ETV Bharat / business

ସପ୍ତାହରେ ଶେଷ ଦିନରେ ବଜାର ନିରାଶ, ସେନସେକ୍ସ ତଳମୁହାଁ

author img

By

Published : Apr 9, 2021, 5:53 PM IST

ଆଇସିଆଇସିଆଇ ବ୍ୟାଙ୍କ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଓ ଏଚଡିଏଫସି ବ୍ୟାଙ୍କର ସେୟାରର ହ୍ରାସ ମଧ୍ୟରେ ଶୁକ୍ରବାର ସେନସେକ୍ସ 155 ପଏଣ୍ଟ ହ୍ରାସ ହୋଇଛି ।

ସପ୍ତାହରେ ଶେଷ ଦିନରେ ବଜାର ନିରାଶ, ସେନସେକ୍ସ ତଳମୁହାଁ
ସପ୍ତାହରେ ଶେଷ ଦିନରେ ବଜାର ନିରାଶ, ସେନସେକ୍ସ ତଳମୁହାଁ

ମୁମ୍ବାଇ: କାରବାର ସପ୍ତାହର ଶେଷ ଦିନରେ ବଜାର ରେଡ ଆଲର୍ଟରେ ବନ୍ଦ । ଆଇସିଆଇସିଆଇ ବ୍ୟାଙ୍କ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଓ ଏଚଡିଏଫସି ବ୍ୟାଙ୍କର ସେୟାରର ହ୍ରାସ ମଧ୍ୟରେ ଶୁକ୍ରବାର ସେନସେକ୍ସ 155 ପଏଣ୍ଟ ହ୍ରାସ ହୋଇଛି । ବୈଶ୍ବିକ ବଜାରରେ ନକରାତ୍ମକ ପ୍ରଭାବରେ ଘରୋଇ ବଜାରରେ ନିବେଶକଙ୍କ ଧାରଣା ପ୍ରଭାବିତ ହୋଇଛି ।

ବମ୍ବେ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ସେୟାର ସୂଚକାଙ୍କ ସେନସେକ୍ସ 154.89 ପଏଣ୍ଟ ହ୍ରାସ ହୋଇ 49,591.32 ପଏଣ୍ଟ ରହିଛି । ସେହିଭଳି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି 38.95 ପଏଣ୍ଟ କମି 14,834.85 ରେ ବନ୍ଦ ହୋଇଛି ।

ସେନସେକ୍ସର କମ୍ପାନୀ ମଧ୍ୟରେ ବଜାଜ ଫାଇନାନ୍ସ ସେୟାର ସବୁଠୁ ଅଧିକ ପ୍ରାୟ 3 ପ୍ରତିଶତ ହ୍ରାସ ହୋଇଛି । ଅଲ୍ଟ୍କ୍ରାଟେକ ସିମେଣ୍ଟ, ଏନଟିପିସି , ଆକ୍ସିସ ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, ଇଣ୍ଡସଇଣ୍ଡ ବ୍ୟାଙ୍କ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ , ଏଲଆଣ୍ଡଟି ଓ ଏଚଡିଏଫସି ବ୍ୟାଙ୍କର ସେୟାର ହ୍ରାସରେ ରହିଛି । ସେପଟେ ଅନ୍ୟପଟେ ସନଫାର୍ମା , ହିନ୍ଦୁସ୍ତାନ ୟୁନିଲିଭର , ଟେକ ମହିନ୍ଦ୍ରା ଓ ଡ . ରେଡ୍ଡୀଜରେ ଲାଭ ହୋଇଛି ।

ଏଥିମଧ୍ୟରେ ଅନ୍ତରାଷ୍ଟ୍ରୀୟ ବେଞ୍ଚମାର୍କ ଅଶୋଧିତ ତୈଳ 0.27 ପ୍ରତିଶତ ହ୍ରାସ ହୋଇ ବ୍ୟାରେଲ ପ୍ରତି 63.03 ଡଲାର ଅଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.