧ୍ୟରେ ଆଜି କମ୍ପାନୀଗୁଡିକର ସେୟାର ଘାଟାରେ ପଡିଛି ।

ସୂଚନା ଅନୁଯାୟୀ, କାରବାର ଆରମ୍ଭରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜ(BSE)ର 30 ସେୟାର ଆଧାରିତ ସେୟାର ସୂଚକାଙ୍କ ସେନସେକ୍ସ(Sensex) 319.82 ପଏଣ୍ଟ ବା 0.55% ହ୍ରାସ ସହ 57,581.32ରେ ବନ୍ଦ ହୋଇଛି । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ(National Stock Exchange) ନିଫ୍ଟି (Nifty) 91 ପଏଣ୍ଟ ବା 0.53% ଖସି 17,157.40ରେ କାରବାର ବନ୍ଦ କରିଛି ।

ସେନସେକ୍ସ ପ୍ୟାକରେ ସବୁଠୁ ଅଧିକ କ୍ଷତି ସହିଛି ଟାଇଟନ । ଟାଇନର(Titan ) ୩ ପ୍ରତିଶତ ସେୟାର ମୂଲ୍ୟ ହ୍ରାସ ପାଇଥିବାବେଳେ ତା' ପଛକୁ ଏମ ଆଣ୍ଡ ଏମ(M&M), ଏଚୟୁଏଲ(HUL), ମାରୁତି9Maruti), ଏସିଆନ ପେଣ୍ଟ(Asian Paints) ଏବଂ ଇଣ୍ଡସଇଣ୍ଡ( IndusInd Bank) ବ୍ୟାଙ୍କ କ୍ଷତିରେ ପଡିଛି ।

ଅପରପକ୍ଷେ ଆଜି ଇଫୋସିସ୍(Infosys), ଟିସିଏସ(TCS), ଏଚସିଏଲ(HCL ) ଟେକ ଏବଂ ଟେକ୍ ମହିନ୍ଦ୍ରା( Tech and Tech Mahindra) ଲାଭ ଅର୍ଜନକାରୀଙ୍କ ମଧ୍ୟରେ ଅଛନ୍ତି । କହିରଖୁଛୁ କି, ପୂର୍ବ କାରବାର ଦିବସରେ ୩୦ ସେୟାର ଆଧାରିତ ସୂଚକାଙ୍କ 113.11 ପଏଣ୍ଟ ବା 0.20 ପ୍ରତିଶତ ବୃଦ୍ଧି ସହ 57,901.14ରେ ଏବଂ ନିଫ୍ଟ 27 ପଏଣ୍ଟ ଉଛୁଳି 17,248.40ରେ ବନ୍ଦ ହୋଇଥିଲା ।

@PTI

Last Updated : Dec 17, 2021, 2:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.