ETV Bharat / business

ମାଲାମାଲ ନିବେଶକ, ସର୍ବୋଚ୍ଚ ରେକର୍ଡରେ ସେନସେକ୍ସ ଓ ନିଫ୍ଟି

author img

By

Published : Nov 17, 2020, 8:17 PM IST

ପୁଞ୍ଜି ବଜାରରେ ଉତ୍ସାହ । ସର୍ବୋଚ୍ଚ ରେକର୍ଡରେ ସେନସେକ୍ସ ଓ ନିଫ୍ଟି । ପ୍ରଫିଟରେ ଫାଇନାନ୍ସ ଷ୍ଟକ । ଫଳରେ ନିବେଶକ ମାଲାମାଲ । ସେପଟେ ଟଙ୍କା ବି ଡଲାର ତୁଳନାରେ 16 ପଇସା ବଢିଛି । ଅଧିକ ପଢନ୍ତୁ..

ମାଲାମାଲ ନିବେଶକ, ସର୍ବୋଚ୍ଚ ରେକର୍ଡରରେ ସେନସେକ୍ସ ଓ ନିଫ୍ଟି

ମୁମ୍ବାଇ: ଧାତୁ, ବ୍ୟାଙ୍କିଂ, ଆର୍ଥିକ କମ୍ପାନୀର ସେୟାରରେ ଭାରି ବୃଦ୍ଧି ଯୋଗୁଁ ମଙ୍ଗଳାର ସେୟାର ବଜାର ଏକ ନୂଆ ରେକର୍ଡ ସୃଷ୍ଟି କରିଛି । ସେପଟେ ଅନ୍ତରାଷ୍ଟ୍ରୀୟ ମୁଦ୍ରା ବଜାରରେ ବି ଟଙ୍କାର ବିନିମୟ ମୂଲ୍ୟ ମଜବୁତ ହୋଇଛି ।

ବିଏସଇର 30 ସେୟାର ଆଧାରିତ ସେୟାର ସୂଚକାଙ୍କ ସେନସେକ୍ସ ଆଜିର କାରବାର ସମୟରେ ସର୍ବାଧିକ 44,161.16 ପଏଣ୍ଟ ସହ ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା । ତେବେ କାରବାର ଶେଷ ସୁଦ୍ଧା ସେନସେକ୍ସ 314.73 ପଏଣ୍ଟ ବଢି 43,952.71 ପଏଣ୍ଟରେ ସର୍ବୋଚ୍ଚ ସ୍ତରରେ ପହଞ୍ଚି ବନ୍ଦ ହୋଇଛି । ସେହିଭଳି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି କାରବାର ସମୟରେ 12,934.05 ପଏଣ୍ଟର ରେକର୍ଡ ସ୍ତରରେ ପହଞ୍ଚିଯାଇଥିଲା । ଶେଷରେ ନିଫ୍ଟି 93.95 ପଏଣ୍ଟ ଉଛୁଳି 12,874.20ରେ କାରବାର ବନ୍ଦ କରିଛି । ଯାହାକି ଏହାର ସର୍ବୋଚ୍ଚ ରେକର୍ଡ ସ୍ତର ।

ଅନ୍ୟପଟେ ଡଲାର ତୁଳନାରେ ଟଙ୍କା 16 ପଇସା ସୁଦୃଢ ହୋଇ 74.46ରେ ପହଞ୍ଚିଛି । ଶୁକ୍ରବାର ଟଙ୍କାର ବିନିମୟ ମୂଲ୍ୟ ପ୍ରତି ଡଲାର 74.62 ଥିଲା । କୋରୋନା ଭାଇରସ ଟିକା ସହ ଜଡିତ ସକରାତ୍ମକ ଖବର ଆସିବା ପରେ ବିଭିନ୍ନ ସେକ୍ଟରରେ ବୃଦ୍ଧି ଦେଖାଦେଇଛି । ଯାହା ଫଳରେ ପୁଞ୍ଜି ବଜାରର କାରବାର ନୂଆ ରେକର୍ଡ କରି ଚାଲିଛି ।

ସେନସେକ୍ସ କମ୍ପାନୀ ମଧ୍ୟରେ ଟାଟା ଷ୍ଟିଲର ସେୟାର ସବୁଠୁ ଅଧିକ ପ୍ରାୟ 6 ପ୍ରତିଶତ ବଢିଛି । ଏସବିଆଇ, ଏଚଡିଏଫସି ବ୍ୟାଙ୍କ, ବଜାଜ ଫାଇନାନ୍ସ, ଆକ୍ସିସ ବ୍ୟାଙ୍କ, ଏଲଆଣ୍ଡଟି , ମାରୁତି, ଇଣ୍ଡସାଇଣ୍ଡ ବ୍ୟାଙ୍କ ଏବଂ ଏଚଡିଏଫସି ସେୟାର ଲାଭରେ ରହିଛି । ଅନ୍ୟପଟେ ଏନଟିପିସି, ଏଚସିଏଲ ଟେକ, ଓଏନଜିସି , ଇମ୍ଫୋସିସ, ଆଇଟିସି , ପାୱରଗ୍ରୀଡ ଓ ହିନ୍ଦୁସ୍ତାନ ୟୁନିଲିଭର ସେୟାର କ୍ଷତିରେ ଅଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.