ନୂଆଦିଲ୍ଲୀ: ଲଗାତାର ତୃତୀୟ ଦିନ ଧରି ସବୁଜ ସଙ୍କେତରେ ବନ୍ଦ ହୋଇଛି ଭାରତୀୟ ସେୟାର ବଜାର । ଗୁରୁବାର ସେୟାର ସୂଚକାଙ୍କ ଉପରମୁହାଁ ବନ୍ଦ ହୋଇଛି କାରବାର ।
ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେନସେକ୍ସ 114 .29 ପଏଣ୍ଟ ବଢି 30,932.90 ପଏଣ୍ଚରେ ବନ୍ଦ ହୋଇଛି । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି 39.70 ପଏଣ୍ଟ ଅଭିବୃଦ୍ଧି ସହ 9106.25 ପଏଣ୍ଟରେ କାରବାର ଶେଷ କରିଛି ।
ସେନସେକ୍ସର 30 ସେୟାର ମଧ୍ୟରୁ 17 ସେୟାରରେ ଦ୍ରୁତ ଅଭିବୃଦ୍ଧି ଦେଖାଦେଇଥିଲା ବେଳେ 13 ସେୟାର ହ୍ରାସ ସହ ବନ୍ଦ ହୋଇଛି । ତେବେ ସବୁଠୁ ଅଧିକ ଉଛୁଳିଥିବା 5 ସେୟାର ମଧ୍ୟରେ ଆଇଟିସି (7.48 ପ୍ରତିଶତ), ଏସିଆନ ପେଣ୍ଟ୍ (4.97 ପ୍ରତିଶତ), ହିରୋ ମୋଟକର୍ପ (3.93 ପ୍ରତିଶତ), ମାରୁତି (2.14 ପ୍ରତିଶତ) ଏବଂ ବଜାଜ ଅଟୋ (2.57 ପ୍ରତିଶତ) ରହିଛି ।
ସେହିଭଳି ସେନସେକ୍ସର ସବୁଠୁ ଅଧିକ ହ୍ରାସ ହୋଇଥିବା ସେୟାର ମଧ୍ୟରେ ଇଣ୍ଡସାଇଣ୍ଡ ବ୍ୟାଙ୍କ (2.91 ପ୍ରତିଶତ), ଏନଟିପିସି (2.74 ପ୍ରତିଶତ), ବଜାଜ ଫାଇନାନ୍ସ (2.65 ପ୍ରତିଶତ), HDFC (1.88 ପ୍ରତିଶତ) ଏବଂ L&T (1.75 ପ୍ରତିଶତ) ସାମିଲ ଅଛି ।