ETV Bharat / business

ମାର୍କେଟ ରାଉଣ୍ଡଅପ: 700 ପଏଣ୍ଟ ଚଢିଲା ସେନସେକ୍ସ, ଟଙ୍କା ମଜବୁତ - 700 ପଏଣ୍ଟ ଚଢିଲା ସେନସେକ୍ସ

ଆଜି ସକରାତ୍ମକ ସଙ୍କେତ ସହ ସବୁଜରେ ବନ୍ଦ ହୋଇଛି ବଜାର । ସେନସେକ୍ସ 700 ପଏଣ୍ଟ ବଢିଥିଲା ବେଳେ ନିଫ୍ଟି 10 ହଜାର ଟପିଛି । ସେପେଟ ଡଲାର ତୁଳନାରେ ଟଙ୍କା ମଜବୁତ ଅଛି । ତେବେ ପଢନ୍ତୁ, ଗୁରୁବାର ବଜାର ହାଲଚାଲ ...

market roundup
ମାର୍କେଟ ରାଉଣ୍ଡଅପ: 700 ପଏଣ୍ଟ ଚଢିଲା ସେନସେକ୍ସ, ଟଙ୍କା ମଜବୁତ
author img

By

Published : Jun 18, 2020, 7:06 PM IST

ମୁମ୍ବାଇ: ବୈଶ୍ବିକ ବଜାରରେ ଦୁର୍ବଳ ସଙ୍କେତ ପରେ ବି ଘରୋଇ ବଜାର ମଜବୁତ । ବ୍ୟାଙ୍କିଙ୍ଗ ସେୟାର ବୃଦ୍ଧି ସହ ଉଛୁଳିଛି ସେନସେକ୍ସ । ସେପଟେ 10 ହଜାର ଟପିଛି ନିଫ୍ଟି । ଏଥିସହ ଡଲାର ତୁଳନାରେ ଟଙ୍କା ବି ମଜବୁତ ହୋଇଛି ।

ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେନସେକ୍ସ ଆରମ୍ଭରୁ ଧୀମେଇ ପଡିଥିଲେ ସୁଦ୍ଧା କାରବାର ଶେଷ ସୁଦ୍ଧା 700.13 ପଏଣ୍ଟ ବୃଦ୍ଧି ପାଇ 34,208.05ରେ ବନ୍ଦ ହୋଇଛି । ସେହିଭଳି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ସୂଚକାଙ୍କ ନିଫ୍ଟି 210.50 ପଏଣ୍ଟ ବୃଦ୍ଧି ପାଇ10,091.65 ରେ କାରବାର ଶେଷ କରିଛି ।

ସେନସେକ୍ସ କମ୍ପାନୀ ମଧ୍ୟରେ ବଜାଜ ଫାଇନାନ୍ସର ସେୟାର ସର୍ବାଧିକ 5 ପ୍ରତିଶତରୁ ଅଧିକ ଉଛୁଳିଛି । କୋଟାକ ବ୍ୟାଙ୍କ, ଭାରତୀୟ ଷ୍ଟେଟ ବ୍ୟାଙ୍କ, ପାୱରଗ୍ରୀଡ, ଆକ୍ସିସ ବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ ଓ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ସେୟାର ମଧ୍ୟ ଲାଭରେ ରହିଛି ।

ଅନ୍ୟ ଏସିଆ ବଜାର ମଧ୍ୟରେ ହଂକଂର ହ୍ୟାଙ୍ଗସେଙ୍ଗ, ଜାପାନର ନିକ୍କି, ଦକ୍ଷିଣକୋରିଆର କୋସ୍ପୀ କ୍ଷତିରେ ରହିଛି । ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦାମ ମଧ୍ୟ ବ୍ୟାପେଲ ପିଛା 41.02 ଡଲାରକୁ ବୃଦ୍ଧି ପାଇଛି । ଅନ୍ତରବ୍ୟାଙ୍କ ବିଦେଶୀ ମୁଦ୍ରା ବିନିମୟ ବଜାରରେ ମଧ୍ୟରେ ଡଲାର ତୁଳନାରେ ଟଙ୍କା 2 ପଇସା ବୃଦ୍ଧି ପାଇ 76.14 ଟଙ୍କା ରେ ପହଞ୍ଚିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.