ETV Bharat / business

ବଜେଟ ପରେ 43 ହଜାର ଟପିବ ସେନସେକ୍ସ! - monetary policy

ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ସେନସେକ୍ସ 42ରୁ 43 ହଜାର ମଧ୍ୟରେ ରହିବା ନେଇ ଅନୁମାନ କରାଯାଇଛି । ଏଥିଲାଗି ଉଭୟ ଦେଶ ଓ ଅନ୍ତର୍ଜାତୀୟ ସ୍ଥିତି ସୁଦୃଢ ରହିବାକୁ ହେବ ବୋଲି ଘରୋଇ କମ୍ପାନୀ କୋଟକ ସିକ୍ୟୁରିଟିଜ କହିଛି ।

ଫାଇଲ ଫଟୋ
author img

By

Published : May 29, 2019, 8:24 PM IST

ନୂଆଦିଲ୍ଲୀ: ମୁଦ୍ରାନୀତି ଓ ବଜେଟ ପରେ ବଳବାନ ହେବ ବଜାର । ଏକାଥରକରେ 43 ହଜାର ଟପିପାରେ ସେନସେକ୍ସ । ଏ ନେଇ ଆଶାବାଦୀ ରହିଛନ୍ତି ନିବେଶକ । ତେବେ ପୁଣି ଥରେ ବହୁମତ ସହ ମୋଦି କ୍ଷମତାକୁ ଫେରିବା ଯୋଗୁଁ କିଛି ଦିନ ଉତ୍ସାହ ଲାଗି ରହିଥିଲା । ଏଥିଯୋଗୁଁ ସେନସେକ୍ସ ଓ ନିଫ୍ଟି ଅଧିକ ପଏଣ୍ଟ ସହ ଉଛୁଳିବାରେ ଲାଗିଛି ।

ଘରୋଇ କମ୍ପାନୀ କୋଟକ ସିକ୍ୟୁରିଟିଜ ଅନୁଯାୟୀ 2020 ମାର୍ଚ୍ଚ ସୁଦ୍ଧା ସେନସେକ୍ସ 42 ହଜାରରୁ 43ହଜାରକୁ ଛୁଇଁବ ! ସେହିପରି ନିଫ୍ଟି 12,500ରୁ 1300 ମଧ୍ୟରେ ରହିବା ନେଇ ଆକଳନ କରାଯାଇଛି । ଏଥିସହ ଆଗକୁ ଟ୍ରେଡ ୱାର ଓ ତେଲ ଦର ସ୍ଥିତି ବଜାର ପ୍ରଫିଟ ନିର୍ଦ୍ଧାରଣ କରିବ ।

କେନ୍ଦ୍ରରେ ମଜବୁତ ସରକାର ଗଠନ ପରେ ନିବେଶ ମାଲାମାଲ । ଆଗକୁ ଦୁ୍ଢ ଅର୍ଥନୀତି ଓ ଶକ୍ତିଶାଳୀ ରଣନୀତି ଜରିଆରେ ଆଗକୁ ଆହୁରି ପ୍ରଫିଟ ନେଇ ନିବେଶ ଆଶା ରଖିଛି ବୋଲି କୋଟକ ସିକ୍ୟୁରିଜର ପ୍ରବନ୍ଧ ନିର୍ଦ୍ଦେଶକ କମଲେଶ ରାଓ କହିଛନ୍ତି ।

ଏଥିସହ ସେ କହିଛନ୍ତି ଯେ, ବଜାର ପାଇଁ ରାଜନୈତିକ ଜନାଦେଶ ଗୁରୁତ୍ବପୂର୍ଣ୍ଣ । ହେଲେ ଅଭିବୃଦ୍ଧିଶୀଳ ରାଷ୍ଟ୍ର ଓ ସୁଦୃଢ ଅର୍ଥନୀତି ପାଇଁ ଦେଶ ଓ ବିଭିନ୍ନ ଅନ୍ତର୍ଜାତୀୟ ମୁଦ୍ଦା ଉପରେ ମଧ୍ୟ ଧ୍ୟାନ ଦେବାକୁ ପଡିବ । ଆମେରିକା ଓ ଚୀନ ମଧ୍ୟରେ ଚାଲିଥିବା ବାଣିଜ୍ୟିକ ଯୁଦ୍ଧ ସମଗ୍ର ବିଶ୍ବ ଅର୍ଥନୀତିକୁ ଥରହର କରି ରଖିଦେଇଛି । ଏପଟେ ପୁଣି ଇରାନରୁ ତେଲ କିଣା ବନ୍ଦ ପ୍ରଭାବରେ ଭାରତରେ ପେଟ୍ରୋଲ ଓ ଡିଜେଲ ତାତି ହୁ ହୁ ହୋଇ ବଢିବାରେ ଲାଗିଛି । ଯଦି ଅଶୋଧିତ ତୈଲ ଦର ବ୍ୟାରେଲ ପିଛା 70 ଡଲାର ରହେ, ତେବେ ସ୍ଥିତି ସ୍ଥିର ରହିବ । ହେଲେ ଏହାଠାରୁ ଅଧିକ ରହିଲେ ତାହାହେଲେ ଅର୍ଥନୀତିକୁ ଭାରୀ ମାତ୍ରାରେ କ୍ଷତି ସହିବାକୁ ପଡିବ । ଏପରି ବିଭିନ୍ନ କାରଣ ଦର୍ଶାଇ ମୋଦିଙ୍କ ଉପରେ ବିଶ୍ବାସ ଦେଖାଇଛନ୍ତି ନିବେଶକ ।

Intro:Body:

dfd

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.