ମୁମ୍ବାଇ: ସୂଚନା ପ୍ରଯୁକ୍ତିବିଦ୍ୟା ଓ ବ୍ୟାଙ୍କ ସେୟାରରେ ଅଭିବୃଦ୍ଧି ଯୋଗୁଁ ଗୁରୁବାର ସେୟାର ବଜାରରେ ଖୁସିର ଲହରୀ ଖେଳିଯାଇଛି । ସେନସେକ୍ସ 483.53 ପଏଣ୍ଚ ଉଛୁଳିଥିବା ବେଳେ ନିଫ୍ଟି 9,300 ଉଦ୍ଧ୍ବ ପଏଣ୍ଟରେ ବନ୍ଦ ହୋଇଛି । କୋରୋନା ପ୍ରଭାବିତ ଅର୍ଥନୀତିକୁ ଭିଟାମିନ ଦେବା ପାଇଁ ସରକାରଙ୍କ ଆଉ ଏକ ଆର୍ଥିକ ପ୍ୟାକେଜ ଆଣିବା ସଙ୍କେତରେ ନିବେଶକ ଉତ୍ସାହିତ ଅଛନ୍ତି ।
ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେନସେକ୍ସ 483.53 ପଏଣ୍ଟ ବୃଦ୍ଧି ପାଇ 31,863.08 ପଏଣ୍ଚରେ ବନ୍ଦ ହୋଇଥିଲା । ଏଭଳି ଭାବେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି 126.60 ପଏଣ୍ଚ ବଢି 9,313.90 ପଏଣ୍ଟରେ ବନ୍ଦ ହୋଇଛି ।
ସେନସେକ୍ସ ସେୟାରରେ କୋଟକ ବ୍ୟାଙ୍କ ସର୍ବାଧିକ ଲାଭରେ ରହିଛି । ଏଥିରେ 8 ପ୍ରତିଶତରୁ ଉଦ୍ଧ୍ବଅଭିବୃଦ୍ଧି ଆସିଛି । ଏହା ବ୍ୟତିତ ଟିସିଏସ, ଇମ୍ଫୋସିସ, ଆଇସିଆଇସିଆଇ ବ୍ୟାଙ୍କ, ଏଚସିଏଲ ଟେକ ଓ ଓଏନଜିସି ସେୟାରରେ ମଧ୍ୟ ଉପରମହାଁ ରହିଛି ।
ସେପଟେ ଅନ୍ତରାଷ୍ଟ୍ରୀୟ ତେଲ ମାନକ ବ୍ରେଣ୍ଟ କ୍ରୁଡ ଫୁଚର ଦାମ ବ୍ୟାରେଲ ପିଛା 8.64 ପ୍ରତିଶତ ବୃଦ୍ଧି ପାଇ 22.13 ଡଲାରରେ ପହଞ୍ଚିଛି ।
ସେହିପରି ଘରୋଇ ବଜାରରେ ଲାଭ ଓ ଅନ୍ୟ ଏସିଆ ମୁଦ୍ରା ମଜବୁତ ଯୋଗୁଁ ଗୁରୁବାର ଡଲାର ତୁଳନାରେ ଟଙ୍କାର ମୁଲ୍ୟ 62 ପଇସା ବଢିଛି । ଏବେ ଟଙ୍କାର ବିନିମୟ ମୁଲ୍ୟ 76.06 ପଇସା ରହିଛି ।