ETV Bharat / business

ଡରାଉଛି କୋରୋନା, ସେନସେକ୍ସ 740 ପଏଣ୍ଟ ହ୍ରାସ

author img

By

Published : Mar 25, 2021, 9:05 PM IST

ବୈଶ୍ବିକ ବଜାରରେ ଦୁର୍ବଳ ସଙ୍କେତ ଭିତରେ ନିବେଶକଙ୍କ ଧାରଣା ପ୍ରଭାବିତ ହୋଇଛି । ଏଥିମଧ୍ୟରେ ରେକର୍ଡ ପରିମାଣରେ ସେନସେକ୍ସ ଓ ନିଫ୍ଟି ହ୍ରାସ ହୋଇଛି । ଅଧିକ ପଢନ୍ତୁ..

ଡରାଉଛି କୋରୋନା, ସେନସେକ୍ସ 740 ପଏଣ୍ଟ ହ୍ରାସ
ଡରାଉଛି କୋରୋନା, ସେନସେକ୍ସ 740 ପଏଣ୍ଟ ହ୍ରାସ

ମୁମ୍ବାଇ: ବଜାରକୁ ଘାରିଲାଣି କୋରୋନା ଭୟ । ଅନିଶ୍ଚିତତା ନିବେଶକ ଧାରଣା । ଆଉ ଏଥିମଧ୍ୟରେ ରେକର୍ଡ ପରିମାଣରେ ସେନସେକ୍ସ ଓ ନିଫ୍ଟି ହ୍ରାସ ହୋଇଛି । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଓ ଏଚଡିଏଫସି ବ୍ୟାଙ୍କ ସେୟାରରେ ହ୍ରାସ ଯୋଗୁଁ ଗୁରୁବାର ସେୟାର ସୂଚକାଙ୍କ ତଳମୁହାଁ ରହିଛି ।

ବୈଶ୍ବିକ ବଜାରରେ ଦୁର୍ବଳ ସଙ୍କେତ ଭିତରେ ନିବେଶକଙ୍କ ଧାରଣା ପ୍ରଭାବିତ ହୋଇଛି । ଗୁରୁବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସୂଚକାଙ୍କ ସେନସେକ୍ସ 740.19 ପଏଣ୍ଟ କ୍ଷତିର ସହ 48,440.12 ପଏଣ୍ଟରେ ବନ୍ଦ ହୋଇଛି । ଏଭଳି ଭାବେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି 224.50 ପଏଣ୍ଟ ଖସି 14,324.90 ପଏଣ୍ଟକୁ ଆସିଛି ।

ସେନସେକ୍ସ କମ୍ପାନୀ ମଧ୍ୟରେ ମାରୁତି ସୁଜୁକି ସେୟାର ସବୁଠୁ ଅଧିକ ପ୍ରାୟ 4 ପ୍ରତିଶତ ଖସିଛି । ଭାରତୀ ଏୟାରେଟଲ , ହିନ୍ଦୁସ୍ତାନ ୟୁନିଲିଭର, ଏନଟିପିସି, ବଜାଜ ଫାଇନାନ୍ସ , ଅଲ୍ଟ୍ରାଟେକ ସିମେଣ୍ଟ , ଓଏନଜିସି ଓ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ସେୟାର ବି କ୍ଷତିରେ ରହିଛି । ସେପଟେ ଅନ୍ୟପଟେ ଆଇସିଆଇସିଆଇ ବ୍ୟାଙ୍କ, ଏଲଆଣ୍ଡଟି ଓ ଏଚଡିଏଫସି ସେୟାର ଲାଭ ରେକର୍ଡ କରିଛି ।

ରିଲାଏନ୍ସ ସିକ୍ୟୁରିଟିଜର ରଣନୀତି ବିଶେଷଜ୍ଞ କହିଛନ୍ତି କି, ‘‘ ଏସିଆନ ବଜାରରେ ସକରାତ୍ମକ ସଙ୍କେତ ପରେ ବି ଘରୋଇ ସେୟାର ବଜାରରେ ଲଗାତାର ଦ୍ବିତୀୟ ଦିନରେ ହ୍ରାସ ଦେଖାଦେଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.