ETV Bharat / business

ଆଜି ଇଦ୍‌, ବଜାର ବନ୍ଦ - occasion

ଇଦୁଲ ଫିତର ଉପଲକ୍ଷେ ବୁଧବାର ବଜାର ବନ୍ଦ ।

ପ୍ରତିକାତ୍ମକ ଫଟୋ
author img

By

Published : Jun 5, 2019, 2:17 PM IST

ନୂଆଦିଲ୍ଲୀ: ଇଦୁଲ ଫିତର ଉପଲକ୍ଷେ ବୁଧବାର ବଜାର ବନ୍ଦ । ସରକାରୀ ଛୁଟି ସହ ଭାରତୀୟ ସେୟାର ବଜାରରେ ଛୁଟି । ପୁଣି ଥରେ ଗୁରୁବାର ବଜାର ଖୋଲିବା ସହ କାରବାର ସ୍ବାଭାବିକ ହେବ ।

ମଙ୍ଗଳବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସଇ)ର 30 ସେୟାର ଉପରେ ଆଧାରିତ ସୂଚକାଙ୍କ ସେନସେକ୍ସ 184.08 ପଏଣ୍ଟ ହ୍ରାସ ପାଇ 40,083.54 ରହିଥିବାବେଳେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ)ର ୫୦ ସେୟାର ଉପରେ ଆଧାରିତ ସୂଚକାଙ୍କ ନିଫ୍ଟି 66.90 ପଏଣ୍ଟ ବୃଦ୍ଧି ସହ 12,021.65 ରେ କାରବାର ବନ୍ଦ କରିଛି ।

ପୁରା ଦିନରେ ସେନସେକ୍ସ 40,312.07 ଉପର ଓ 40,031.05 ତଳକୁ ଖସି କାରବାର ଚଲାଇଥିଲା ।

ସୋମବାର ରେପୋରେଟ ଦର କମିବା ଆଶାରେ କାରବାର ବନ୍ଦ ବେଳକୁ ସେନସେକ୍ସ 40 ହଜାର ଓ ନିଫ୍ଟି 12 ହଜାର ଟପି ନୂଆ ରେକର୍ଡ ସୃଷ୍ଟି କରିଥିଲା ।

Intro:Body:

ନୂଆଦିଲ୍ଲୀ: ପବିତ୍ର ଇଦ ଓ ବିଶ୍ବ ପରିବେଶ ଦିବସ ସହ 47ବର୍ଷ ବୟସରେ ପାଦ ଦେଇଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଆଉ ସେଥିପାଇଁ ଯୋଗୀଙ୍କ ନିକଟକୁ ସାରା ଦେଶରୁ ଛୁଟିଛି ଜନ୍ମଦିନର ଶୁଭେଚ୍ଛା ।

ଯୋଗୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲେଖିଛନ୍ତି, ‘ଉତ୍ତର ପ୍ରଦେଶର ଗତିଶୀଳ ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭକାମନା । ଉତ୍ତର ପ୍ରଦେଶର ପରିବର୍ତ୍ତନ ଦିଗରେ ଯୋଗୀ ବହୁତ ଭଲ କାମ କରିଛନ୍ତି । ବିଶେଷକରି କୃଷି, ଶିଳ୍ପ ଓ ଆଇନ-କାନୁନ କ୍ଷେତ୍ରରେ ।  ମୁଁ ଭଗବାନଙ୍କ ନିକଟରେ ତାଙ୍କର ଦୀର୍ଘ ଓ ସୁସ୍ଥ ଜୀବନ କାମନା କରୁଛି ।’

କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ମଧ୍ୟ ଯୋଗୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ଲେଖିଛନ୍ତି ‘ଉତ୍ତର ପ୍ରଦେଶର ପ୍ରଗତିଶୀଳ ଓ ପରିଶ୍ରମୀ ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା । ଆପଣଙ୍କ ନେତୃତ୍ବରେ ଉତ୍ତର ପ୍ରଦେଶ ଉନ୍ନତିର ଦିଗରେ ଆଗେଇ ନୂଆ ରେକର୍ଡ ସ୍ଥାପନ କରିବ । ମୁଁ ମଧ୍ୟ ଆପଣଙ୍କ ସୁସ୍ଥ ଶରୀର ଓ ଦୀର୍ଘାୟୁ କାମନା କରୁଛି ।’

ନବନିର୍ବାଚିତ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ଯୋଗୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ ଲେଖିଛନ୍ତି, ‘ଯୋଗୀ ଆଦିତ୍ୟନାଥଙ୍କୁ ଜନ୍ମଦିନର ଶାନଦାର ଶୁଭେଚ୍ଛା । ସେ ନିଜ ରାଜ୍ୟର ସାମାଜିକ ପ୍ରଗତୀ, ଆର୍ଥିକ ସମୃଦ୍ଧି ଓ ବିକାଶ ଦିଗରେ ନିର୍ଣ୍ଣାୟକ  ଭାବରେ କାମ କରୁଛନ୍ତି । ସୁସ୍ଥ ଓ ସୁଖମୟ ଜୀବନର କାମନା ।’

1972ରେ ଉତ୍ତରାଖଣ୍ଡର ପାଉରୀ ଗରହୱାଲ ଜିଲ୍ଲାର ପଞ୍ଚୁର ଗ୍ରାମରେ ଆଦିତ୍ୟନାଥଙ୍କର ଜନ୍ମ । ଗଣିତରେ ଡିଗ୍ରୀ କରି 1990 ଅଯୋଧ୍ୟା ରାମ ମନ୍ଦିର ଘଟଣାରେ ସେ ସାମିଲ ହୋଇଥିଲେ ।1998ର 12ତମ ଲୋକସଭାରେ ସେ ମାତ୍ର 26ବର୍ଷ ବୟସରେ ଯୋଗ ଦେଇ ସର୍ବକନିଷ୍ଠ ସଦସ୍ୟ ଥିଲେ । ସେ ଗୋରଖପୁର ଲୋକସଭା ଆସନରୁ 5ଥର ପାଇଁ ସାଂସଦ ଥିଲେ । 

ବିଜେପିର ବିଧାନସଭା ନିର୍ବାଚନରେ ମୋଟ 403 ଆସନରୁ 312ଆସନ ଜିତି 2017ରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ ଯୋଗୀ ଆଦିତ୍ୟନାଥ । 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.