ETV Bharat / business

ଲକଡାଉନ, ଏପ୍ରିଲରେ 7 ଲକ୍ଷ ଲୋକ ମ୍ୟୁଚୁଆଲ ଫଣ୍ଡରେ କଲେ ନିବେଶ

author img

By

Published : May 27, 2020, 9:41 PM IST

ଦେଶରେ 44 ମ୍ୟୁଚୁଆଲ ଫଣ୍ଡ କମ୍ପାନୀ ପାଖରେ ଫୋଲିଓ ସଂଖ୍ୟା ଏପ୍ରିଲ ଶେଷ ସୁଦ୍ଧା ବଢି 9,04,28,589ରେ ପହଞ୍ଚିଛି । ମାର୍ଚ୍ଚ ଶେଷ ସୁଦ୍ଧା ଏହା 8,97,46,051 ରହିଥିଲା । 1 ମାସରେ ଫୋଲିଓ ସଂଖ୍ୟାରେ 6,82,538 ବୃଦ୍ଧି ହୋଇଛି । ଅଧିକ ପଢନ୍ତୁ...

mutual funds
ଲକଡାଉନ, ଏପ୍ରିଲରେ 7 ଲକ୍ଷ ଲୋକ ମ୍ୟୁଚୁଆଲ ଫଣ୍ଡରେ କଲେ ନିବେଶ

ନୂଆଦିଲ୍ଲୀ: ଏପ୍ରିଲରେ ପାଖାପାଖୀ 7 ଲକ୍ଷ ଲୋକଙ୍କ ନିବେଶ ଖାତା ଯୋଡିଛି ମ୍ୟୁଚୁଆଲ ଫଣ୍ଡ ଉଦ୍ୟୋଗ । ଏହା ଦ୍ବାରା ମ୍ୟୁଚୁଆଲ ଫଣ୍ଡ ଉଦ୍ୟୋଗର ମୋଟ ଫୋଲିଓ ପରିମାଣ 9.04 କୋଟି ଟଙ୍କାରେ ପହଞ୍ଚିଛି ।

ଆସୋସିଏସ ଅଫ ମ୍ୟୁଚୁଆଲ ଫଣ୍ଡସ ଇନ ଇଣ୍ଡିଆ(ଏମ୍ଫି) କହିଛି ଯେ, ଏହାକୁ ମିଶାଇ ଲଗାତାର ଫୋଲିଓ ସଂଖ୍ୟାରେ ବୃଦ୍ଧି ହୋଇଛି । ଫୋଲିଓ ହେଉଛି ସେହି ସଂଖ୍ୟା ଯାହା ବ୍ୟକ୍ତିଗତ ନିବେଶ ଖାତାକୁ ଦିଆଯାଇଥାଏ । ଜଣେ ନିବେଶକଙ୍କର ଅନେକ ଫୋଲିଓ ରହିପାରିବ ।

ରିପୋର୍ଟ ଅନୁସାରେ ଦେଶରେ 44 ମ୍ୟୁଚୁଆଲ ଫଣ୍ଡ କମ୍ପାନୀ ପାଖରେ ଫୋଲିଓ ସଂଖ୍ୟା ଏପ୍ରିଲ ଶେଷ ସୁଦ୍ଧା ବଢି 9,04,28,589ରେ ପହଞ୍ଚିଛି । ମାର୍ଚ୍ଚ ଶେଷ ସୁଦ୍ଧା ଏହା 8,97,46,051 ରହିଥିଲା । 1 ମାସରେ ଫୋଲିଓ ସଂଖ୍ୟାରେ 6,82,538 ବୃଦ୍ଧି ହୋଇଛି ।

ଏହା ପୂର୍ବରୁ ମାର୍ଚ୍ଚରେ ମ୍ୟୁଚୁଆଲ ଫଣ୍ଡ କମ୍ପାନୀ 9 ଲକ୍ଷରୁ ଅଧିକ ଫୋଲିଓ ଯୋଡିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.