ETV Bharat / business

କୋଭିଡ ସଙ୍କଟରେ ଶକ୍ତି ଦେଖାଇଲା ସେୟାର ବଜାର, ନିବେଶକ ମାଲାମାଲ - Sensex in covid time

କୋରୋନାକୁ ଧସିଲା ପୁଞ୍ଜି ବଜାର । କୋଭିଡ-19 ସଙ୍କଟ ଓ ଅର୍ଥବ୍ୟବସ୍ଥା ଉପରେ ଏହାର ପ୍ରଭାବ ପରେ ବି ବିଏସଇ ସେନସେକ୍ସରେ 66 ପ୍ରତିଶତରୁ ଅଧିକ ଅଭିବୃଦ୍ଧି ଦେଖିବାକୁ ମିଳିଛି ।

କୋରୋନାକୁ ଧସିଲା  ପୁଞ୍ଜି ବଜାର, ନିବେଶକ ହେଲେ ମାଲାମାଲ

author img

By

Published : Mar 29, 2021, 10:59 PM IST

ନୂଆଦିଲ୍ଲୀ: ବହୁ ପ୍ରତିବନ୍ଧକ ପରେ ବି ନିବେଶକଙ୍କୁ ଭଲ ରିଟର୍ଣ୍ଣ ଦେଇଛି ସେୟାର ବଜାର । କୋଭିଡ-19 ସଙ୍କଟ ଓ ଅର୍ଥବ୍ୟବସ୍ଥା ଉପରେ ଏହାର ପ୍ରଭାବ ପରେ ବି ବିଏସଇ ସେନସେକ୍ସରେ 66 ପ୍ରତିଶତରୁ ଅଧିକ ଅଭିବୃଦ୍ଧି ଦେଖିବାକୁ ମିଳିଛି ।

ବଜାର ବିଶ୍ଲେଷକ 2020-21କୁ ତୀହ୍ର ହ୍ରାସ-ବୃଦ୍ଧିର ବର୍ଷ ବୋଲି ସୂଚାଇଛନ୍ତି । କେବଳ ଭାରତ ବଜାର ନୁହେଁ ବରଂ ସମଗ୍ର ବିଶ୍ବର ସେୟାର ବଜାରରେ ଏହି ସ୍ଥିତି ଦେଖିବାକୁ ମିଳିଛି । ନିମ୍ନଅବସ୍ଥାରୁ ମୁକୁଳି 30 ସେୟାର ଉପରେ ଆଧାରିତ ବିଏସଇ ସେନସେକ୍ସ ଚଳିତ ଆର୍ଥିକ ବର୍ଷ ଏବେ ସୁଦ୍ଧା 19,540.01 ପଏଣ୍ଟ ଉଛିଳିଛି । ଚଳିତ ଆର୍ଥିକ ବର୍ଷ ହ୍ରାସ ବୃଦ୍ଧି ପରେ ବି ବଜାରରେ ଏହି ଅଭିବୃଦ୍ଧି ବହୁତ ଗୁରୁତ୍ବପୂର୍ଣ୍ଣ ରହିଛି ।

ବିଏସଇ ସେନସେକ୍ସ ଗତ ବର୍ଷ 3 ଏପ୍ରିଲରେ 27,500.79 ସର୍ବନିମ୍ନ ସ୍ତରକୁ ଖସିଥିଲା । ହେଲେ ପରେ ଏଥିରେ ବୃଦ୍ଧି ଆସିଛି । ଆଉ ଏହା 2021 ଫେବୃଆରୀ 16 କୁ ରେକର୍ଡ 52,516.76 ସ୍ତରରେ ପହଞ୍ଚିଛି ।

ଜିଓଜିଟ୍ ଫାଇନାନ୍ସିଆଲ୍ ସର୍ଭିସେସ୍ ର ମୁଖ୍ୟ ନିବେଶ ରଣନୀତିଜ୍ଞ ଭି.କେ ବିଜୟ କୁମାର କହିଛନ୍ତି, ଲକଡାଉନ ପ୍ରତିବନ୍ଧକକୁ କୋହଳ କରାଯିବା ପରେ ଅର୍ଥନୀତି ପୁଣି ଟ୍ରାକକୁ ଫେରି ଆସିଲା । ଟିକା ଆସିବା ଦ୍ବାରା ଯେଉଁ ବିଶ୍ବାସ ସୃଷ୍ଟି ହେଲା ତାହା ବଜାରକୁ ଆହୁରି ବଳବାନ କଲା । ବୈଶ୍ବିକ ସ୍ତରରେ ନଭେମ୍ବରରେ ଷ୍ଟକ୍ ମାର୍କେଟରେ ଜୋରଦାର ଅଭିବୃଦ୍ଧି ଆସିଲା । ବିଦେଶୀ ପୋର୍ଟଫୋଲିଓ ନିବେଶକ (FPI) ଉଦୀୟମାନ ବଜାରରେ ଲଗାତାର ନିବେଶ କଲା ।

ଆଗାମୀ ସମୟ ବଜାର ଭଲ ରହିବ ବୋଲି ଆଶା କରାଯାଉଛି । ଆଗାମୀ ଦିନରେ ଟୀକାକରଣ ଅଭିଯାନ ତ୍ବରାନ୍ବିତ ହେବ, ଏହା ଚାପକୁ ମଧ୍ୟ ହ୍ରାସ କରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.