ETV Bharat / business

ଅସ୍ଥିର ବଜାରରେ ସାମାନ୍ୟ ବୃଦ୍ଧିରେ ବନ୍ଦ, ଆରବିଆଇ ମୁଦ୍ରାନୀତି ଉପରେ ନଜର

author img

By

Published : Apr 6, 2021, 7:29 PM IST

ଦେଶରେ କୋରୋନା ଭାଇରସ ସଂକ୍ରମଣ ସଂଖ୍ୟା ବୃଦ୍ଧି ଓ ଏହାର ଅର୍ଥବ୍ୟବସ୍ଥା ଉପରେ ପ୍ରଭାବ ପଡିବା ଚିନ୍ତା ମଧ୍ୟରେ ବଜାର ଅସ୍ଥିର ରହିଛି । ସୋମବାର ପ୍ରବଳ ହ୍ରାସରେ ବନ୍ଦ କାରବାର ଆଜି ସାମାନ୍ୟ ବଢିଛି । ଅଧିକ ପଢନ୍ତୁ..

Sensex ends 42 pts higher, Nifty above 14,650; Asian Paints, Sun Pharma top gainers

ମୁମ୍ବାଇ: ମଙ୍ଗଳବାର ହ୍ରାସ-ବୃଦ୍ଧି ମଧ୍ୟରେ ବନ୍ଦ ହୋଇଛି କାରବାର । ଦେଶରେ କୋରୋନା ଭାଇରସ ସଂକ୍ରମଣ ସଂଖ୍ୟା ବୃଦ୍ଧି ଓ ଏହାର ଅର୍ଥବ୍ୟବସ୍ଥା ଉପରେ ପ୍ରଭାବ ପଡିବା ଚିନ୍ତା ମଧ୍ୟରେ ବଜାର ଅସ୍ଥିର ରହିଛି । ସୋମବାର ପ୍ରବଳ ହ୍ରାସରେ ବନ୍ଦ କାରବାର ଆଜି ସାମାନ୍ୟ ବଢିଛି ।

କାରବାରୀଙ୍କ ଅନୁସାରେ ବୁଧବାର ଜାରି ହୋଇଥିବା ମୁଦ୍ରାନୀତି ସମୀକ୍ଷା ଉପରେ ନିବେଶକଙ୍କ ନଜର ରହିଛି । ମଙ୍ଗଳବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେୟାର ସୂଚକାଙ୍କ ସେନସେକ୍ସ 646 ପଏଣ୍ଟ ହ୍ରାସ ବୃଦ୍ଧି ପରେ ଶେଷରେ 42.07 ପଏଣ୍ଟର ସାମାନ୍ୟ ବୃଦ୍ଧି ସହ 49,201.39 ପଏଣ୍ଟରେ ବନ୍ଦ ହୋଇଛି ।

ଏଭଳି ଭାବେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି 45.70 ପଏଣ୍ଟ ବଢି 14,683.50 ପଏଣ୍ଟରେ ବନ୍ଦ ହୋଇଛି । ସେନସେକ୍ସରେ ସାମିଲ ସେୟାର ମଧ୍ୟରେ ସର୍ବାଧିକ ଲାଭରେ ଏସିଆନ ପେଣ୍ଟସ ରହିଛି । ଏଥିରେ 4.07 ପ୍ରତିଶତ ବୃଦ୍ଧି ଦେଖାଦେଇଛି ।

ଅନ୍ୟପଟେ ଯେଉଁ ସେୟାରରେ ହ୍ରାସ ହୋଇଛି । ସେଥିରେ ପାୱରଗ୍ରୀଡ , ଆକ୍ସିସ ବ୍ୟାଙ୍କ, ଇଣ୍ଡସଇଣ୍ଡ ବ୍ୟାଙ୍କ, ଅଲ୍ଟ୍ରାଟେକ ସିମେଣ୍ଟ ଓ ଆଇସିଆଇସିଆଇ ବ୍ୟାଙ୍କ ସାମିଲ ଅଛି । ଏଥିରେ 2.29 ପ୍ରତିଶତ ଯାଏଁ ହ୍ରାସ ରେକର୍ଡ ହୋଇଛି ।

ଏଥିମଧ୍ୟରେ ବୈଶ୍ବିକ ତେଲ ମାନକ ବ୍ରେଣ୍ଟ କ୍ରୁଡ 2.43 ପ୍ରତିଶତ ମଜବୁତ ହୋଇ ବ୍ୟାରେଲ ପ୍ରତି 63.66 ଡଲାରରେ ପହଞ୍ଚିଛି । ସେପଟେ ଆମେରକୀୟ ଡଲାର ତୁଳନାରେ ଟଙ୍କା 12 ପଇସା ହ୍ରାସ ହୋଇ 73.42 ରେ ବନ୍ଦ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.