ETV Bharat / business

ବୃମ୍ପର ବୃଦ୍ଧିରେ ଲାଗିଲା ବ୍ରେକ, ସାମାନ୍ୟ ହ୍ରାସ ସହ ବନ୍ଦ ବଜାର

author img

By

Published : Feb 16, 2021, 5:36 PM IST

ମଙ୍ଗଳବାର ଉଭୟ ସେନସେକ୍ସ ଓ ନିଫ୍ଟି ସାମାନ୍ୟ ହ୍ରାସ ସହ କାରବାର ବନ୍ଦ କରିଛନ୍ତି । ବୈଶ୍ବିକ ବଜାରରେ ମିଶ୍ରିତ ସଙ୍କେତ ମଧ୍ୟରେ ନିବେଶକ ଲାଭ ବୁକ କରିଛନ୍ତି । ଆଉ ଏହାର ପ୍ରଭାବ ବଜାରରେ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ..

ବୃମ୍ପର ବୃଦ୍ଧିରେ ଲାଗିଲା ବ୍ରେକ, ସାମାନ୍ୟ ହ୍ରାସ ସହ ବନ୍ଦ ବଜାର
ବୃମ୍ପର ବୃଦ୍ଧିରେ ଲାଗିଲା ବ୍ରେକ, ସାମାନ୍ୟ ହ୍ରାସ ସହ ବନ୍ଦ ବଜାର

ମୁମ୍ବାଇ: ଅଭିବୃଦ୍ଧି ସହ ରେକର୍ଡ ଭାଙ୍ଗୁଥିବା ପୁଞ୍ଜି ବଜାରରେ ଦେଖାଦେଇଛି ସାମାନ୍ୟ ହ୍ରାସ । ମଙ୍ଗଳବାର ଉଭୟ ସେନସେକ୍ସ ଓ ନିଫ୍ଟି ସାମାନ୍ୟ ହ୍ରାସ ସହ କାରବାର ବନ୍ଦ କରିଛନ୍ତି । ବୈଶ୍ବିକ ବଜାରରେ ମିଶ୍ରିତ ସଙ୍କେତ ମଧ୍ୟରେ ନିବେଶକ ଲାଭ ବୁକ କରିଛନ୍ତି । ଆଉ ଏହାର ପ୍ରଭାବ ବଜାରରେ ଦେଖିବାକୁ ମିଳିଛି ।

ଆଜି ସେନସେକ୍ସ ସର୍ବକାଳୀନ ସ୍ତର 52,516.76 ପଏଣ୍ଟ ସହ ପ୍ରାରମ୍ଭିକ କାରବାର ଆରମ୍ଭ କରିଛି । କିନ୍ତୁ ଶେଷ ସୁଦ୍ଧା ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେୟାର ସୂଚକାଙ୍କ ସେନସେକ୍ସ 49.96 ପଏଣ୍ଟ କମି 52,104.17 ରେ ବନ୍ଦ ହୋଇଛି । ସେହିଭଳି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫ୍ଟି 1.25 ପଏଣ୍ଟ ହ୍ରାସ ହୋଇ 15,313.45 ରେ ପହଞ୍ଚିଛି ।

ସେନସେକ୍ସ ପ୍ୟାକରେ 9 ପ୍ରତିଶତ ବୃଦ୍ଧି ସହ ଆକ୍ସିସ ବ୍ୟାଙ୍କ ସର୍ବାଧିକ ପ୍ରଫିଟ କମାଇଥିବା ବେଳେ ଆଇସିଆଇସିଆଇ ବ୍ୟାଙ୍କ, ନେସଲେ ଇଣ୍ଡିଆ , ଇମ୍ପୋସି , ଏସବିଆଇ ଏବଂ ଏଚୟୁଏଲ ମଧ୍ୟ ଉପରମୁହାଁ ରହିଛନ୍ତି । ଅନ୍ୟପଟେ ପାୱାର ଗ୍ରୀଡ 6 ପ୍ରତିଶତ ବୃଦ୍ଧି ହେବା ସହ ଓଏନଜିସି, ଏଣ୍ଟିପିସି, କୋଟାକ ବ୍ୟାଙ୍କ , ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ମଧ୍ୟ ଅଧିକ ପ୍ରଫିଟ କମେଇଛନ୍ତି ।

ରିଲାଏନ୍ସ ସିକ୍ୟୁରିଟିଜର ରଣନୀତିକ ପ୍ରମୁଖ ବିନୋଦ ମୋଦି କହିଛନ୍ତି ଯେ, କାରବାର ଆରମ୍ଭରେ ଭଳ ବୃଦ୍ଧି ପରେ କିଛି ଲାଭ ଆଦାୟ କରାଯାଇଛି । ସାର୍ବଜନୀକ କ୍ଷେତ୍ରର ବ୍ୟାଙ୍କ ଓ ଧାତୁ କମ୍ପାନୀର ସେୟାର ଚମକିଛନ୍ତି । ତେବେ ଫାଇନାନ୍ସ, ଆଇଟି ଓ ଦୈନିକ ବ୍ୟବହୃତ ସାମଗ୍ରୀ କରୁଥିବା କମ୍ପାନୀରେ ସେଲ ଅଫ ଚାପ ରହିଛି । ଯାହା ଦ୍ବାରା ସେନସେକ୍ସ ତଳମୁହାଁ ଅଛି ।

ଏସିଆର ଅନ୍ୟ ବଜାରରେ ହଂକଂର ହ୍ୟାଙ୍ଗସେଙ୍ଗ, ଜାପାନର ନିକ୍କି ଓ ଦକ୍ଷିଣ କୋରିଆର କୋସ୍ପି ବୃଦ୍ଧିର ସହ ବନ୍ଦ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.