ETV Bharat / business

ଆଶ୍ବସ୍ତି ! ସଙ୍କୁଚିତ ହେବ ରାଜ୍ୟର ଆର୍ଥିକ ନିଅଣ୍ଟ

author img

By

Published : Feb 15, 2021, 9:26 PM IST

2021-22 ରେ ରାଜ୍ୟର ଆର୍ଥିକ ନିଅଣ୍ଟ ହ୍ରାସ ହେବ । ଏହା ଜିଡିପିର 4.3 ପ୍ରତିଶତ ରହିବା ଆଶା ରହିଛି । ଅଧିକ ପଢନ୍ତୁ..

ଆଶ୍ବସ୍ତି !  ସଙ୍କୁଚିତ ହେବ ରାଜ୍ୟର ଆର୍ଥିକ ନିଅଣ୍ଟ
ଆଶ୍ବସ୍ତି ! ସଙ୍କୁଚିତ ହେବ ରାଜ୍ୟର ଆର୍ଥିକ ନିଅଣ୍ଟ

ନୂଆଦିଲ୍ଲୀ: ରାଜ୍ୟର ଆର୍ଥିକ ନିଅଣ୍ଟ ମୋଟ ପରିମାଣରେ 2021-22 ରେ ହ୍ରାସ ହୋଇ 4.3 ପ୍ରତିଶତ ରହିପାରେ । ଯେତେବେଳେ କି 2020-21ରେ ଏହା4.6 ପ୍ରତିଶତ ରହିବା ନେଇ ଆକଳନ ରହିଛି । ଇଣ୍ଡିଆନ ରେଟିଙ୍ଗ ଆଣ୍ଡ ରିସର୍ଚ୍ଚ ଏକ ରିପୋର୍ଟରେ ଏ ନେଇ କହିଛି ।

ରେଟିଂ ଏଜେନ୍ସି 2021-22 ପାଇଁ ରାଜ୍ୟ ଅର୍ଥନୀତି ଉପରେ ଏହାର ଦୃଷ୍ଟିକୋଣକୁ ସ୍ଥିରରୁ ନକାରାତ୍ମକକୁ ସଂଶୋଧନ କରିଛି । ଏଜେନ୍ସି ଏକ ରିପୋର୍ଟରେ କହିଛି କି, ‘‘ଆମେ ଅନୁମାନ କରୁଛୁ ଯେ 2021-22 ରେ ରାଜ୍ୟଗୁଡିକର ମୋଟ ଆର୍ଥିକ ନିଅଣ୍ଟ 4.3 ପ୍ରତିଶତକୁ ହ୍ରାସ ପାଇବ ଏବଂ 2020-21 ରେ ଏହା 4.6 ପ୍ରତିଶତ ହେବ ବୋଲି ଆଶା କରାଯାଉଛି ।

ଇଣ୍ଡିଆ ରେଟିଙ୍ଗ ପୂର୍ବରୁ 2020-21 ରେ ରାଜ୍ୟଗୁଡିକର ଆର୍ଥିକ ନିଅଣ୍ଟ 4.5 ପ୍ରତିଶତ ହେବ ବୋଲି ପୂର୍ବାନୁମାନ କରିଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ବଜାର ମୂଲ୍ୟରେ ମୋଟ ଘରୋଇ ଉତ୍ପାଦ (ଜିଡିପି) ର ଆଶା ତୁଳନାରେ 6.1 ପ୍ରତିଶତର ବଡ ହ୍ରାସ ଦେଖି ଆର୍ଥିକ ନିଅଣ୍ଟ ଆକଳନକୁ ସଂଶୋଧିତ କରିଛି ।

ରେଟିଙ୍ଗ ଏଜେନ୍ସି ଅନୁସାରେ 2021-22 ରେ ବଜାର ମୂଲ୍ୟ ଜିଡିପିର 14.5 ପ୍ରତିଶତ ବୃଦ୍ଧି ହେବ । ଏହାର ଅନୁମାନ ରହିଛି କି ରାଜସ୍ବ ସଂଗ୍ରରେ ଧୀମା ବୃଦ୍ଧି ଦ୍ବାରା ପୁଞ୍ଜି ବ୍ୟୟରେ 2021-22 ରେ ଅଭିବୃଦ୍ଧି ହେବ । ଆର୍ଥିକ ମାନ୍ଦାବସ୍ଥା କାରଣରୁ କେନ୍ଦ୍ର ସରକାରଙ୍କ ଉପରେ ଆର୍ଥିକ ଚାପ ରହିଛି । ଏହା ଦ୍ବାରା 2020-21 ସଂଶୋଧିତ ଅନୁମାନ ଅନୁସାରେ ରାଜ୍ୟକୁ କେନ୍ଦ୍ରୀୟ କରରେ 5.50 ଲକ୍ଷ କୋଟି ଟଙ୍କା ମିଳିବ । ଯାହା ବଜେଟ ଅନୁମାନ 8.03 ଲକ୍ଷ କୋଟି ଟଙ୍କାରୁ କମ ରହିଛି । ଇଣ୍ଡିଆ ରେଟିଙ୍ଗ ଅନୁସାରେ ବଜେଟରେ ରାଜ୍ୟର କେନ୍ଦ୍ରୀୟ କରରେ ଅଂଶଧନ ତୁଳନାରେ ସଂଶୋଧିତ ଅନୁମାନ 2.53 ଲକ୍ଷ କୋଟି ଟଙ୍କାରୁ କମ ରହିଛି । ଆର୍ଥିକ ବର୍ଷ 2020-21ର ଆର୍ଥିକ ନିଅଣ୍ଟ ଅନୁମାନରେ ବଜେଟ ଆକଳନ ଅନୁସାରେ ଯେଉଁ ବୃଦ୍ଧି ହୋଇଥିସ ସେଥିରେ ଏହାର ଅଂଶଧନ ପ୍ରା. 92 ପ୍ରତିଶତ ଅଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.