ETV Bharat / business

ବଜାରରେ ଛାଇଯାଇଛି କଳା ବାଦଲ, 29 ହଜାର ତଳେ ସେନସେକ୍ସ

author img

By

Published : Mar 18, 2020, 5:08 PM IST

ବଜାରରେ କୋରୋନା ତାଣ୍ଡବ । ଆର୍ଥିକ ଅନିଶ୍ଚିତତା ମଧ୍ୟରେ ଅସ୍ଥିର ବଜାର । 29 ହଜାର ପଏଣ୍ଟ ତଳେ ସେନସେକ୍ସ ଓ 9 ହଜାର ତଳେ କାରବାର ବନ୍ଦ କରିଛି ନିଫ୍ଟି ।

Sensex tanks 1,700 points, gold gains Rs 311 per 10 gram
ବଜାରରେ ଛାଇଯାଇଛି କଳା ବାଦଲ, 29 ହଜାର ତଳେ ସେନସେକ୍ସ

ନୂଆଦିଲ୍ଲୀ: ପୁଞ୍ଜି ବଜାରରେ ଖେଳିଯାଇଛି କୋରୋନା ଆତଙ୍କ । ଅସ୍ଥିର ସେୟାର ସୂଚକାଙ୍କ ଏବେ ଅଣାୟତ । ଗତ ସପ୍ତାହ ଠାରୁ କାରବାର ବେହାଲ । ଐତିହାସିକ ରେକର୍ଡ ହ୍ରାସ ଜାରି । ଏଥିଯୋଗୁଁ ଲକ୍ଷାଧିକ କୋଟି ହରାଇଲେଣି ନିବେଶକ ।

ବୁଧବାର ବଜାର ଖୋଲିବାର କେଇ ମିନିଟ ପରେ ଖସିଚାଲିଛି ସେନସେକ୍ସ ଓ ନିଫ୍ଟି । କାରବାର ଶେଷ ସୁଦ୍ଧା ବମ୍ବେ ଷ୍ଟକ ଏକ୍ସଚେଞ୍ଜର (ବିଏସଇ) 30 ସେୟାର ଉପରେ ଆଧାରିତ ସୂଚକାଙ୍କ ସେନସେକ୍ସ1,709.58 ପଏଣ୍ଟ ହ୍ରାସ ପାଇ 28,869.51 ରେ କାରବାର ବନ୍ଦ କରିଛି । ସେପଟେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର (ଏନଏସଇ) 50 ସେୟାର ଉପରେ ଆଧାରିତ ସୂଚକାଙ୍କ ନିଫ୍ଟି 498.25 ପଏଣ୍ଟ କମି 8468.80 ରେ କାରବାର ବନ୍ଦ କରିଛି ।

ଏପଟେ ଏଜିଆର ବକେୟା ମାମଲାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଆଇଡିଆ, ଭୋଡାଫୋନ ଓ ଏୟାରଟେଲ ସେୟାର ଖସିଛି ।

HDFC ସିକ୍ୟୁରିଟି ଅନୁଯାୟୀ ବୁଧବାର ସୁନା ଦାମ 10 ଗ୍ରାମ ପିଛା 311 ଟଙ୍କା ବୃଦ୍ଧି ପାଇ 40,241 ଟଙ୍କାରେ ପହଞ୍ଚିଛି । ଯାହାକି ମଙ୍ଗଳବାର 39,930 ଟଙ୍କାରେ ବନ୍ଦ ହୋଇଯାଇଥିଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.