ETV Bharat / business

ଦୁର୍ବଳ ବିଶ୍ବ ବଜାର, ଖସିଲା ସେନସେକ୍ସ ଓ ନିଫ୍ଟି

author img

By

Published : Jan 21, 2020, 1:38 PM IST

ଦୁର୍ବଳ ବିଶ୍ବ କାରବାର ଯୋଗୁଁ ଖସିଲା ଭାରତୀୟ ସେୟାର ବଜାର । ଏଚଡିଏଫସି, କୋଟାକ ବ୍ୟାଙ୍କ ଓ ଆଇଟିସି ଭଳି ବଡ କମ୍ପାନୀ ସେୟାର ତଳମୁହାଁ ରହିଛି । ଫଳରେ ମଙ୍ଗଳବାର ସେନସେକ୍ସ କାରବାର ସମୟରେ 150 ପଏଣ୍ଟ ହ୍ରାସ ପାଇଛି ।

sensex drops over 200 pts nifty tests 12200
ଦୁର୍ବଳ ବିଶ୍ବ ବଜାର, ଖସିଲା ସେନସେକ୍ସ ଓ ନିଫ୍ଟି

ମୁମ୍ବାଇ: ଦୁର୍ବଳ ବିଶ୍ବ କାରବାର ଯୋଗୁଁ ଖସିଲା ଭାରତୀୟ ସେୟାର ବଜାର । ଏଚଡିଏଫସି, କୋଟାକ ବ୍ୟାଙ୍କ ଓ ଆଇଟିସି ଭଳି ବଡ କମ୍ପାନୀ ସେୟାର ତଳମୁହାଁ ରହିଛି । ଫଳରେ ମଙ୍ଗଳବାର ସେନସେକ୍ସ କାରବାର ସମୟରେ 150 ପଏଣ୍ଟ ହ୍ରାସ ପାଇଛି ।

ବମ୍ବେ ଷ୍ଟକ ଏକ୍ସଚେଞ୍ଜର (ବିଏସଇ) 30 ସେୟାର ଉପରେ ଆଧାରିତ ସୂଚକାଙ୍କ ସେନସେକ୍ସ କାରବାର ଆରମ୍ଭରେ 150.97 ପଏଣ୍ଟ ଖସି 41,377.94ରେ ପହଞ୍ଚିଛି । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର (ଏନଏସଇ) 50 ସେୟାର ଉପରେ ଆଧାରିତ ସୂଚକାଙ୍କ ନିଫ୍ଟି 45.70 ପଏଣ୍ଟ ହ୍ରାସ ପାଇ 12,224.55 ରେ ବନ୍ଦ ହୋଇଛି । ଏକ ସମୟରେ ନିଫ୍ଟି ସୂଚକାଙ୍କ 12,178.85 ପଏଣ୍ଟ ସହ କାରବାର କରୁଛି ।

ଅଭିବୃଦ୍ଧି ଓ ମାନ୍ଦା ଥିବା ସେୟାର
ସେନସେକ୍ସ କମ୍ପାନୀ ମଧ୍ୟରେ କୋଟାକ ସର୍ବାଧିକ ଖସିଥିବାବେଳେ ଟାଟା ଷ୍ଟିଲ, ହିରୋ ମୋଟକପ,ଏଚଡିଏଫସି, ଏଚଡିଏଫସି ବ୍ୟାଙ୍କ, ପାୱାରଗ୍ରୀଡ ଓ ଟାଇଟନ ମଧ୍ୟ ତଳମୁହାଁ ରହିଛି । ସେପଟେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ , ଇଣ୍ଡସାଇଡ ବ୍ୟାଙ୍କ, ଏନଟିପିସି, ଏସବିଆଇ, ଆଇସିଆଇସିଆଇ ବ୍ୟାଙ୍କ, ଓଏନଜିସି ଓ ଏଚସିଏଲ ଟେକ ପ୍ରଫିଟ ସହ କାରବାର କରୁଛି ।

ବିଦେଶୀ ବଜାରରେ ନକରାତ୍ମକ ସଙ୍କେତ
କାରବାରୀଙ୍କ ଅନୁଯାୟୀ, କମ୍ପାନୀଗୁଡିକର ତ୍ରୈୟମାସ ରିପୋର୍ଟରେ ଖପ୍ପା ଓ ବିଶ୍ବ ବଜାରରେ ଧିମା କାରବାର ଭିତରେ ଘରୋଇ ବଜାର ଥଣ୍ଡା ପଡିଯାଇଛି । ଏଥିମଧ୍ୟରେ ଅଶୋଧିତ ତୈଳ 0.48 ପ୍ରତିଶତ ହ୍ରାସ ପାଇ ବ୍ୟାରେଲ ପିଛା 64.89 ଡଲାରରେ ପହଞ୍ଚିଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.