ETV Bharat / business

କୋରୋନା କହର ଭିତରେ ବଜାରରେ ବୃଦ୍ଧି, ଉଛୁଳିଲା ସେନସେକ୍ସ

author img

By

Published : Apr 22, 2021, 6:25 PM IST

Updated : Apr 22, 2021, 7:10 PM IST

ଗୁରୁବାର ସେନସେକ୍ସ 375 ପଏଣ୍ଟ ଉଛୁଳିଛି । କୋଭିଡ-19 ସଂକ୍ରମଣ ବୃଦ୍ଧି ମାମଲା ମଧ୍ୟରେ ବି ପ୍ରମୁଖ ସୂଚକାଙ୍କ ଉପରମୁହାଁ ରହିଛି । ଅଧିକ ପଢନ୍ତୁ..

କୋରୋନା କହର ଭିତରେ ବଜାରରେ ବୃଦ୍ଧି, ଉଛୁଳିଲା ସେନସେକ୍ସ
କୋରୋନା କହର ଭିତରେ ବଜାରରେ ବୃଦ୍ଧି, ଉଛୁଳିଲା ସେନସେକ୍ସ

ମୁମ୍ବାଇ: 2 ଦିନର ତଳମୁହାଁ କାରବାରରେ ଲାଗିଲା ବିରାମ । ପୁଣି ବଜାରକୁ ଫେରିଲା ଅଭିବୃଦ୍ଧି । ଗୁରୁବାର ସେନସେକ୍ସ 375 ପଏଣ୍ଟ ଉଛୁଳିଛି । କୋଭିଡ-19 ସଂକ୍ରମଣ ବୃଦ୍ଧି ମାମଲା ମଧ୍ୟରେ ବି ପ୍ରମୁଖ ସୂଚକାଙ୍କ ଆଇସିଆଇସିଆଇ ବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ ଓ କୋଟାକ ବ୍ୟାଙ୍କ ସେୟାର ଉପରମୁହାଁ ରହିଛି ।

ଆଜି ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେୟାର ସୂଚକାଙ୍କ ସେନସେକ୍ସ 374.87 ପଏଣ୍ଟ ବୃଦ୍ଧି ହୋଇ 48,080.67 ପଏଣ୍ଟରେ ବନ୍ଦ ହୋଇଛି । କାରବାର ଆରମ୍ଭରେ ସେନସେକ୍ସ 501 ପଏଣ୍ଟ ହ୍ରାସ ହୋଇଥିଲା । ଏଭଳି ଭାବେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି 109.75 ପଏଣ୍ଟ ବଢି 14,406.15 ପଏଣ୍ଟ ବନ୍ଦ ହୋଇଛି ।

ସେନସେକ୍ସର ସେୟାରରେ ଆଇସିଆଇସିଆଇ ବ୍ୟାଙ୍କ ସର୍ବାଧିକ ପ୍ରଫିଟ କମେଇଛି । ଏଥିରେ 3 ପ୍ରତିଶତରୁ ଅଧିକ ବୃଦ୍ଧି ଦେଖିବାକୁ ମିଳିଛି । ଏହା ବ୍ୟତିତ ଏଚଡିଏଫସି ବ୍ୟାଙ୍କ, ଏସବିଆଇ , କୋଟାକ ବ୍ୟାଙ୍କ ଓ ବଜାଜ ଫାଇନାନ୍ସରେ ମଧ୍ୟ ବୃଦ୍ଧି ହୋଇଛି ।

ଏଥିମଧ୍ୟରେ ବୈଶ୍ବିକ ତେଲ ମାନକ ବ୍ରେଣ୍ଟ କ୍ରୁଡର ଦାମ 0.51 ପ୍ରତିଶତ ହ୍ରାସ ହୋଇ ବ୍ୟାରେଲ ପ୍ରତି 64.99 ଡଲାର ରହିଛି ।

Last Updated : Apr 22, 2021, 7:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.