ନୂଆଦିଲ୍ଲୀ: ଇ-କମର୍ସ କମ୍ପାନୀ ଆମାଜନ ଓ ଫ୍ଲିପକାର୍ଟକୁ ବଡ ଝଟକା । ଉଭୟ କମ୍ପାନୀ ବିରୋଧରେ CCI ଯାଞ୍ଚ ଉପରେ ରୋକ ଲଗାଇବାକୁ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ । ବିଜନେସରେ ଏଣ୍ଟ୍ରି ଟ୍ରଷ୍ଟ ଯାଞ୍ଚ ପାଇଁ ଆମାଜନ ଓ ଫ୍ଲିପକାର୍ଟ ବିରୋଧରେ ଦାଖଲ କରାଯାଇଥିଲା ଯାଚିକା ।
ଆମାଜନ ଓ ଫ୍ଲିପକାର୍ଟକୁ ସିସିଆଇ ଯାଞ୍ଚରେ ସହଯୋଗ କରିବା ଉଚିତ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଏଥିରେ ଆପତ୍ତି ଜାହିର କରିବା ଠିକ୍ ନୁହେଁ । ଏବେ ସର୍ବୋଚ୍ଚ ଅଦାଲତଙ୍କ ନିଷ୍ପତ୍ତି ପରେ ଆମାଜନ ଓ ଫ୍ଲିପକାର୍ଟକୁ କମ୍ପିଟିସନ କମିଶନ ଅଫ ଇଣ୍ଡିଆର ଯାଞ୍ଚର ସାମ୍ନା କରିବାକୁପଡିବ ।
ଆମାଜନ ଓ ଫ୍ଲିପକାର୍ଟ ବିରୋଧରେ ଅଭିଯୋଗ ରହିଛି ଯେ ଏହି ୨ କମ୍ପାନୀ ମାର୍କେଟରେ ନିଜ ସ୍ଥିତି ଜାହିର କରିବାକୁ କିଛି ଖାସ ପ୍ରଡକ୍ଟର ପ୍ରୋମୋଟ କରୁଛନ୍ତି । ଆଉ ମାର୍କେଟରେ ଗ୍ରାହକଙ୍କୁ ନିଜ ଆଡକୁ ଆକୃଷ୍ଠ କରିବା ପାଇଁ ଜାଣିଶୁଣି ଡିସକାଉଣ୍ଟ ଦେଉଛନ୍ତି । ହେଲେ ଆମାଜନ ଓ ଫ୍ଲିପକାର୍ଟ ଉଭୟ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି । କେବଳ ଏତିକି ନୁହେଁ, ଉଭୟ ଏହି ଅଭିଯୋଗ ବିରୋଧରେ କର୍ଣ୍ଣାଟକ ହାଇକୋର୍ଟଙ୍କ ଦ୍ବାରସ୍ଥ ମଧ୍ୟ ହୋଇଥିଲେ । ହେଲେ ସେଠାରୁ ସେମାନଙ୍କୁ ନିରାଶ ହେବାକୁ ପଡିଥିଲା । ଉଭୟଙ୍କ ଯାଚିକା ଖାରଜ ହୋଇଯାଇଥିଲା । ଏହାପରେ ସୁପ୍ରମକୋର୍ଟରୁ ମଧ୍ୟ ଉଭୟଙ୍କୁ ଝଟକା ମିଳିଛି ।
ବର୍ତ୍ତମାନ କୋର୍ଟ ସିସିଆଇ ଯାଞ୍ଚ ପାଇଁ ଫ୍ଲିପକାର୍ଟକୁ ୪ ସପ୍ତାହ ସମୟ ଦେଇଛନ୍ତି । ଫ୍ଲିପକାର୍ଟ ପକ୍ଷରୁ ଆଇନଜୀବୀ ଅଭିଷେକ ମନୁ ସିଙ୍ଘୱି ପକ୍ଷ ରକୁଥିବାବେଳେ ଆମାଜନ ପକ୍ଷରୁ ଲଢୁଛନ୍ତି ଆଇନଜୀବୀ ଗୋପାଳ ସୁବ୍ରମଣ୍ୟମ ଓ ସାଜନ ପୁବୟା । ଅନ୍ୟପକ୍ଷେ ସିସିଆଇର ପକ୍ଷ ରଖୁଛନ୍ତି ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ।