ETV Bharat / business

ସର୍ବୋଚ୍ଚରେ ସେନସେକ୍ସ, 12 ହଜାର ନିକଟତର ନିଫ୍ଟି - Nifty nears 12K

ରେକର୍ଡ ରେସରେ ଦୌଡୁଛି ଭାରତୀୟ ସେୟାର ବଜାର । ଉଛୁଳୁଛି ସେନସେକ୍ସ । ନିଫ୍ଟି ବି ରେକର୍ଡ ନିକଟତର । ଏ ନେଇ ମାଲାମାଲ ନିବେଶକ ।

ପ୍ରତିକାତ୍ମକ ଫଟୋ
author img

By

Published : Nov 4, 2019, 12:24 PM IST

ନୂଆଦିଲ୍ଲୀ: ସୋମବାର ସର୍ବୋଚ୍ଚରେ ସେୟାର ସୂଚକାଙ୍କ । କାରବାର ଆରମ୍ଭରୁ ଜୋରଦାର ଅଭିବୃଦ୍ଧି । ସେନସେକ୍ସ 40435 ପଏଣ୍ଟରେ କାରବାର କରୁଥିବା ବେଳେ ନିଫ୍ଟି 12 ହଜାର ନିକଟତର ହେଲାଣି ।

2ଦିନର ସାପ୍ତାହିକ ଛୁଟି ପରେ ଆଜି ଖୋଲିଲା ଭାରତୀୟ ସେୟାର ବଜାର । ଗତ ସପ୍ତାହ ଭଳି ଏଥର ମଧ୍ୟ 40 ହଜାର ଉର୍ଦ୍ଧ୍ବରେ ଚାଲିଛି କାରବାର ।

ବମ୍ବେ ଷ୍ଟକ ଏକ୍ସଚେଞ୍ଜର (ବିଏସଇ) 30 ସେୟାର ଉପରେ ଆଧାରିତ ସୂଚକାଙ୍କ ସେନସେକ୍ସ ଦିନ 269.8 ପଏଣ୍ଟ ବୃଦ୍ଧି ପାଇ 40,434.83 ରେକର୍ଡ ସ୍ତରରେ ପହଞ୍ଚିଛି। ସେପଟେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର (ଏନଏସଇ) 50 ସେୟାର ଉପରେ ଆଧାରିତ ସୂଚକାଙ୍କ ନିଫ୍ଟି ବି 69.55 ପଏଣ୍ଟ ଅଭିବୃଦ୍ଧି ସହ 1,960.15 ରେ ପହଞ୍ଚିଲାଣି ।

ଗତ ସପ୍ତାହରେ ସେନସେକ୍ସ 1,106.97 ପଏଣ୍ଟ ଅଭିବୃଦ୍ଧି ସହ ବନ୍ଦ ହୋଇଥିଲା । ଏପଟେ ଅଶୋଧିତ ତୈଳ ଦର ହ୍ରାସ, ଏସିଆ ବଜାରରେ ସକରାତ୍ମକ ପ୍ରଭାବ ଦେଖାଦେଇଛି । ସୋମବାର ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା 61.36 ଟଙ୍କା ରହିଛି ।

Intro:Body:

testing

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.