ETV Bharat / business

ବଜାରରେ ବଜାୟ ରହିଲାନି ବୃଦ୍ଧି, କମ ପ୍ରଫିଟରେ ବନ୍ଦ କାରବାର - ସୋମବାର ବଜାର

ଅଭିବୃଦ୍ଧି ଜାରି ରହିଲାନି । କାରବାର ମଧ୍ୟରେ 557 ପଏଣ୍ଟ ହ୍ରାସ ପାଇଛି ସେନସେକ୍ସ । କାରବାର ଶେଷ ସୁଦ୍ଧା ପୁଣି ସାମାନ୍ୟ ବୃଦ୍ଧି ସହ ବନ୍ଦ ହୋଇଛି । ଅଧିକ ପଢନ୍ତୁ..

Closing Bell
ବଜାରରେ ବଜାୟ ରହିଲାନି ବୃଦ୍ଧି, କମ ପ୍ରଫିଟରେ ବନ୍ଦ କାରବାର
author img

By

Published : Jun 8, 2020, 6:49 PM IST

ମୁମ୍ବାଇ: ଅସ୍ଥିର ବଜାର । ବମ୍ପର ବୃଦ୍ଧି ସହ ଆରମ୍ଭ ବଜାରରେ ଜମିଲାନି କାରବାର । ହ୍ରାସ ବୃଦ୍ଧି ସହ ବନ୍ଦ ହୋଇଛି ସୋମବାର ବଜାର ।

ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସୂଚକାଙ୍କ ସେନସେକ୍ସ 83.34 ପଏଣ୍ଟ ବୃଦ୍ଧି ପାଇ 34,370.58ରେ ବନ୍ଦ ହୋଇଛି । ଯେତେବେଳେ କି କାରବାର ଆରମ୍ଭରେ ଏହା 640 ପଏଣ୍ଟ ଉଛୁଳିବା ସହ ଉପରମୁହାଁ ରହିଥିଲ । ସେହିଭଳି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି 25.30 ପଏଣ୍ଟ ବୃଦ୍ଧି ପାଇ 10,167.45ରେ କାରବାର ବନ୍ଦ କରିଛି ।

ସେନସେକ୍ସ ସେୟାରରେ 7 ପ୍ରତିଶତ ସର୍ବାଧିକ ଲାଭ ସହ ଇଣ୍ଡିସଇଣ୍ଡ ବ୍ୟାଙ୍କ ଆଗୁଆ ରହିଛି । ତା ପଛକୁ ଆକ୍ସିସ ବ୍ୟାଙ୍କ, ବଜାଜ ଫାଇନାନ୍ସ, , ଓଏନଜିସି, ଟାଇଟନ, ଇମ୍ଫୋସିସ ଓ ଟେକ ମହିନ୍ଦ୍ରା ରହିଛି ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ସେୟାର କାରବାର ମଧ୍ୟରେ ପାଖାପାଖୀ 3 ପ୍ରତିଶତ ମଜବୁତ ହୋଇଛି । ଯାହାକି 1 ବର୍ଷର ସର୍ବୋଚ୍ଚ ସ୍ତର ଛୁଇଁଥିଲା । ହେଲେ ପରେ ପୁଣି ଏଥିରେ ହ୍ରାସ ଦେଖିବାକୁ ମିଳିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.