ETV Bharat / business

ଜିଡିପି ଜାରି ପୂର୍ବରୁ ସତର୍କ ନିବେଶକ, ଖସୁଛି ସେନସେକ୍ସ - 29 nov market

ଦେଶର ଅଭବୃଦ୍ଧି ହାର ରିପୋର୍ଟ ଜାରି ପୂର୍ବରୁ ସତର୍କ ହେଉଛନ୍ତି ନିବେଶକ। ଏଥିପାଇଁ 2 ଦିନ ଧରି ରେକର୍ଡ ରେସରେ ରହିଥିବା ସେନସେକ୍ସ ସୂଚକାଙ୍କ ଆଜି ଖସିଛି। ଶୁକ୍ରବାର କାରବାର ଆରମ୍ଭରୁ ସେୟାର ବଜାରରେ ହ୍ରାସ ଦେଖାଦେଇଛି।

Sensex Falls in early trade before gdp figures released
ଜିଡିପି ଜାରି ପୂର୍ବରୁ ସତର୍କ ନିବେଶକ, ଖସୁଛି ସେନସେକ୍ସ
author img

By

Published : Nov 29, 2019, 1:17 PM IST

ନୂଆଦିଲ୍ଲୀ: ଦେଶର ଅଭବୃଦ୍ଧି ହାର ରିପୋର୍ଟ ଜାରି ପୂର୍ବରୁ ସତର୍କ ହେଉଛନ୍ତି ନିବେଶକ । ଏଥିପାଇଁ 2 ଦିନ ଧରି ରେକର୍ଡ ରେସରେ ରହିଥିବା ସେନସେକ୍ସ ସୂଚକାଙ୍କ ଆଜି ଖସିଛି। ଶୁକ୍ରବାର କାରବାର ଆରମ୍ଭରୁ ସେୟାର ବଜାରରେ ହ୍ରାସ ଦେଖାଦେଇଛି।

ଶୁକ୍ରବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜର (ବିଏସଇ) 30 ସେୟାର ଉପରେ ଆଧାରିତ ସୂଚକାଙ୍କ ସେନସେକ୍ସ 287.83 ପଏଣ୍ଟ ଖସି 40,842.34 ରହିଥିବା ବେଳେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର (ଏନଏସଇ) 50 ସେୟାର ଉପରେ ଆଧାରିତ ସୂଚକାଙ୍କ ନିଫ୍ଟି 76.9 ପଏଣ୍ଟ କମିପାଇ 12,074.25ରେ କାରବାର କରୁଛି। ଟାଟା ଷ୍ଟିଲ, ରିଲାଏନ୍ସ ଇଣ୍ଡଷ୍ଟ୍ରି ଓ ମାରୁତି ଭଳି ସେୟାରରେ ସାମାନ୍ୟ ହ୍ରାସ ଦେଖାଦେଇଛି।

ପ୍ରକାଶ ଯେ, ଗତ 2 କାରବାର ଦିନରେ ସେନସେକ୍ସ 41 ହଜାର ଟପିଥିଲା । ସେହିପରି ନିଫ୍ଟି ବି ଦ୍ରୁତ ଅଭିବୃଦ୍ଧି ସହ ବଢିଚାଲିଥିଲା । ଏହି 2 ଦିନରେ ନିବେଶ ପାଖାପାଖି 1.87 ଲକ୍ଷ କୋଟି ଟଙ୍କା ପ୍ରଫିଟ ପାଇଛନ୍ତି।

ଏପରିକି ଗୁରୁବାର ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ନୂଆ ମାଇଲଖୁଣ୍ଟ କରି ଦେଶର ପ୍ରଥମ ବଡ କମ୍ପାନୀ ହୋଇପାରିଛି । କମ୍ପାନୀର ବଜାର ପୁଞ୍ଜି(ମାର୍କେଟ କ୍ୟାପ) 10 ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.